Odisha news

ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ପାଇବେ ଅକ୍ଷୟ, ସନତ ରାମ ଓ ଟିକେଶ୍ୱର

0
ନୂଆପଡ଼ା – ୬/୧୨ (ସୁରେନ୍ଦ୍ର ତିୱାରୀ) : ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନର ଜିଲ୍ଲାସ୍ତରୀୟ ପୁରଷ୍କାର ଚୟନ କମିଟି ବୈଠକ ଜିଲ୍ଲାପାଳ ମଧୂସୁଦନ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନୂଆପଡାର ଏମଏସସି ପଢିଥିବା ଉଚ୍ଚ ଶିକ୍ଷିତ ଯୁବକ  ଅକ୍ଷୟ କୁମାର ମିଶ୍ର, ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ  ୨୦୨୩-୨୪ ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଉଦ୍ଭାବନ କ୍ଷେତ୍ରରେ ବୃକ୍ଷଲତା ପାଇଁ  ରିଦ୍ ମୋ ମିଟର  ର ନୂତନ ଉଦ୍ଭାବନ ପାଇଁ ସେ ପନ୍ଦର ହଜାର ଟଙ୍କା ପୁରସ୍କାର ପାଇବେ l ଏହି ଯନ୍ତ୍ରରେ ବୃକ୍ଷ ଲତାର ଶ୍ୱାସ ପ୍ରଶ୍ୱାସ, ଭୂମିରୁ ଖାଦ୍ୟ ଗ୍ରହଣ କ୍ଷମତା, ଫଟୋ ସିନ୍ଥେସିସ କ୍ଷମତା ମାପ ଦ୍ୱାରା ଗଛଟି ଋଗ୍ଣ କି ସୁସ୍ଥ ଜଣା ପଡ଼ିବ l ସେହିପରି ନୂତନ ଧାରଣା ବା ଆଇଡିଆ କ୍ଷେତ୍ରରେ ସ୍ବୟଂ ଚାଳିତ କୀଟ ଦମନ ପ୍ରକଳ୍ପ (Automatic Insects defence system)  ପାଇଁ ତାଙ୍କୁ ପ୍ରଥମ ବିବେଚିତ କରାଗଲା l  ତାଙ୍କର ଏହି ସଫଳତା ପାଇଁ  ପନ୍ଦର ହଜାର ଟଙ୍କା ଅତିରିକ୍ତ ପୁରସ୍କାର ରାଶି ପ୍ରଦାନ କରାଯିବ।ସୁଚନାଯୋଗ୍ୟ ଯେ ଶ୍ରୀ ମିଶ୍ର ଙ୍କ ଏହି ଉଭୟ ପ୍ରକଳ୍ପ ଭାରତୀୟ କୃଷି ଗବେଷଣା ସଂସ୍ଥା ଦ୍ୱାରା ପୂର୍ବରୁ ଉଚ୍ଚ ପ୍ରଶଂସିତ ହୋଇଛି l
ସେହିପରି ଜିଲ୍ଲାର କୃଷକ ସନତରାମ ମାଝୀ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ୨୦୨୩-୨୪ ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି l ସେ ମଟର ସାଇକଲ ଇଞ୍ଜିନର ଉପଯୋଗ କରି ନୂତନ ଘାସମରା ଯନ୍ତ୍ର, (Bike Engine Power Weeder) ଉଦ୍ଭାବନ  କରିଛନ୍ତି l ତାଙ୍କର ଏହି ସଫଳତା ପାଇଁ ପନ୍ଦର ହଜାର ଟଙ୍କା  ପୁରସ୍କାର ରାଶି ପ୍ରଦାନ କରାଯିବ।
ନୂଆପଡାର ଆଉଜଣେ ଶିଳ୍ପି ଟିକେଶ୍ୱର ଦେୱାଙ୍ଗନ, ଏଥିର  ଟ୍ରାକ୍ଟର ଚାଳିତ ପାଣି ପମ୍ପ (Tractor operated water lifting pump) ର ନୂତନ ଉଦ୍ଭାବନ  ପାଇଁ ତୃତୀୟ ପୁରସ୍କାର ପାଇବେ  l ସେ ମଧ୍ୟ ତାଙ୍କର ଏହି ସଫଳତା ପାଇଁ ପନ୍ଦର ହଜାର ଟଙ୍କା  ପୁରସ୍କାର ରାଶି ପାଇବେ। ଜିଳ୍ଲାର ବିଭିନ୍ନ ବ୍ଲକ୍ ରୁ ଏଥିପାଇଁ ୧୯ ଜଣ ପ୍ରତିଯୋଗୀ ଆବେଦନ କରିଥିଲେ l ଉପରୋକ୍ତ ତିନି ଜଣ କୃତୀ ବିବେଚିତ ଉଦ୍ଭାବକ ଙ୍କୁ ଆଗାମୀ ଡିସେମ୍ବର ମାସ ୧୭ ରୁ ୨୧ ତାରିଖରେ ହେଉଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ରେ  ପୁରସ୍କୃତ ତଥା ସମ୍ମାନୀତ କରାଯିବ। ଆଜିର ଏହି ଚୟନ ବୈଠକରେ ଜିଲ୍ଲାପାଳ ଙ୍କ ସହିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବାବୁଲି ଚରଣ ସେଠୀ, କୃଷି ଅଧିକାରୀ ସତ୍ୟ ଭୂଷଣ ନାଗ, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ରବିନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ଡିପିସି ମିଶନ ଶକ୍ତି ସୁନୀଲ କୁମାର ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲାପାଳ ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି l ଏହା ସହିତ କୃଷି କ୍ଷେତ୍ରରେ ନୂତନ ଉଦ୍ଭାବନ ସୃଷ୍ଟି କରିବା ପାଇଁ ଆଇ ଟି ଆଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଉପସ୍ଥିତ ପ୍ରଶିକ୍ଷକ ମାନଙ୍କୁ ଆହ୍ବାନ ଦେଇଛନ୍ତି l
Leave A Reply