ନୂଆପଡା- ୧୬/୧୧ (ସୁରେନ୍ଦ୍ର ତିୱାରୀ) ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନୂଆପଡା ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଡି.ଏଫ୍.ଓ. ବନ୍ୟପ୍ରାଣୀ ବିଭାଗ ର ମହାଦେବ ବଢ଼ାଇ ଓ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଫଣୀନ୍ଦମ ସିଂ ଦେଓ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ଗଣମାଧ୍ୟମ ର ପରିବର୍ତ୍ତନଶୀଳ ସ୍ୱରୂପ ବିଷୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଅତିଥିଗଣ ତଥା ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନିଜର ସୁ ଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ। ଏଥିସହ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପଞ୍ଜିକୃତ ସାମ୍ବାଦିକଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରାଯାଇଥିଲା। ଜିଲ୍ଲା ର ପାଞ୍ଚଟି ବ୍ଲକ ଓ ତିନୋଟି ଏନଏସି ର ବହୁ ସଂଖ୍ୟା ରେ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଉପରୋକ୍ତ କାର୍ଯ୍ୟକ୍ରମଟିକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପରିଚାଳନା କରିଥିବାବେଳେ ସଭା ଶେଷ ରେ ଗଣମାଧ୍ୟମ ପ୍ରତିନନିଧି ବିଭୁଦତ୍ତ ଗୁରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।