ତିହିଡି,୧୬/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ଦରଦୀବନ୍ଧୁ ଫାଉଣ୍ଡେସନ ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ସଭାପତି ଲଭଲି ମହାପାତ୍ର ଚଳିତବର୍ଷ ମାଟ୍ରିକ ଛାତ୍ରଛାତ୍ରୀ ମାନଙ୍କୁ ଆଗାମୀ ପରୀକ୍ଷା ପାଇଁ କେତେକ ଟି୍ରକ୍ସ ଓ ଟିପ୍ସ ଶିକ୍ଷା ପ୍ରଦାନ କରିଥିଲେ । ସେହିପରି ପରୀକ୍ଷାର୍ଥୀ ମାନଙ୍କୁ ପରୀକ୍ଷାରେ ପଡିବାକୁ ଯାଉଥିବା ପ୍ରଶ୍ନପତ୍ରର ପେର୍ଟାନ ସମ୍ପର୍କରେ ସେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଫାଉଣ୍ଡେସନ ପକ୍ଷରୁ ପୁରସ୍କାର ବି ପ୍ରଦାନ କରାଯାଇଥିଲା । ଆଗାମୀ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ମାନେ ୯୫ ପ୍ରତିଶତ ନମ୍ବର ରଖିବେ ଫାଉଣ୍ଡେସନ ପକ୍ଷରୁ ସେମାନଙ୍କୁ ଆବାସିକ ସୁବିଧା ସୁଯୋଗ ସହିତ ଜେଇଇ ଓ ନିଟ୍ ଆଦି ଲାଗି ଦେୟମୁକ୍ତ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରାଯିବ ବୋଲି ଏହାର ପ୍ରତିଷ୍ଠାତା ଗୀତିରଞ୍ଜନ ବେହେରା କହିବା ସହିତ ଆଗକୁ ଭଦ୍ରକ ଓ ବାଲେଶ୍ୱରରେ ଏଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ।