Odisha news

ଜିଲ୍ଲାପାଳଙ୍କ ସ୍ବାସ୍ଥ୍ୟ ବିଭାଗ ର ସମୀକ୍ଷା ବୈଠକ : ସମସ୍ତେ ଏକ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ                    

0

ନୂଆପଡ଼ା -୨୬/୧୨(ସୁରେନ୍ଦ୍ର ତିୱାରୀ) ଆଜି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ମଧୁସୁଦନ ଦାଶ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବ୍ୟାପୀ ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ ଯୋଜନା ଓ କାର୍ଯର ସମୀକ୍ଷା ପୁଙ୍ଖାନୁପୁଙ୍ଖ କରାଯାଇଥିଲା। ଉପରୋକ୍ତ ବୈଠକ ରେ ଅତିରିକ୍ତ ଜିଲ୍ଲା ଚିକି୍ସା ଅଧିକାରୀ ଡ.ଉମାକାନ୍ତ ମେହେର, ଡ.ଲଳିତ ମୋହନ ବିଶି , ଡି.ପି.ଏମ. ଦିଲୀପ କୁମାର ଦୁବେ, ଡି.ଏମ. ଆର.  ସି.ଏଚ ରଞ୍ଜନରଶ୍ମୀ ମହାନ୍ତି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ ଅଧିକାରୀଗଣ ଯୋଗଦାନ କରିଥିଲେ। ପ୍ରଜନନ ଓ ଶିଶୁ ସ୍ବାସ୍ଥ୍ୟ,ଅଣ ସଂକ୍ରାମକ ରୋଗ, ଯକ୍ଷ୍ମା, ପି.ସି.ପି.ଏନ.ଡି.ଟି., ଜିଲ୍ଲା ର ବିଭିନ୍ନ ସ୍ଵାସ୍ଥ୍ୟ ସେବା ଅନୁଷ୍ଠାନ ର ଗୁଣବତ୍ତା ଉପରେ ବିଶଦ ଭାବେ ବୈଠକ ରେ ଆଲୋଚନା କରି ଜିଲ୍ଲାପାଳ ଶ୍ରୀ ଦାଶ ଗୁରୁତ୍ୱାରୋପ କରିଥିଲେ । ଡି.ପି.ଏମ. ଶ୍ରୀ ଦୂବେ ଓ  ଡି.ଏମ.ଆର.  ସିଏଚ ଶ୍ରୀ ମହାନ୍ତି ପାୱାର ପଏଣ୍ଟ ମାଧ୍ୟମରେ ସ୍ଵାସ୍ଥ୍ୟ ବିଭାଗ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତାଲିକାକୁ ଦର୍ଶାଇ ବିଶଦ ଭାବେ ଅବଗତ କରାଇ ଥିଲେ। ଯେଉଁ ଯେଉଁ ପରିମାପକ ରେ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ ବ୍ୟାହତ ହେଇଛି ତା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ଦାଶ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ କୁ ତାଗିଦ କରିଥଲେ। ସ୍ବାସ୍ଥ୍ୟ ବିଭାଗ ର କ୍ଷେତ୍ର କର୍ମଚାରୀ ଏବଂ  ସ୍ଵାସ୍ଥ୍ୟ ଅଧିକାରିଙ୍କ ମଧ୍ୟ ରେ ଠିକ ରୁପେ ତାଲମେଳ ଅଭାରୁ ସ୍ଵାସ୍ଥ୍ୟ ସେବା ବ୍ୟାହତ ହେତୁ ଜିଲ୍ଲାପାଳ ନୂଆଁ ବର୍ଷ ର ଅଗ୍ରୀମ ଅଭିନନ୍ଦନ ସମସ୍ତଙ୍କୁ ଜଣାଇ ଏକ ହୋଇ ସମସ୍ତେ କାର୍ଯ୍ୟ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଏ ଅବସର ରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ର ବିଭିନ୍ନ ବର୍ଗ ରେ କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତା କୁ ଆଧାର କରି ସମ୍ମାନୀତ କରାଯାଇଥିଲା। ଆଶା କୁଶୁମାଞ୍ଜଳି ମାଝି, ଗୋର୍ଲା ସିନାପାଲି, ଏ.ଏନ.ଏମ. ଅଞ୍ଜଳି ଅହିର ଓ ସବିତା ଆହିର ଗୋର୍ଲ ସିନାପାଲି, ସି.ଏଚ.ଓ. ସନ୍ଦିପାରାନି ସୁନାନୀ ଲଖନା, କୋମନା, ସ୍ଵାସ୍ଥ୍ୟକର୍ମୀ  ଦିପେଶ ପତି, ବୋଇରଗାଁ, ବୋଡ଼େନ ପ୍ରମୁଖ ସମ୍ମାନୀତ କରାଯାଇଥିଲା।

Leave A Reply