ନୂଆପଡା- ୧୬/୧(ସୁରେନ୍ଦ୍ର ତିୱାରୀ) ନୂଆପଡା ଜ଼ିଲ୍ଲା କୋମନା ଥାନା ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ମଧ୍ୟସ୍ଥ ଗଡ଼ଭଟା ଗ୍ରାମର ଝନକ ମାଝୀ (୪୫)ଦାଦନ ଖଟିବାକୁ ଚେନନେଇ ଯାଇ ରୋଗରେ ପଡିବାରୁ ମୃତ୍ୟୁ ହୋଇଥିବା ଗ୍ରାମବାସୀ ଙ୍କ ସୂତ୍ରରୁ ପ୍ରକାଶ। ପ୍ରାପ୍ତ ସୂଚନା ଅନୁଯାୟୀ ଝନକ ନିଜ ଦୁଇ ପୁଅ ଝିଅ କୁ ସାଙ୍ଗରେ ନେଇ ସ୍ତ୍ରୀ କୁ ଗାଁ ରେ ଛାଡି ଚେନ୍ନାଇ ନିକଟ ପୁଚିହାତୀ ପେଟ କୁ କଣ୍ଟାବାଞ୍ଜି ର ଜନୈକ ଦାଦନ ସର୍ଦାର ଙ୍କ ସହ ଚଳିତ ମାସ ପ୍ରଥମାର୍ଦ୍ଧ ରେ ଇଟା ଗଢି ଦୁଇ ପଇସା ରୋଜଗାର ଆଶା ରେ ଚାଲିଯାଇଥିଲେ। ତେବେ ଦୁଇ ଦିନ ତଳେ ତାଙ୍କୁ ଝାଡା ବାନ୍ତି ହେବାରୁ ସ୍ଥାନୀୟ ଡାକ୍ତର ଙ୍କ ପରାମର୍ଶ କ୍ରମେ ଚେନ୍ନାଇ ସ୍ଥିତ ଏକ ଡାକ୍ତରଖାନା ରେ ଭର୍ତ୍ତି ହୋଇଥିଲେଏବଂ ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି.। ସେଠାରେ କାମ କରୁ ଥିବା ନିଜ ଗ୍ରାମର ଅନ୍ୟ ଶ୍ରମିକ ଙ୍କ ସହାୟତାରେ ତାଙ୍କ ପୁଅଝିଅ ଆମ୍ବୁଲେନ୍ସ ଯୋଗେ ମରଶରୀର କୁ ନିଜ ଗ୍ରାମକୁ ସଂସ୍କାର ପାଈଁ ଆଣୁଥିବା ଜଣାପଡିଛି।ମଧ୍ୟ ରାତ୍ର ସୁଦ୍ଧା ଶବ ଗାଁ ରେ ପହଂଚିବା ଆଶା କରାଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।