Odisha news

ରେଡ ୱାଇନ ହାର୍ଟ ସମ୍ବନ୍ଧିତ ବିପଦ କୁ ହ୍ରାସ କରିବ : ଷ୍ଟଡିରୁ ହେଲା ଖୁଲାସା

0

ବର୍ଷୀଲୋନା ବିଶ୍ୱ ବିଦ୍ୟାଳୟ ର ରିସର୍ଚ୍ଚ ଅନୁସାରେ ଜଣାପଡିଛି ଯେ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଗୋଟିଏ ଗ୍ଲାସ ରେଡ ୱାଇନ ସେବନ କରିବ ତେବେ ହାର୍ଟ ସମ୍ବନ୍ଧିତ ସମସ୍ୟା କମ ହୋଇଯିବ l  ଏପରିକି ଡାକ୍ତରଙ୍କ ନିକଟକୁ ଯିବାକୁ ପଡିବ ନାହିଁ, ସ୍ପେନ ରେ କିଛି ଲୋକଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା ଯେଉଁମାନେ ହାର୍ଟ ସମ୍ବନ୍ଧିତ କିଛିନା କିଛି ସମସ୍ୟା ରେ ପୀଡିତ ଥିଲେ ଏବଂ ସେମାନେ ମେଡ଼ିଟେରିଆନ ଡାଏଟ ସେବନ କରୁଥିଲେ l

ମେଡ଼ିଟେରିଆନ ଡାଇଟ ସବୁଜ ପନିପରିବା ଉପରେ ଆଧାରିତ ଖାଦ୍ୟ ଅଟେ, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର, ଏଥିରେ ବିଭିନ୍ନ ଫଳ-ପନିପରିବା ଅଧିକ ମାତ୍ରାରେ ଖାଇବାକୁ ପଡିଥାଏ, ଏବଂ ମିଲକ ପ୍ରଡକ୍ଟ ଅଣ୍ଡା-ମାଂସ କିମ୍ବା ପ୍ରୋସେସଡ଼ ଫୁଡ ଆଦୌ ଖାଇବା ଠିକ ନୁହେଁ ବୋଲି କୁହାଯାଇ ଥାଏ l ଏବଂ ଖାଦ୍ୟରେ ଚିନି ଓ ଲୁଣ ଖୁବ ମାତ୍ରାରେ ସେବନ କରାଯାଇ ଥାଏ l

କଣ କହୁଛି ଗବେଷଣା –
ଗବେଷଣା ଅନୁସାରେ ଯେଉଁ ଲୋକମାନେ ପ୍ରତିଦିନ ଅଧ ରୁ ଗୋଟିଏ ଗ୍ଲାସ ରେଡ ୱାଇନ ପିଉଛନ୍ତି, ସେମାନଙ୍କ ମଧ୍ୟରେ ହାର୍ଟ ଆଟାକ , ହାର୍ଟ ଷ୍ଟ୍ରୋକ ଭଳି ଗମ୍ଭୀର ସମସ୍ୟା ସମ୍ଭାବନା ଖୁବ କମ ଦେଖିବାକୁ ମିଳିଥିଲା l ଯେଉଁମାନେ ରେଡ ୱାଇନ ଛଡା ଅନ୍ୟ ମଦ ସେବନ କରୁଥିଲେ ସେମାନଙ୍କ ନିକଟରେ ଅଧିକ ହାର୍ଟ ସମସ୍ୟା ଦେଖିବାକୁ ମିଳିଥିଲା l

କଣ ରହିଛି ଏକ୍ସପର୍ଟ ଙ୍କ ମତ –
ଏହି ରିସର୍ଚ୍ଚ ରେ ସାମିଲ ହୋଇଥିବା ୧୨୩୨ ବ୍ୟକ୍ତି ମେଡ଼ିଟେରିଆନ ଡାଇଟ ଗ୍ରହଣ କରିବା ସହିତ ନିୟମିତ ଭାବରେ ରେଡ ୱାଇନ ସେବନ କରୁଥିଲେ , ସେମାନଙ୍କ ନିକଟରେ ହାଇ ସୁଗାର, ହାଇ କୋଲେଷ୍ଟ୍ରଲ, ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳିଥିଲା, କିନ୍ତୁ ହାର୍ଟ ସମ୍ବନ୍ଧିତ କୌଣସି ସମସ୍ୟା ଦେଖିବାକୁ ମିଳି ନଥିଲା l ଏବଂ ସେମାନଙ୍କ ବ୍ଲଡ଼ ଟେଷ୍ଟ  ହେବା ଦ୍ୱାରା ଜଣାପଡିଲା ଯେ ଅଙ୍ଗୁର ଏବଂ ଅଙ୍ଗୁର  ସମ୍ବନ୍ଧିତ କିଛିଟା ଏସିଡ ରହିଛି ଯାହାକି ହାର୍ଟ କୁ ସୁରକ୍ଷିତ ରଖୁଛି l  କିନ୍ତୁ ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଠିକ ଜିବନଶୈଳୀ ମଧ୍ୟ କିଛିଟା ପ୍ରଭାବ ପକାଉଛି l

କିନ୍ତୁ ରେଡ ୱାଇନ ମଧ୍ୟ ସୀମିତ ମାତ୍ରାରେ ସେବନ କରିବା ଜରୁରୀ ଆବଶ୍ୟକତା ଠାରୁ ଅଧିକ ଅନ୍ୟାନ୍ୟ ରୋଗରେ ପୀଡିତ କରିଥାଏ l

Leave A Reply