Odisha news

ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳାର ଦ୍ଵିତୀୟ ଦିନ

0
ନୂଆପଡ଼ା (ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ସଦର ମହକୁମାରେ  ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ର ଦ୍ଵିତୀୟ ଦିବସ ରେ ଆଜି ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଡଲି ମାଝୀ,  ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା କୌଶଲ୍ୟା ଦୀପ ଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ, ଭରତଲାଲ ରାଉତ, ଅବନି ରଞ୍ଜନ ଯୋଶୀ, ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା ଓ ସମାଜସେବୀ କାର୍ତ୍ତିକ ଦୀପ ପ୍ରମୁଖ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମର ଅୟୋଜନ ପାଇଁ ନୂଆପଡ଼ା ଜିଲ୍ଲା କୃଷି ବିଭାଗକୁ ଧନ୍ୟବାଦ୍ ଦେବା ସହ ଚାଷୀ ମାନଙ୍କୁ ଆଧୁନିକ ଯନ୍ତ୍ରପାତି ର ବ୍ୟବହାର କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସମସ୍ତ ଯୋଜନା ଗୁଡ଼ିକର ଲାଭ ଉଠାଇବା ପାଇଁ ଆହ୍ବାନ କରିଥିଲେ । ଆଜିର ସଭାକାର୍ଯ୍ୟ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନୂଆପଡ଼ା ଶ୍ରୀ ବାବୁଲି ଚରଣ ସେଠୀ ସ୍ବାଗତ ଅଭିଭାଷଣ ରଖି ଚାଷୀଙ୍କୁ କୃଷି ଯନ୍ତ୍ରପାତି ଉପରେ ସରକାର ଙ୍କ ରିହାତିର ଭରପୁର ଲାଭ ଉଠାଇବା ସହ କୃଷି କାର୍ଯ୍ୟରେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ନୂଆପଡ଼ା ଜିଲ୍ଲା କୁ କୃଷିକ୍ଷେତ୍ରରେ ଆଗେଇ ନେବାକୁ ଉଦବୋଧନ ଦେଇଥିଲେ। ସହକାରୀ ଯନ୍ତ୍ରୀ (କୃଷି)  ପଦ୍ମଲୋଚନ ମାଝୀ ଚାଷୀ ମାନଙ୍କୁ କୃଷି ଯନ୍ତ୍ରପାତିର ଉପକାରିତା ସମ୍ପର୍କ ରେ ବୁଝାଇଥିଲେ। କୃଷି ଜିଲ୍ଲା ଅଧିକାରୀ ପ୍ରଦୀପ କୁମାର ବେଉରା ଗୋସୁଗମ୍ ପୋର୍ଟାଲ ମାଧ୍ୟମରେ କୃଷି ଯନ୍ତ୍ରପାତି ବୁକିଙ୍ଗ କରିବା ସହ ଏହାର ବହୁଳ ବ୍ୟବହାର କରିବା ପାଇଁ ଚାଷୀଙ୍କୁ ସୂଚନା ଦେଇଥିଲେ । ଗୋଷ୍ଠୀ କୃଷି ଅଧିକାରୀ ସିନାପାଲି ଶ୍ରୀମତୀ ଦୀପ୍ତିମୟୀ ବାରିକ ଶେଷରେ  ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ନୂଆପଡ଼ାର ପ୍ରତାପ ସାହୁ ଓ  ବରଗଡ଼ର ଅର୍ଚ୍ଚିତା ପାଢ଼ୀ। ମେଳାରେ ସମୁଦାୟ ୫୦ ଗୋଟି ବିଭିନ୍ନ ବିଭାଗ ସହିତ କୃଷି ଯନ୍ତ୍ରପାତିର  ଷ୍ଟଲ ପଡ଼ିଛି।
 ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ରେ ବସବାସ କରୁଥିବା ଚକୁଟିଆ ଭୁଂଜିଆ ମାନଙ୍କର ଲାଲ୍ ଘର ଆଜି ମଧ୍ୟ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଖଡ଼ିଆଳ ବ୍ଲକ୍ ର ଚାଷୀ ରବିଚନ୍ଦ୍ର ମାଝୀ  ବିଭିନ୍ନ ପନିପରିବା ସହ ଡ୍ରାଗନ୍ ଫ୍ରୁଟ ଭଳି ବିଦେଶୀ ଫଳ  ଚାଷ କରି ସଫଳତା ପାଇ ଥିବାରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ। ଆଜି ଜିଲ୍ଲାର ଜଣେ ଚାଷି ଙ୍କୁ ଷ୍ଟେଜ୍ ରେ ଅତିଥି ମାନଙ୍କ ଦ୍ଵାରା ଟ୍ରାକ୍ଟର ଚାବି, ତିନି ଜଣ ଚାଷୀ ଙ୍କୁ କମ୍ବାଇନ୍ ହାର୍ଭେଷ୍ଟର ଚାବି ପ୍ରଦାନ କରାଯାଇଥିଲା । ଅପରାହ୍ନ ରେ ଇଫକୋ ଦ୍ଵାରା ଚାଷୀ ମାନଙ୍କ ପାଇଁ କ୍ୱିଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସଠିକ୍ ଉତ୍ତର ଦେଇଥିବା ଚାଷୀ ମାନଙ୍କୁ ଇଫକୋ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସନ୍ଧ୍ୟା ରେ ବିଭିନ୍ନ ଓଡ଼ିଆ  ଭଜନ, ଲୋକଗୀତ, ଓଡ଼ିଶୀ ଓ ସମ୍ବଲପୁରୀ ଗୀତବାଦ୍ୟ ଓ ନୃତ୍ୟ ପ୍ରଭୃତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମେଳା ଆଗାମୀ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । କାର୍ଯ୍ୟକ୍ରମ ରେ କୃଷି ବିଭାଗ ର ସମସ୍ତ ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, ବି.ଟି.ଏମ୍ ଏବଂ ଏ.ଟି.ଏମ୍ ଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
Leave A Reply