ଇଂରାଜୀ ନୂଆ ବର୍ଷ ୨୦୨୫ , ୧ତାରିଖ ରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କିଛିଟା ବ୍ୟାଙ୍କ ନିୟମ ରେ ପରିବର୍ତ୍ତନ କରିବାକୁ ଯାଉଛି, ଏହାର ପ୍ରଭାବ ଦେଶର ଲକ୍ଷ ଲକ୍ଷ କୋଟି କୋଟି ବ୍ୟାଙ୍କ ଆକାଉଣ୍ଟ ଉପରେ ପଡ଼ିବାକୁ ଯାଉଛି, କାହିଁକିନା ଦେଶର କେନ୍ଦ୍ରୀୟ ବ୍ୟାଙ୍କ ତିନିପ୍ରକାର ର ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିବାକୁ ଯାଉଛନ୍ତି, RBI ପକ୍ଷରୁ କଠୋର ନିର୍ଦେଶ ଦିଆଯାଇଛି ଯେ ଏଭଳି ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହେବା ଜରୁରୀ ଅଟେ, ଆସନ୍ତୁ ଜାଣିବା ସେହିଗୁଡିକ କେଉଁ ଆକାଉଣ୍ଟ l
କାହିଁକି ଏହିସବୁ ଆକାଉଣ୍ଟ କୁ ବନ୍ଦ କରିବାକୁ ଚାହୁଁଚି RBI –
RBI ବ୍ୟାଙ୍କିଙ୍ଗ ସିଷ୍ଟମ କୁ ଆହୁରି ଅଧିକ ଉନ୍ନତ କରିବା ପାଇଁ ଏଭଳି ଆକାଉଣ୍ଟ କୁ ବନ୍ଦ କରିବାର ନିଷ୍ପତି ନେଇଛି , RBI ର ଏହି ନିଷ୍ପତି ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନ କୁ ଅଧିକ ସେଫା, ଟ୍ରାନ୍ସପରେଣ୍ଟ, ପ୍ରଭାବଶାଳୀ କରିବା ପାଇଁ ନିଆଯାଇଛି, ଏହାଦ୍ୱାରା ଧୋକାଧାଡି ଉପରେ ଲଗାମ ଲାଗିବା ସହିତ ଡ଼ିଜିଟାଲାଇଜେସନ କୁ ଆହୁରି ଅଧିକ ଉନ୍ନତ କରିବ, ବିଶେଷ ଭାବରେ ସାଇବର ଅପରାଧ କୁ ରୋକିବା ମୁଖ୍ୟ ଉଦେଶ୍ୟ l
ନିଷ୍କ୍ରିୟ ଆକାଉଣ୍ଟ –
ଦୋର୍ମେଟ ଆକାଉଣ୍ଟ ବା ନିଷ୍କ୍ରିୟ ଆକାଉଣ୍ଟ ଗୋଟିଏ ଏଭଳି ଆକାଉଣ୍ଟ ଅଟେ ଯାହାକି ଦୁଇବର୍ଷ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ କୌଣସି ଟ୍ରାଞ୍ଜାକ୍ସନ ହୋଇନଥାଏ, ଏହି ଆକାଉଣ୍ଟ ସାଇବର ଅପରାଧୀ ମାନଙ୍କ ଆକ୍ଷି ଦୃଷ୍ଟିରେ ରହିଥାଏ, ଏଭଳି ଆକାଉଣ୍ଟ କୁ RBI ବନ୍ଦ କରି କଷ୍ଟମର୍ସ ଓ ବ୍ୟାଙ୍କିଙ୍ଗ ସିଷ୍ଟମ କୁ ସୁରକ୍ଷିତ ରଖିବାକୁ ଚାହୁଁଚି l
ଜିରୋ ବାଲାନ୍ସ ଆକାଉଣ୍ଟ –
ଦୀର୍ଘ ସମୟ ପର୍ଯ୍ୟନ୍ତ ଶୂନ୍ୟ ବାଲାନ୍ସ ଥିବା ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଯିବ, ଏହି ପଦକ୍ଷେପ ଖାତା ଦୁରୁପଯୋଗ ଅଟକାଇବା, ଆର୍ଥିକ ଅସୁବିଧା କୁ କମକରିବା, ଏବଂ ଗ୍ରାହକ ମାନଙ୍କର ବ୍ୟାଙ୍କ ସହିତ ଆକ୍ଟିଭ ସମ୍ପର୍କ ରଖିବା ପାଇଁ ନିଆଯାଉଛି l
ଇନଆକଟିଭ ବ୍ୟାଙ୍କ ଆକାଉଣ୍ଟ –
ଗତ ୧୨ ମାସରେ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିଷ୍କ୍ରିୟ ରହୁଥିବା ଆକାଉଣ୍ଟ ମଧ୍ୟ ବନ୍ଦ କରିଦିଆଯିବ, ଏହି ଖାତା କୁ ସୁରକ୍ଷିତ ରଖିବା ପାଇଁ ଏଭଳି ନିଷ୍ପତି ନିଆଯାଉଛି, ଯଦି ଆପଣଙ୍କ ଖାତା ଇନଆକ୍ଟିଭ କାଟାଗୋରି ରେ ଆସୁଛି, ତେବେ ବ୍ୟାଙ୍କ ସହିତ ସମ୍ପର୍କ କରି ଆପଣ ଏହାକୁ ଆକ୍ଟିଭ କରିପାରିବେ l
ଏହି ଉପାୟ ଦ୍ୱାରା ବନ୍ଦ ହେବନାହିଁ ଆକାଉଣ୍ଟ –
ଆପଣ ଯଦି ନିଜ KYC କୁ ଅପଡେଟ କରିବେ ତେବେ ଆକାଉଣ୍ଟ ବନ୍ଦ ହେବାରୁ ନିଜକୁ ରକ୍ଷାକରି ପାରିବେ, ଯଦି ଏହି ୩ଟି ଆକାଉଣ୍ଟ ମଧ୍ୟରୁ ଆପଣଙ୍କର ଗୋଟିଏ ଆକାଉଣ୍ଟ ରହିଛି ତେବେ ତୁରନ୍ତ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ, ଏବଂ KYC ପ୍ରକ୍ରିୟା ଆରମ୍ଭ କରିଦିଅନ୍ତୁ, KYC ପାଇଁ ଅନଲାଇନ ରେ ମଧ୍ୟ ସମ୍ପର୍କ କରିପାରିବେ l
