ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଦେଇ ଯାଇଥିବା ୧୫୭ ନଂ. ଜାତୀୟ ରାଜପଥର ଟିକାବାଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ରାତ୍ରରେ ଦୁଇ କାର୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଛି । ଫୁଲବାଣୀ ଅମଲାପଡା ର କାର୍ ନଂ. ଓଡି-୦୨-କ୍ୟୁ -୭୩୧୧ ସହ ଚକାପାଦର ଏକ କାର ନଂ. ଓଡି-୦୨-ସି – ୪୩୭୭ ମଧ୍ଯରେ ମୁହାଁ ମୁହିଁ ଧକ୍କା ଧକ୍କା ହୋଇଥିବା ଜଣାପଡିଛି । ଦୁର୍ଘଟଣା ରେ ୨ଟି କାରର ସାମାନ୍ୟ କ୍ଷତି ହୋଇଥିବା ବେଳେ କେହି ଆହତ ହୋଇ ନ ଥିବା ଜଣାପଡିଛି | ଖବର ପାଇ ଘଟଣା ସ୍ଥଳରେ ଟିକାବାଲି ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।