Odisha news

ଟି-ବ୍ୟାଗ ବ୍ୟବହାର କରୁଥିବା ବ୍ୟକ୍ତି ହୋଇଯାଆନ୍ତୁ ସାବଧାନ ! ହୋଇ ପାରନ୍ତି ବାଂଝପଣର ଶିକାର : ଏକ୍ସପର୍ଟଙ୍କ ଚେତାବନୀ

0

ଚା ପିଉଥିବା ଅନେକ ଭାରତୀୟ ସାଧାରଣ ଭାବରେ ବିଭିନ୍ନ କମ୍ପାନୀ ର ଟି-ବ୍ୟାଗ ବ୍ୟବହାର ନିୟମିତ କରିଥାଆନ୍ତି, କିନ୍ତୁ ଏହା ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ l ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଖୁଲାସା ହୋଇଛି ଯେ ଟି-ବ୍ୟାଗ ରୁ ବାହାରୁଥିବା ମାଇକ୍ରୋପ୍ଲାସ୍ଟିକ କ୍ୟାନ୍ସର ଓ ବାଂଝପଣ ଭଳି ଗମ୍ଭୀର ରୋଗର ବିପଦ ଦେଖା ଯାଇଥାଏ l ବାର୍ଷି ଲୋନl ର ବିଶ୍ୱବିଦ୍ୟାଳୟ ବୈଜ୍ଞାନିକ ମାନେ ଗୋଟିଏ ଅଧ୍ୟୟନ କରିଥିଲେ ଗରମ ପାଣି ରେ ଟି-ବ୍ୟାଗ ବୁଡ଼ାଇବା ଦ୍ୱାରା ଅନେକ ମାତ୍ରାରେ ଛୋଟ ଛୋଟ ମାଇକ୍ରୋପ୍ଲାସ୍ଟିକ ବାହାରିଥାଏ, ଯାହାକି ମାନବ ଶରୀରକୁ ଦ୍ରୁତ ଗତିରେ ପ୍ରବେଶ କରିଥାଏ l

କଣ ହୋଇଥିଲା ଏହି ଅଧ୍ୟୟନ ରେ –
ଗବେଷକ ମାନେ ଅଧ୍ୟୟନ ସମୟ ରେ ତିନିପ୍ରକାର ର ଟି-ବ୍ୟାଗ କୁ ସାମିଲ କରାଯାଇଥିଲା, ଏବଂ ଏଥିରେ ନାଇଲନ, ପୋଲିପ୍ରପୋଲିନ ଓ ସୁପର ମାର୍କେଟ ରେ ଉପଲବ୍ଧ ସାମାନ୍ୟ ଟି -ବ୍ୟାଗ ସାମିଲ କରାଯାଇଥିଲା, ଏହି ଟି -ବ୍ୟାଗ ଗୁଡିକୁ ୯୫ ଡିଗ୍ରୀ ସେଣ୍ଟୀଗ୍ରେଡ଼ ରେ ଉତ୍ତାପ ରେ ରଖାଯାଇ ଥିଲା, ଏଥିରେ ଜଣାପଡିଥିଲା ପୋଳିପ୍ରପୋଲିନ ଟି -ବ୍ୟାଗ ଶରୀର ପାଇଁ ଖୁବ କ୍ଷତିକାରକ, ଯାହାକି ପ୍ରତି ମିଲିଲିଟର ୧.୨ ବିଲିୟନ ମାଇକ୍ରୋପ୍ଲସ୍ଟିକ ଆମ ଶରୀରରେ ଛାଡି ଥାଏ, ଏବଂ ନାଇଲନ ଟି -ବ୍ୟାଗ ରେ ପ୍ରତି ମିଲି ଲିଟର ରେ ୮.୧୮ ମିଲିୟନ ମାଇକ୍ରୋପ୍ଲାସ୍ଟିକ ଛାଡ଼ିଥାଏ l

ସ୍ୱାସ୍ଥ୍ୟ ଉପରେ ପଡିଥାଏ ଗମ୍ଭୀର ସମସ୍ୟା –
ଗବେଷଣା ରେ ମିଳିଥିବା ମାଇକ୍ରୋପ୍ଲାସ୍ଟିକ ଶରୀର ର ଅନ୍ତରୀକ ଅଙ୍ଗ ରେ ଜମା ହୋଇପାରିବ, ଏହା ଡିଏନଏ କୁ ମଧ୍ୟ ପ୍ରଭାବିତ କରିଥାଏ, ବୈଜ୍ଞାନିକ ମାନେ ଏହା ଚେତାବନୀ ଦେଇଛନ୍ତି ଯେ ଏହାର ଅଣୁ କ୍ୟାନ୍ସର, ବାଞ୍ଝପନ ଓ କୋଲନ ଜନିତ ରୋଗର ସମ୍ଭାବନା ରହିଥାଏ, ଗୋଟିଏ ଚିନି ଅଧ୍ୟୟନ ଅନୁସାରେ ମାଇକ୍ରୋପ୍ଲାସ୍ଟିକ ସହିତ ଜଡିତ ଖାଦ୍ୟ ଅନ୍ତ ର ସୁରକ୍ଷା କବଚ କୁ ଦୁର୍ବଳ କରିଦେଇ ଥାଏ l ଏବଂ କ୍ୟାନ୍ସର ସେଲ କୁ ଦ୍ରୁତ ଗତିରେ ବ୍ୟାପିବାରେ ସାହାଯ୍ୟ କରିଥାଏ, ଏହାଛଡା ମାଇକ୍ରୋପ୍ଲାସ୍ଟିକ କାରଣରୁ ସ୍ପର୍ମ ଉପରେ ମଧ୍ୟ ପ୍ରଭାବ ପଡିଥାଏ l

ଏକ୍ସପର୍ଟ ଙ୍କ ଆଲର୍ଟ –
ପ୍ଲାଷ୍ଟିକ ହେଲଥ କାଉନ୍ସିଲ ର ଫାଉଣ୍ଡର କହିଛନ୍ତି ପ୍ଲାଷ୍ଟିକ ର ବିପଦ କୁ ବୈଜ୍ଞାନିକ ମାନେ ବାରମ୍ବାର ଚେତାବନୀ ଦେଇଛନ୍ତି, ଇଣ୍ଟରନେଶନାଲ କମ୍ୟୁନିଟି କୁ ଏହି ଦିଗରେ ତୁରନ୍ତ କାର୍ଯ୍ୟ କରିବାକୁ ଚେତାବନୀ ଦିଆଯାଇଛି, ପ୍ଲାଷ୍ଟିକ ଟି -ବ୍ୟାଗ ପରିବର୍ତେ ଆପଣ ସାଧାରଣ ଚା ଗୁଣ୍ଡ ବ୍ୟବହାର କରିବା ଜରୁରୀ l

Leave A Reply