Odisha news

ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ଵୟ ସମିତି ର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ସ୍ମାରକ ପତ୍ର ପ୍ରଦାନ 

0
ଛତ୍ରପୁର, ୦୪.୦୧:  ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ଵୟ ସମିତି ର ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ କୁମାର ନାୟକ ଙ୍କ ବିରୁଦ୍ଧରେ ହୋଇଥିବା ଆକ୍ରୋଶ ମୂଳକ ମିଥ୍ୟା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ ରେ ଶନିବାର ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଆହ୍ବାନରେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।    ଏଥିରେ ବହୁ ସଦସ୍ୟ ଏବଂ କର୍ମକର୍ତ୍ତା ମାନେ ସାମିଲ ହୋଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି ଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି,     ରାଜ୍ୟ ସାଧାରଣ ସମ୍ପାଦକ ସୁଜିତ କୁମାର ନାୟକ ଙ୍କୁ ତୁରନ୍ତ ୩୦ ମାସର ବକେୟା ଦରମା ଦିଆଯାଉ ଓ ତାଙ୍କ ବିରୁଦ୍ଧରେ ହୋଇଥିବା କପୋଳକଳପିତ ଉଦେଶ୍ୟ ପ୍ରଣୋଦିତ ଓ ମିଥ୍ୟା ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ତୁରନ୍ତ ପ୍ରତ୍ୟାହାର କରାଯାଉ  ବୋଲି ଉକ୍ତ ସ୍ମାରକ ପତ୍ର ରେ ଦର୍ଶାଯଇଛି, ଏହି ସ୍ମାରକ ପତ୍ର ଏବଂ ବିକ୍ଷୋଭ ପ୍ରଦର୍ଶନ ବେଳେ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ଵୟ ସମିତି ଗଞ୍ଜାମ ଜିଲ୍ଲା ଶାଖା ର ସଭାପତି ପଦ୍ମ ଚରଣ ପାଢ଼ୀ, ଉପଦେଷ୍ଟା ପ୍ରଭାକର ପାଣିଗ୍ରାହୀ,  ପ୍ରଦୀପ କୁମାର ସିଂ,   ହରିମୋହନ ଶତପଥି, ସିମାଞ୍ଚଳ ପଣ୍ଡା, କାଳୁ ଚରଣ ଗୌଡ଼ ଓ ସୁମନ କୁମାର ପାତ୍ର ଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ
Nalco
Leave A Reply