ଆଦିବାସୀ ଯୁବ ଉଦ୍ୟୋଗି ମାନଙ୍କୁ ଆର୍ଥୀକ ସହାୟତା ପ୍ରଦାନ
ବାଲିଗୁଡା,୧୨/୧୧-;ସାଂସଦ ସରକାରୀ ଯୋଗଦାନ କରିବାକୁ ଆସିବା ସମୟରେ ବାଲିଗୁଡା ବିଜେପିଦଳ ତରଫରୁ ଦଣ୍ଡପଦରର ପେଟ୍ରୋଲପମ୍ପ ନିକଟରେ ସ୍ୱାଗତ ସମ୍ବର୍ଦ୍ଦନା କରି ଶଥାଧିକ ମୋଟରସାଇକେଲ ର୍ୟାଲିରେ ପାଛୋଟି ଆଣିଥିଲେ ଓ ନଗର ପରିକ୍ରମା କରାଇଥିଲା । ବିଜେପିର ଜିଲ୍ଲା ସଭାପତି ସମେତ,ନଗର ସାଂସଦ ପ୍ରତିନିଧି ଆଦିକନ୍ଧ ପଟ୍ଟନାୟକ,ବ୍ଲକ ପ୍ରତିନିଧି ରଂଜିତ ସାହୁ,କଳ୍ପନା କହଁର,ସୁରେନ୍ଦ୍ର ପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ତରଫରୁ ଆଦିବାସୀ ଯୁବ ଉଦ୍ୟୋଗି ମାନଙ୍କୁ ଆର୍ଥୀକ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆଇଟିଡିଏ,ବାଲିଗୁଡା ଦ୍ୱାରା ସ୍ଥାନୀୟ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ କନ୍ଧମାଳ ସାଂସଦ ଶୁକାନ୍ତ ପାଣୀଗ୍ରାହୀ ଯୋଗଦେଇଥିବା ବେଳେ ପିଏ କୃପାସିନ୍ଧୁ ବେହେରାଙ୍କ ସମେତ ବିଜେପିର ଜିଲ୍ଲା ସଭାପତି ଜଗନ୍ନାଥସାହୁ,ପଦ୍ମଚରଣ ଦାସ.ନେତ୍ର ମାନସେଠ୍,କଳ୍ପନା କହଁର,ପଣ୍ଡିତ ବିଶମାଝୀ,ସହକାରୀ ନିର୍ବାହିଯନ୍ତ୍ରୀ ବୈକୁଣ୍ଠ ବେହେରା,ପିଏମ ସିମନ ନାୟକ ପ୍ରମୁଖ ମଂଚାସିନ ଥିଲେ ସାଂସଦ କହିଥିଲେ ଯେ ଯୁବକ ଓ ଯୁବତୀ ମାନଙ୍କୁ ଆତ୍ମନିର୍ଭରଶିଳ ହେବା ପାଇଁ ଯୁବକଯୁବତି ମାନଙ୍କୁ ଏକଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି,ଏହି ଏକଲକ୍ଷ ଟଙ୍କାରେ ଅନେକ ବ୍ୟବସାୟ କରି ଆତ୍ମନିର୍ଭରଶିଳ ହେବା ସହ ନିଜ ନିଜ ଅଂଚଳରେ ବେକାର ସମସ୍ୟା ହଟାଇବେ,ଡବଲ ଇଂଜିନ ସରକାରରେ ରାଜ୍ୟ ଓ ଦେଶର ଉନ୍ନତି ହେବ ବୋଲି କହିଛନ୍ତି ସାଂସଦ । ଉକ୍ତ କାର୍ଯ୍ୟକ୍ରମରେ ୧୦ଜଣଙ୍କ ଚେକ ପ୍ରଦାନ କରାଯାଇଛ,ସମୁଦାୟ ୮୫ଜଣଙ୍କୁ ଏକଲକ୍ଷ ଟଙ୍କା ଦିଆଯିବ ।ଶିକ୍ଷକ ତିର୍ଥବାଶୀ ଘଡେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।