By Suvendra Pattanaik : ସାରା ବିଶ୍ୱ ବର୍ତମାନ ନୂଆ ବର୍ଷ ୨୦୨୫ କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଛି, ବର୍ଷର ଶେଷ ମାସ ଡିସେମ୍ବର ରେ ଆମେ ପାଦ ଥାପିଛୁ , ୨୦୨୪ ଅନେକ ଭଲ ଓ ଖରାପ ଅନୁଭୂତି ମଧ୍ୟ ଦେଇଛି, ସେହିଭଳି ୨୦୨୪ ରାଜନୀତି ବେଶ ଗରମ ଥିଲା ଭାରତ ସମେତ ସାରା ବିଶ୍ୱରେ , ଘଟି ଯାଇଥିଲା ଅନେକ ରାଜନୈତିକ ଘଟଣା l
– ୧୯ ଅପ୍ରେଲ ରୁ ଜୁନ ୧ ତାରିଖ ୨୦୨୪ ରେ ୭ଟି ଚରଣ ରେ ସାଧାରଣ ମତଦାନ ଅନୁଷ୍ଠିତ ହୋଇଥିଲା, ୨୦୨୪ ର ମତଦାନ ର ଫଳାଫଳ ଆଶ୍ଚର୍ଯ୍ୟ କଲାଭଳି ଥିଲା, ଗୋଟିଏ ପଟରେ NDA ‘ଅବ କୀ ବାର ୪୦୦ ପାର ‘ ର ନାରା ଦେଇ ମତଦାନ ମୈଦାନ କୁ ଓଲ୍ହାଇ ଥିବା ବେଳେ, NDA କୁ ହରାଇବା ପାଇଁ ବିପକ୍ଷ ଦଳ INDIA ଆଲାଏନ୍ସ ପ୍ରସ୍ତୁତ କଲା ମୋଦୀ ସରକାର ଙ୍କୁ ହରାଇବା ପାଇଁ , NDA ୪୦୦ ରେ ପହଂଚି ପାରିଲା ନାହିଁ, କିନ୍ତୁ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ l
– ଓଡିଶା ରାଜନୀତି ମଧ୍ୟ ଚଳିତ ଥର ବେଶ ଗରମ ଥିଲା, ଚଳିତ ଥର ଓଡ଼ିଶାରେ ବିଧାନସଭା ମତଦାନ ହୋଇଥିଲା, ଓଡିଶା ରାଜନୀତି ର ମହାନାୟକ କୁହାଯାଉଥିବା ନବୀନ ପଟନାୟକ ଙ୍କ ୨୫ ବର୍ଷ ଶାସନ ର ଅନ୍ତ ଘଟିଲା, ୨୦୨୪ ରେ ଭାରତୀୟ ଜନତା ପାର୍ଟି ବିପୁଳ ଭୋଟ ରେ ବିଜୟ ହାସଲ କରି ରାଜ୍ୟରେ ନୂଆ ସରକାର ଗଢ଼ିଥିଲା, ଓଡିଶା ବିଧାନସଭା ମତଦାନ ରେ ବିଜେଡି ୫୧ ଟି ସିଟ ରେ ସୀମିତ ରହିଗଲା, ଏବଂ ବିଜେପି ୭୮ ସିଟ ନିଜ ନାମରେ କରିଥିଲା, ରେ ବିଜେଡି ସରକାରର ୨୫ ବର୍ଷ ସରକାର ର ଅନ୍ତ ଘଟିଲା l
– ସବୁଠୁ ଆଶ୍ଚର୍ଯ୍ୟ ଘଟଣା ଘଟିଥିଲା ଶିକ୍କିମ ରେ, ସରକାରଙ୍କ କାର୍ଯ୍ୟରେ ଆକ୍ଷି ରଖିଥାଏ ବିପକ୍ଷ ଦଳ, କିନ୍ତୁ ଭାବିଲେ ଦେଖି ଯଦି ବିପକ୍ଷ ଦଳ ବିଧାନ ସଭାରେ ନଥିବେ ସେଠି ସରକାର ଙ୍କର କି ଅଦ୍ଭୁତ ପରିସ୍ଥିତି, ସେହିଭଳି କିଛି ଶିକ୍କିମ ରାଜନୀତି ରେ ମଧ୍ୟ ଘଟିଛି, ବିପକ୍ଷ ଦଳରେ କୌଣସି ବିଧାୟକ ନାହାନ୍ତି, ୩୨ ସିଟ ବିଶିଷ୍ଟ ଶିକ୍କିମ ବିଧାନସଭା ମତଦାନ ରେ ସିକିମ କ୍ରାନ୍ତିକାରୀ ମୋର୍ଚା ଅର୍ଥାତ SKM ବିଜୟ ହାସଲ କରିଥିଲା l
– ମହାରାଷ୍ଟ୍ର ରାଜନୀତି ମଧ୍ୟ ଖୁବ ଗରମ ଥିଲା, ଉଭୟ ଲୋକସଭା ଏବଂ ବିଧାନସଭା ମତଦାନ ହୋଇଥିଲା, ଲୋକସଭା ମତଦାନ ରେ ଯେଉଁଠି ମହାରାଷ୍ଟ୍ର ରେ ମହାୟୁତି ସଂଗଠନ ନିରାଶା ର ସମୁଖୀନ ହୋଇଥିଲା, ସେହି ମହାରାଷ୍ଟ୍ର ରେ ବିଧାନସଭା ମତଦାନ ରେ ମହାରାଷ୍ଟ୍ର ଜନତା ମନଖୋଲି ସମର୍ଥନ ଦେଇଥିଲେ, ଏବଂ ଯେଉଁଠି ପୂର୍ବରୁ ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ଥିଲେ ବର୍ତମାନ ସେଠାରେ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଅଛନ୍ତି l
– ଦିଲ୍ଲୀ ଦରବାର ମଧ୍ୟ କିଛି ଅଲଗା ରାଜନୀତି ଚାଲିଥିଲା, ଆମ ଆଦମୀ ପାର୍ଟି ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଜେଲ ରୁ ବାହାରିବା ପରେ ଗୋଟିଏ ଅଦ୍ଭୁତ ନିଷ୍ପତି ନେଇଥିଲେ, ସେ ୧୭ ସେପ୍ଟେମ୍ବର ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଏବଂ ସେ କହିଥିଲେ ଯେ ଯେତେଦିନ ପର୍ଯ୍ୟନ୍ତ ଦିଲ୍ଲୀ ର ଜନତା ତାଙ୍କୁ କ୍ଲିନ ଚିଟ ଦେବେ ନାହିଁ ସେ ମୁଖ୍ୟମନ୍ତ୍ରୀ ପଦବୀ ସ୍ୱୀକାର କରିବେ ନାହିଁ l ଏହାପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଙ୍କୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ବିଧାୟକ ଦଳର ବୈଠକ ରେ ଆତିଶି ଦିଲ୍ଲୀ ର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହେଲା l
– ଲୋକସଭା ମତଦାନ ୨୦୨୪ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କ ପାଇଁ ଖୁବ ବିଶେଷ ଥିଲା, ୨୦୧୯ ଲୋକସଭା ମତଦାନ ରେ ଯେଉଁଠି ରାହୁଲ ଗାନ୍ଧୀ UP ର ଆମେଥି ଲୋକସଭା ସିଟ ରୁ ହାର ର ସମୁଖୀନ ହୋଇଥିଲେ, କିନ୍ତୁ ୨୦୨୪ ରେ ସେ ଆମେଥି ରୁ ବିଜୟ ଲାଭ କରିଥିଲେ, ନେହରୁ-ଗାନ୍ଧୀ ପରିବାର ର ଅନ୍ୟ ଜଣେ ସଦସ୍ୟ ପ୍ରିୟଙ୍କା ଗାନ୍ଧୀ ବାଡ୍ରl ଚଳିତ ଥର ରାଜନୀତି ରେ ସକ୍ରିୟ ହୋଇଛନ୍ତି l ୨୦୨୪ ରେ ଆମେଥି ଓ ୱାୟନାଡ଼ ଲୋକସଭା ଆସନରୁ ବିଜୟ ହାସଲ କରିବା ପରେ ରାହୁଲ ଗାନ୍ଧୀ ୱାୟାନାଡ଼ ଆସନ ଛାଡି ଦେଇଥିଲେ ଏବଂ ଏଠାରେ ପୁନର୍ବାର ମତଦାନ ହେବାରୁ ପ୍ରିୟଙ୍କା ଠିଆ ହୋଇ ବିଜୟ ଲାଭ କରିଥିଲେ l
– ଚଳିତଥର ଜାମ୍ମୁ-କାଶ୍ମୀର ରେ ବିଧାନସଭା ମତଦାନ ଐତିହାସିକ ଥିଲା, ଜାମୁ -କାଶ୍ମୀର ରେ ଅନୁଛେଦ 370 ହଟିବା ପରେ ଏହା ପ୍ରଥମ ବିଧାନସଭା ମତଦାନ ଥିଲା, ଏହି ମତଦାନ ରେ ଉମର ଅବଦୁଲ୍ଲା ଙ୍କ ପାର୍ଟି ନେସନାଲ କନଫରେନ୍ସ ବିପିଏଲ ବିଜୟ ହାସଲ କରିଥିଲା ଏବଂ ଉମର ଅବଦୁଲା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ l
– ଝାରଖଣ୍ଡ ମୁକ୍ତି ମୋର୍ଚାର ନେତା ଓ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଙ୍କ ରାଜନୈତିକ କ୍ୟାରିଅର ବାଜି ଲାଗି ଯାଇଥିଲା, ଜାନୁଆରୀ ରେ ହେମନ୍ତ ସୋରେନ ଘୋଟାଲା କେଶ ଗିରଫ ହୋଇଥିଲେ, ଏହି ସମୟ ରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ପରେ ଚମ୍ପାଇ ଭାଜପା ରେ ମିଶିଥିଲେ l ପରେ ହେମନ୍ତ ଙ୍କୁ ଜାମିନ ମିଳିଥିଲା ଏବଂ ସେ ୨୦୨୪ ବିଧାନସଭା ମତଦାନ ରେ ବିଜ୍ଞ ହାସଲ କରି ମୁଖ୍ୟମନ୍ତ୍ରୀ ପଦବୀ ଗ୍ରହଣ କରିଥିଲେ l
ବିଶ୍ୱ ରାଜନୀତି ୨୦୨୪ –
– ଆମେରିକାରେ ଜୋ ବାଇଡେନ ସରକାର କୁ ପଛରେ ପକାଇ ଡୋନାଲଡ ଟ୍ରମ୍ପ ଙ୍କୁ ଆମେରିକା ବାସୀ ନୂତନ ସରକାର ଭାବରେ ବାଛି ଛନ୍ତି l କମଳା ହାରିସ ଙ୍କ ଡେମୋକ୍ରାଟିକ ପାର୍ଟି କୁ ହରାଇ ଡୋନାଲଡ ଟ୍ରମ୍ପ ଙ୍କ ରିପବ୍ଲିକାନ ଦଳ ଦ୍ଵିତୀୟ ଥର ସରକାର ଗଢ଼ିବ l
– ବଙ୍ଗଳାଦେଶ ରେ ଶେଖ ହସିନା ସରକାର ର ଅନ୍ତ ଘଟିଛି, ବିଦ୍ରୋହୀ ମାନେ ଦେଶରୁ ହସିନା ସରକାର ଙ୍କୁ ବିତାଡିତ କରିବା ପରେ ସେ ଭାରତରେ ଆଶ୍ରୟ ନେଇଛନ୍ତି, ଏବଂ ଏହାପରେ ମହମ୍ମଦ ୟୁସୁଫ ବଙ୍ଗଳାଦେଶ ର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି l
– ସିରିଆ ଗୃହ ଯୁଦ୍ଧର ଶିକାର ହୋଇଥିଲା, ଏବଂ ୫୦ ବର୍ଷ ଧରି ସିରିଆରେ ଶାସନ କରି ଆସୁଥିବା ବସର ଅଲ ଅସଦ ସରକାର ର ପତନ ହେଲା, ଏବଂ ବସର ଅଲ -ଅସଦ ଦେଶ ଛାଡି ପଳାୟନ କରିଥିଲେ, ଏହାପରେ ବିଦ୍ରୋହିମାନେ ପ୍ରଧାନମନ୍ତ୍ରୀ ଜଲାନି ଙ୍କୁ ଦେଶର ଦାୟିତ୍ୱ ସମର୍ପଣ କରିଥିଲେ l