Odisha news

ଶରୀରର କିଛିଟା ଅଙ୍ଗର ଯନ୍ତ୍ରଣା ଟାଣି ନେଇଥାଏ ଗମ୍ଭୀର ରୋଗ ଆଡକୁ , ହୋଇ ଯାଆନ୍ତୁ ସତର୍କ  

0

ଆଜିକାଲି ଖୁବ କମ ବୟସରେ କିଡ୍ନୀ ରୋଗରେ ଅନେକ ଲୋକ ପ୍ରଭାବିତ ହେଉ ଥିବାର ଖବର ଶୁଣିବାକୁ ମିଳୁଛି l କିଡ୍ନୀ ଆମ ଶରୀରର ବର୍ଜ୍ୟ ବସ୍ତୁକୁ ବାହାର କରିବାରେ ସାହାଯ୍ୟ କରିଥାଏ l ୨ଟି ଛୋଟ ମଞ୍ଜି ଭଳି ଦେଖାଯାଉଥିବା ଏହି ଅର୍ଗାନ ଶରୀର ର ଖୁବ ଗୁରୁତ୍ୱପୂର୍ଣ କାର୍ଯ୍ୟ କରିଥାଏ l ଯଦି ଆମ କିଡ୍ନୀ କୌଣସି କାରଣରୁ ପ୍ରଭାବିତ ହୋଇଥାଏ ତେବେ ଏହାର ସଂକେତ ଶରୀରର ଅନ୍ୟ ଅଙ୍ଗ ରେ ଦେଖିବାକୁ ମିଳିଥାଏ l

ପିଠି ରେ ହୋଇଥାଏ ଯନ୍ତ୍ରଣା –
କିଡ୍ନୀ ଯଦି କିଛି ଖରାପ ସ୍ଥିତି କୁ ଯାଇଥାଏ ତେବେ ପିଠି ରେ ଖୁବ ଅଧିକ ଯନ୍ତ୍ରଣା ହୋଇଥାଏ, ପିଠି ରେ ଯନ୍ତ୍ରଣା ଏଭଳି ହୋଇଥାଏ ଯେ ଉଠିବା ବସିବା ପିନ ମଧ୍ୟ କଷ୍ଟ ହୋଇଥାଏ l ଯଦି ଏହି ଯନ୍ତ୍ରଣା ଦୀର୍ଘ ଦିନ ପର୍ଯ୍ୟନ୍ତ ରହୁଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

ପେଟ ରେ ହୋଇଥାଏ ଯନ୍ତ୍ରଣା –
କିଡ୍ନୀ ଖରାପ ହେବାର ପ୍ରାରମ୍ଭିକ ଲକ୍ଷଣ ରେ ପେଟ ଯନ୍ତ୍ରଣା ମଧ୍ୟ ସାମିଲ ରହିଛି l ଯେତେବେଳେ ଆମ କିଡ୍ନୀ ଖରାପ ହୋଇଥାଏ, ତେବେ ମେଟାବୋଲିକ ରେଟ ମଧ୍ୟ ପ୍ରଭାବିତ ହୋଇଥାଏ l ଏମିତିରେ ଡାଇରିଆ ଲକ୍ଷଣ ଦେଖିବାକୁ ମିଳିଥାଏ l ଏପରିସ୍ଥିତି ରେ ପେଟ ଯନ୍ତ୍ରଣା ଖୁବ ବଢ଼ିଯାଇ ଥାଏ l ଯଦି ଏହି ଯନ୍ତ୍ରଣା ଦୀର୍ଘ ଦିନ ପର୍ଯ୍ୟନ୍ତ ରହୁଛି ତେବେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ l

ଶିରାପ୍ରଶୀରl  ରେ ହୋଇଥାଏ ଯନ୍ତ୍ରଣା –
କିଡ୍ନୀ ଖରାପ ହେବାର ଲକ୍ଷଣ ରେ ହାଡ଼ ଗଣ୍ଠି ଯନ୍ତ୍ରଣା ସହିତ ସିରା ପ୍ରଶିରା ରେ ମଧ୍ୟ ଯନ୍ତ୍ରଣା ହେବାକୁ ଲାଗିଥାଏ l ଯଦି ଏଭଳି କିଛି ସମସ୍ୟା ଲଗାତାର ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ସାକ୍ଷାତ କରିବା ଜରୁରୀ ଅଟେ l

Leave A Reply