ଵ୍ରହ୍ମପୁର, ୧୮/୧୧: ଏମକେସିଜିରେ ଲାଗି ରହିଥିବା ଅଭାବନୀୟ ସ୍ଥିତି ବିଷୟରେ କତୃପକ୍ଷ୍କୁ କର୍ଣ୍ଣପାତ କରୁନଥିବା ବାରମ୍ବାର ଅଭିଯୋଗ ହେଉଛି। ବିଭିନ୍ନ ୱାର୍ଡରେ ବହୁବର୍ଷ ସମୟଧରି ଲାଗି ରହିଥିବା ସମସ୍ୟା ସମ୍ପର୍କରେ ସବୁ ଜାଣି ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇ ପାରୁନାହିଁ। ସହରର ନିର୍ବାଚିତ ପ୍ରତିନିଧି ରୂପେ ସ୍ଥାନୀୟ ବିଧାୟକ କେ. ଅନିଲ କୁମାର ଆଜି ସନ୍ଧ୍ୟାରେ ସମୀକ୍ଷା ବୈଠକ ଡାକି ରୋଗୀମାନେ ସାମ୍ନା କରୁଥିବା ଦୈନିକ ସମସ୍ୟା ପ୍ରତି ପୁଙ୍ଖନୁପୁଙ୍କ ଆଲୋଚନା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ରକ୍ତ ଭଣ୍ଡାରରେ ତତକାଳ ପ୍ରବହାରେ ଜରୁରୀ ସେବା ଉପଲବ୍ଧ ହୋଇପରୁନିଥିବା, ଜରୁରୀକାଳୀନ ବିଭାଗରେ ଲାଗି ରହିଥିବା ସମସ୍ୟା, ଆଇସିୟୁ, ଲେବର୍ ରୁମ୍, ରଶ୍ମି ବିଭାଗରେ ରୋଗୀ ଅବାହେଲା ବିଷୟରେ ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡା ଓ ଡ଼ିନ ସୁଚିତ୍ରା ଦାସଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟତଃ ବିଭାଗୀୟ ୱାର୍ଡ ମଧ୍ୟରେ ସମନ୍ଵ ରହିପାରୁ ନଥିବା କାରଣରୁ ରୋଗୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସମୀକ୍ଷା ବୈଠକରେ ୨୮ ବିଭାଗର ବିଭାଗୀୟ ମୁଖ୍ୟଙ୍କ ସମେତ ଅଧିକାରୀ ମାନେ ଉପସ୍ଥିତ ଥିଲେ। ବିଧାୟକ ସମସ୍ୟା ଶୁଣିବା ସହ ଯଥା ସମ୍ଭବ ସମସ୍ୟା କୁ ଗୁରୁତ୍ଵ ପ୍ରଦାନ କରି ସମାଧାନ କରିବାକୁ କହିଥିଲେ।