ରଙ୍ଗ ପ୍ରକାଶନୀ ପକ୍ଷରୁ ପୁସ୍ତକ ଲୋକାର୍ପଣ ଓ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ : କବିତା ସଙ୍କଳନ ‘ତୁଠ ପଥର’ ଲୋକାର୍ପିତ ଓ ବିଶିଷ୍ଟ ସାହିତି୍ୟକ ଉମାକାନ୍ତ ମିଶ୍ର ସମ୍ବର୍ଦ୍ଧିତ
ତିହିଡ଼ି,୩୦ା୧୨(ଯଦୁମଣି ପାଣିଗ୍ରାହୀ): ତିହିଡ଼ି ରଙ୍ଗ ପ୍ରକାଶନୀ ପକ୍ଷରୁ ଟାଉନ ହଲ ପରିସରରେ ରବିବାର ସନ୍ଧ୍ୟାରେ ପୁସ୍ତକ ଲୋକାର୍ପଣ ଓ ସାରସ୍ୱତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ତିହିଡ଼ି କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ‘ନିତିଦିନ’ର ମୁଖ୍ୟ ସମ୍ପାଦକ ତଥା ଓଡ଼ିଶାର ବଶିଷ୍ଠ ସାହିତି୍ୟକ ମନୋଜ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ସବୁବେଳେ ଭଲ ବହିଟିଏ ପ୍ରକାଶ କରିବାର ଅପେକ୍ଷାରେ ଥାଏ ଜଣେ ପ୍ରକାଶକ । ପ୍ରକାଶନର ସାର୍ଥକତା ସେତେବେଳେ ଯେତେବେଳେ ବହିଟିଏ ପାଠକାଦୃତ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧିସ୍ନାତକ ଓଡ଼ିଆ ବିଭାଗ ମୁଖ୍ୟ ଡ. ସନ୍ତୋଷ କୁମାର ନାୟକ ଓ ସମୀକ୍ଷକ ଭାବେ ବିଶିଷ୍ଟ ଆଲୋଚକ ତଥା ଭଦ୍ରକ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଅଭୟ କୁମାର ଦାସ ଯୋଗଦେଇ ତୁଠ ପଥର ସର୍ବମୟ କର୍ତ୍ତାଙ୍କର ଏକ ସୌନ୍ଦର୍ଯ୍ୟମୟ ଶୀଳ୍ପ । ସାମ୍ପ୍ରତିକ କାବ୍ୟ ତରଙ୍ଗରେ ତୁଠପଥର ଏକ ସାର୍ଥକ ସୃଷ୍ଟି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ପାର୍ଥସାରଥୀ ନାୟକ ଯୋଗ ଦେଇ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ତିହିଡ଼ି ସରକାରୀ ହାଇସ୍କୁଲର ସହକାରୀ ଶିକ୍ଷକ ତଥା କବି ଦେବ କିଶୋର ଦାସଙ୍କ ପ୍ରଥମ କବିତା ସଂକଳନ ‘ତୁଠ ପଥର’କୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଏହି ସଭାରେ ବର୍ଷିଆନ ସାହିତି୍ୟକ ତଥା କଥାକାର ଉମାକାନ୍ତ ମିଶ୍ରଙ୍କୁ ପ୍ରଥମ ରଙ୍ଗ ପ୍ରକାଶନୀ ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶିକ୍ଷକ ତଥା କବି ସୁବାସ ଦାସ ମାନପତ୍ର ପାଠ କରିଥିଲେ । କବି ଶ୍ରୀ ଦାସ ନିଜ ପୁସ୍ତକ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରକାଶକ ରାଜେଶ କୁମାର ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କବି ବିପ୍ଳବ ରଂଜନ ପତି ଅତିଥି ପରିଚୟ ଓ କବି କୃପାସିନ୍ଧୁ ମହାନ୍ତି ଅତିଥିମାନଙ୍କୁ ମଞ୍ଚଆହ୍ୱାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ତିହିଡ଼ି ସଂଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ନାୟକ ଓ ଛାତ୍ରୀମାନେ ବନେ୍ଦ ଉକ୍ରଳ ଜନନୀ ସଂଗୀତ ପରିବେଷଣ କରିଥିଲେ । ସ୍ମୃତିସ୍ମିତା ଜେନା ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ ।