ଡିସେମ୍ବର ୩୧ତାରିଖ ଦିନ ୨୦୨୩ ସରି ଯାଉଛି, ଏହିଦିନ ରାତି ୧୨ ଟା ପରେ ଆମେ ନୂତନ ବର୍ଷ ୨୦୨୪ କୁ ସ୍ୱାଗତ କରିବା l ଆମେ ୩୧ତାରିଖ ଦିନ ର ପରଦିନ କୁ ଜାନୁଆରୀ ୧ତାରିଖ କୁ ନୂତନ ବର୍ଷ ପାଳନ କରିଥାଉ l କିନ୍ତୁ କାହିଁକି ଜାନୁଆରୀ ୧ତାରିଖ ଦିନ କୁ ନୂଆବର୍ଷ ପାଳନ କରାଯାଇ ଥାଏ ? କଣ ଆପଣ କେବେ ଏହା କେବେ ଭାବିଛନ୍ତି ? ଆସନ୍ତୁ ଜାଣିବା କଣ ପାଇଁ ଜାନୁଆରୀ ୧ତାରିଖ ଦିନ ନୂଆବର୍ଷ ପାଳନ କରାଯାଇ ଥାଏ ଓ କଁ ରହିଛି ଏହା ପଛର ଇତିହାସ ?
କାହିଁକି ଜାନୁଆରୀ ୧ତାରିଖ ଦିନ ପାଳନ ହୋଇଥାଏ ନୂଆବର୍ଷ –
ଖ୍ରୀଷ୍ଟପୂର୍ବ ୪୫ ବେଳକୁ ରୋମାନ ସାମ୍ରାଜ୍ୟ ରେ କ୍ୟାଲେଣ୍ଡର ର ପ୍ରଚଳନ ହେଉଥିଲା l ରୋମ କୁ ତତ୍କାଳୀନ ରାଜା ନୁମା ପୋମ୍ପିଳୁଷ ଙ୍କ ସମୟରେ ରୋମ ର କ୍ୟାଲେଣ୍ଡରର ରେ ୧୦ ମାସ ରହୁଥିଲା, ଗୋଟିଏ ବର୍ଷ ୩୧୦ ଦିନ ରହୁଥିଲା ଓ ସପ୍ତାହ ରେ ୮ ଦିନ ରହୁଥିଲା l କିଛି ସମୟ ପରେ ନୁମା କ୍ୟାଲେଣ୍ଡର ରେ ପରିବର୍ତନ କରିଥିଲେ ଓ ଜାନୁଆରୀ କୁ କ୍ୟାଲେଣ୍ଡର ର ପ୍ରଥମ ମାସ ଘୋଷଣା କରିଥିଲେ l ଜାନୁଆରୀ ୧ତାରିଖ କୁ ନୂଆ ବର୍ଷ ପାଳନ କରିବାର ନିୟମ ୧୫୮୨ ବେଳକୁ ଗ୍ରେଗୋରିଆନ କ୍ୟାଲେଣ୍ଡର ର ଆରମ୍ଭ ପରେ ହେଲା l
ଜାନୁଆରୀ ଏଭଳି ହେଲା ବର୍ଷର ପ୍ରଥମ ମାସ –
୧୫୮୨ ପୂର୍ବରୁ ନୂଆ ବର୍ଷ ମାର୍ଚ୍ଚ ମାସରେ ବସନ୍ତ ଋତୁରେ ଆରମ୍ଭ ହେଉଥିଲା, କିନ୍ତୁ ନୁମା ଙ୍କ ନିଷ୍ପତି ପରେ ଜାନୁଆରୀ ରୁ ବର୍ଷର ଆରମ୍ଭ ହୋଇଥିଲା l ମାର୍ଚ୍ଚ ମାସର ନାମ ରୋମାନ ଦେବତା ମର୍ସ ଙ୍କ ନାମରେ ରଖାଯାଇ ଥିଲା , ଯିଏକି ଯୁଦ୍ଧ ର ଦେବତା ଥିଲେ l ଅନ୍ୟ ପକ୍ଷରେ ଜାନୁଆରୀ ରୋମାନ ଦେବତା ଜେନସ ଙ୍କ ନାମରେ ରଖା ଯାଇଥିଲା l ଯାହାଙ୍କର ୨ଟି ମୁଖ ଥିଲା, ଆଗ ମୁଖକୁ ପ୍ରାରମ୍ଭ ଓ ପଛ ଭାଗ ମୁଖ ଶେଷ ବୋଲି ଗ୍ରହଣ କରାଯାଉ ଥିଲା l ନୁମା ବର୍ଷର ଆରମ୍ଭ ପାଇଁ ଦେବତା ଜେନସ ଙ୍କୁ ବାଛିଥିଲେ ଓ ଏମିତିରେ ଜାନୁଆରୀ ବର୍ଷର ପ୍ରଥମ ମାସ ହୋଇଗଲା l