ଟିମ୍ ଇଣ୍ଡିଆର ପୂର୍ବ କ୍ରୀକେଟିଆର ରବୀନ ଉଥାପା ଙ୍କ ବିରୁଦ୍ଧରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି, ଉଥାପା ଙ୍କୁ କଥିତ ଭାବରେ ଭବିଷ୍ୟ ନିଧି ରେ ଢ଼ୋଖାଧାଡି ମାମଲାରେ ୱାରେଣ୍ଟ ଜାରି ହୋଇଛି, ଉଥାପା ସେଞ୍ଚୁରୀଯ ଲାଇଫ ଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡ଼ ନାମରେ ଗୋଟିଏ କମ୍ପାନୀ ଚଳାଇ ଛନ୍ତି, ଏହି କମ୍ପାନୀ କର୍ମଚାରୀ ମାନଙ୍କର ବେତନ ରୁ କଟା ଯାଇଥିବା ଅର୍ଥ କୁ ସେମାନଙ୍କ PF ଖଟରେ ଜମା କରିବାରେ ବିଫଳ ହୋଇଛି, ଯେଉଁ କାରଣରୁ ୨୪ ଲକ୍ଷ ଟଙ୍କାର ଢ଼ୋଖାଧାଡି ହୋଇ ଥିବାର ସୂଚନା ମିଳିଛି l
ବର୍ତମାନ ରବୀନ ଉଥାପା ପାଖାପାଖି ୨୪ ଲକ୍ଷ ଟଙ୍କା ସୁଝିବେ ୨୭ ଡିସେମ୍ବର ମଧ୍ୟରେ , ନଚେତ ତାଙ୍କୁ ଗିରଫ କରାଯିବ, ଏହି ୱାରେଣ୍ଟ ସଦାକ୍ଷରି ଗୋପାଳ ରେଡି ଜାରି କରିଛନ୍ତି, ଏବଂ ଏହି ୱାରେଣ୍ଟ ଅନୁସାରେ ପୂଲକେସିନଗର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ l
ଡିସେମ୍ବର ୪ ତାରିଖରେ ରେଡି ଙ୍କ ପକ୍ଷରୁ ଲେଖା ଯାଇଥିବା ଗୋଟିଏ ପତ୍ର ରେ ପୋଲିସ ୱାରେଣ୍ଟ କୁ ଗୁରୁତ୍ୱ ଦେଉ ବୋଲି ଉଲ୍ଲେଖ କରାଯାଇ ଥିଲା, ପରେ PF କାର୍ଯ୍ୟାଳୟ କୁ ଫେରାଇ ଦିଆଯାଇ ଥିଲା, କାହିଁକିନା ଉଥାପା ନିଜର ପୂର୍ବ ଠିକଣାରେ ରହୁ ନାହାନ୍ତି l ପୋଲିସ ପକ୍ଷରୁ ଯାଞ୍ଚ କୁ ଆଗକୁ ବଢାଇବା ପାଇଁ ଉଥାପା ଙ୍କ ଠିକଣା ଅନୁସନ୍ଧାନ କରାଯାଉଛି l