Odisha news

ଭଷାଣୀ ବେଳେ ସଂଘବଦ୍ଧ ଆକ୍ରମଣ, ଅଭିଯୁକ୍ତମାନଙ୍କ ଗିରଫ୍ ଦାବୀରେ ଥାନା ଘେରିଲେ ମହିଳା

0

ତିହିଡି, ୧୩.୧୧(ଯଦୁମଣି ପାଣିଗ୍ରାହୀ): ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ଥାନାଧିନ ହରସିଂପୁର ତଳସାହି ଗ୍ରାମର ଆରାଧ୍ୟ ଦେବୀ ଜଗଧାତ୍ରୀଙ୍କ ଭଷାଣୀ ବେଳେ ସ୍ଥାନୀୟ ମହାନ୍ତିସାହି ଗ୍ରାମର କେତେକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଗ୍ରାମର ଜଗନ୍ନାଥ ଗାହାଣ, ଘାଉଲା ବୀର, ଗଦାଧର ଦାସ, କୁନା ଦାସ, ଟିକି ଦାସ, ଅଶେଷ ଦାସ, ଶିବା ଦାସ, ପ୍ରେମାନନ୍ଦ ଗାହାଣ ପ୍ରମୁଖ ଆହତ ହୋଇଥିବା ବେଳେ ମାଇକ୍ ସେଟକୁ ଭାଙ୍ଗିଥିବା ସୂଚନା ମିଳିଛି । ଏତତ୍ ବ୍ୟତିତ ବାଜାବାଲାଙ୍କୁ ତଣ୍ଟି ଚିପି ମାଡ ମାରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ହିଂସ୍ର ପରି ଆକ୍ରମଣ କରିଥିବା, ଗ୍ରାମର ସମସ୍ତଙ୍କୁ ମାଡ ହେବ ଏବଂ ବଜାରକୁ ଗଲେ ସେଠାରେ ମାଡ ମରାଯିବ ବୋଲି ଅଭିଯୁକ୍ତମାନେ ଚେତାବନି ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନଙ୍କ ଗିରଫ୍ ଦାବିରେ ଗ୍ରାମର ବାସନ୍ତୀ ଦାସ, ଗୀତାଞ୍ଜଳୀ ଦାସ, ମଞ୍ଜୁଲତା ଗାହାଣ, ମିନତୀ ନାଥ, ସୁମତୀ ନାଥ, କୌଶଲ୍ୟା ଦାସ, ଜୟନ୍ତୀ ମହାକୁଡ, ଲକ୍ଷ୍ମୀପ୍ରିୟା ଦାସ, ଆରତୀ ଦାସ, କମଳା ଦାସ, ଭାରତୀ ସାହୁ, ସରସ୍ୱତୀ ଦାସ, ପ୍ରମିଳା ଦାସ, ସ୍ୱର୍ଣ୍ଣଲତା ଦାସ, ତୁଳସୀ ନାୟକ, ସୁମତୀ ବେହେରା, ରେବତୀ ଦାସ ପ୍ରମୁଖ ୭୦ରୁ ଉର୍ଦ୍ଧ ମହିଳା ଥାନା ଘେରି ପ୍ରତିବାଦ କରିଥିଲେ । ସୂଚନା ମୁତାବକ, ଆଜି ଅପରାହ୍ନରେ ଜଗଧାତ୍ରୀଙ୍କ ଭଷାଣୀ ବେଳେ ଅଭିଯୁକ୍ତମାନେ କୌଣସି କାରଣ ନଥାଇ ହଠାତ୍ ଆସି ମାଇକ୍ ସେଟକୁ ଅଟକାଇଥିଲେ । ଏହି ଗ୍ରାମର ଲୋକେ ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କରିଥିଲେ । ପୋଲିସ ସହାୟତା ୧୧୨ ମଧ୍ୟ ଯାଇଥିଲା ହେଲେ ସେମାନେ କୌଣସି ପ୍ରତିକାର ନକରି ପାରିବାରୁ ଏହି ମହିଳାମାନେ ପୋଲିସକୁ ଦାୟି କରିବା ସହିତ ସଂଧ୍ୟାରେ ଥାନାରେ ପହଂଚି ହୋହାଲ୍ଲା କରିଥିଲେ । ଆଇଆଇସି ଅଜୟ କୁମାର ମୁର୍ମୁ ଘଟଣାର ତୁରନ୍ତ ହସ୍ତକ୍ଷେପ କରିବା ସହିତ ସେଠାକୁ ଏକ ପୋଲିସ ଟିମ୍ ପଠାଇଥିଲେ ଏବଂ ଆଇନ୍ଗତ ଭାବେ ପଦକ୍ଷେପ ନିଆଯିବ ବୋଲି ମହିଳାମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାଯାଇଛି ।

Nalco
Leave A Reply