କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ବୈଷ୍ଣବ ଚରଣ ସାମଲଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି
ଭୁବନେଶ୍ୱର, କଟକ; ତା.୧୯/୧୨: ବିଶିଷ୍ଟ ଓଡିଆ ସାହିତ୍ୟିକ ଶ୍ରୀ ବୈଷ୍ଣବ ଚରଣ ସାମଲଙ୍କୁ ତାଙ୍କ ରଚିତ “ଭୁତି ଭକ୍ତି ବିଭୁତି” ପୁସ୍ତକ ପାଇଁ ୨୦୨୪ ମସିହାର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏହି ଖୁସି ଖବର ଆସିବା ପରେ ସମଗ୍ର ଓଡିଶାବାସୀ ଏବଂ ବିଶେଷ ଭାବେ ଓଡିଆ ପାଠକ ପାଠିକାଙ୍କ ମନରେ ଅନେକ ଆନନ୍ଦ ଆଣିଦେଇଛି । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ଶ୍ରୀ ସାମଲଙ୍କ କଟକ ଚାଉଳିଆଗଂଜସ୍ଥିତ ବାସଭବନକୁ ଯାଇ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ।
ଦେଶ ତଥା ବିଦେଶରେ ଓଡିଆଙ୍କ ସମ୍ମାନ ବୃଦ୍ଧି ପାଉଛି । ବିଶେଷ ଭାବେ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ଓଡିଆ ତଥା ଓଡିଶାର ମାନ ଓ ସମ୍ମାନ ବୃଦ୍ଧି ପାଇଁ ପ୍ରୟାସ ଜାରୀ ରଖିଛନ୍ତି । କଳା, ସଂସ୍କୃତି, ଭାଷା, ଐତିହ୍ୟ ଓ ପରାଂପରାର ମାନ୍ୟତା ପାଇଁ ସମସ୍ତ ପ୍ରକାରର ସହଯୋଗ କରିଆସୁଛନ୍ତି । ଶ୍ରୀ ସାମଲଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହେବା ଫଳରେ ଓଡିଆ ଅସ୍ମିତା ଆହୁରି ବଳିଷ୍ଠ ହୋଇଛିି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ଭାଗିରଥୀ ଦଳାଇ, ମହେନ୍ଦ୍ର ମହାନ୍ତି, ଚିରଂଜିବୀ ଖଣ୍ଡାଇତରାୟ, ବାଣୀପ୍ରସାଦ ମିଶ୍ର, ସୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।