Odisha news

କିଏ ସେହି କ୍ରିକେଟର ଯିଏ କୁମ୍ବଲେ ଭଳି ଗୋଟିଏ ଇନିଂସରେ ୧୦ ଟି ଉଇକେଟ ନେଇଥିଲେ କିନ୍ତୁ ମାତ୍ର ୩ମାସରେ ସମାପ୍ତ ହେଲା ଏହି ଭାରତୀୟ ଖେଳାଳୀଙ୍କ ଟେଷ୍ଟ କ୍ୟାରିଅର

0
ଟେଷ୍ଟ ମ୍ୟାଚ ର ଗୋଟିଏ ଇନିଂସ ରେ ଯେତେବେଳେ କେହି ୧୦ ଟି ଉଇକେଟ ନେବାର କଥା ଉଠିଥାଏ, ସେତେବେଳେ ନିହାତି ଭାବରେ ଅନିଲ କୁମ୍ବଲେ ଙ୍କ ନାଁ ଆସିଥାଏ l କାହିଁକିନା ସେ ସେହି ୩ଜଣ ପ୍ରସିଦ୍ଧ ବୋଲର ଙ୍କ ମଧ୍ୟରେ ଗଣତି ହୋଇ ଥାଆନ୍ତି ଯେଉଁମାନେ ଏହି ଚମତ୍କାର କରିବାରେ ସକ୍ଷମ ହୋଇଥିଲେ l କୁମ୍ବଲେ ଙ୍କ ଭଳି ହରିୟାଣା ର ଦ୍ରୁତତମ ବୋଲର ଗୋଟିଏ ଇନିଂସ ରେ ୧୦ଟି ଉଇକେଟ ନେଇ ଇତିହାସ ରଚିଥିଲେ l କେବଳ ଫରକ ଥିଲା କି ଏହା ଫାଷ୍ଟ କ୍ଲାସ କ୍ରିକେଟ ରେ ହୋଇଥିଲା l ଯୁବା ପେଷାର ଅଂଶୁଳ କମ୍ବୋଜ ବର୍ତମାନର ରଣଜୀ ଟ୍ରଫି ର ଗୋଟିଏ ଇନିଂସ ଏହି ଚମତ୍କାର କରିଥିଲେ , ସେ ଗୋଟିଏ ଇଂଜିନ୍ସ ରେ ୧୦ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ l ଫାଷ୍ଟ କ୍ଲାସ କ୍ରିକେଟ ରେ ଏହି ଉପଲବ୍ଧି ହାସଲ କରିବାର ଭାରତର ଷଷ୍ଠ ଖେଳାଳୀ ହେବା ର ସୌଭାଗ୍ୟ ମଧ୍ୟ ହାସଲ କରିଥିଲେ l କିନ୍ତୁ ମାତ୍ର ୩ମାସ ରେ ତାଙ୍କ ୭ କ୍ୟାରିଅର ର ସମାପ୍ତି ହୋଇ ଯାଇଥିଲା l

ଅଂଶୁଳ ଙ୍କ ର ସ୍ୱତନ୍ତ୍ର ଉପଲବ୍ଧି –
ଅଂଶୁଳ କାମ୍ବୋଜ ଲାହଳିର ଚୌଧୁରୀ ବଂଶୀ ଲାଲ କ୍ରିକେଟ ଷ୍ଟାଡିୟମ ରେ ଖେଳ ଯାଇଥିବା ହରିୟାଣା ଓ କେରଳ ମଧ୍ୟରେ ମ୍ୟାଚ ରେ ତୃତୀୟ ଦିନରେ ୩୦.୧ ଓଭର ରେ ୪୯ ରନ ଦେଇ ୧୦ ଉଇକେଟ ନେଇଥିଲେ l ଦ୍ଵିତୀୟ ଦିନ ୮ଟି ଉଇକେଟ ନେବା ପରେ କାମ୍ବୋଜ ତୃତୀୟ ଦିନ ର ଖେଳ ଆରମ୍ଭ କରିଥିଲେ ଏବଂ ୧୦ ଟି ଉଇକେଟ ଗୋଟିଏ ଇଂଜିନ୍ସ ରେ ରେକର୍ଡ ନିଜ ନାମରେ କରିଥିଲେ l

ମାତ୍ର ୩ମାସ ରେ ଟେଷ୍ଟ କ୍ୟାରିଅର ର ସମାପ୍ତି –
ଦେବାଶିଷ ମୋହାନ୍ତି ୭ କ୍ରିକେଟ ରେ ୧୯୯୭ ରେ ଶ୍ରୀଲଙ୍କା ବିରୁଦ୍ଧରେ ଅନ୍ତର୍ଜାତୀୟ କ୍ରିକେଟ ରେ ପାଦ ଥାପିଥିଲେ l ଅଗଷ୍ଟ ମାସରେ ସେ ଏହି ମ୍ୟାଚ ଖେଳିଥିଲେ, କିନ୍ତୁ ସେ ଏହି ମୈଦାନ ରେ ଅଧିକ ଆଗକୁ ଯାଇପାରି ନଥିଲେ l ଏବଂ ମାତ୍ର ଦୁଇଟି ଟେଷ୍ଟ ମ୍ୟାଚ ଖେଳି ଟେଷ୍ଟ କ୍ୟାରିଅର ରେ ବ୍ରେକ ଲଗାଇଥିଲେ l ସେ ୧୯୯୭  ନଭେମ୍ବର ମଧ୍ୟ ସେ ଶ୍ରୀଲଙ୍କା ବିରୁଦ୍ଧରେ ଶେଷ ଟେଷ୍ଟ ଖେଳିଥିଲେ l ଏହାପରେ ତାଙ୍କୁ କଦାପି ଟେଷ୍ଟ ଦଳରେ ସ୍ଥାନ ମିଳି ନଥିଲା l ଦୁଇଟି ଟେଷ୍ଟ ମ୍ୟାଚ ରେ ଦେବାଶିଷ ୪ ଉଇକେଟ ନେଇଥିଲେ l କିନ୍ତୁ ତାଙ୍କର ଏକ ଦିବସୀୟ ମ୍ୟାଚ ଦୀର୍ଘଦିନ ପର୍ଯ୍ୟନ୍ତ ଚାଲିଥିଲା l ଭାରତ ପାଇଁ ୪୫ ଟି ୱାନ ଡେ ଖେଳିଛନ୍ତି ଦେବାଶିଷ l

Leave A Reply