କାର୍ତିକମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ଧନତେରସ ପର୍ବ ପାଳନ କରାଯାଇ ଥାଏ, ଯାହାକୁ ନରକ ଚତୁର୍ଦଶୀ ବା ଛୋଟ ଦୀପାବଳୀ ନାମରେ ମଧ୍ୟ ଆମେ ପାଳନ କରିଥାଉ l ଏହିଦିନ ଯମରାଜ ଙ୍କୁ ପ୍ରସନ୍ନ କରିବା ପାଇଁ ଘର ବାହାରେ ଦୀପ ଦାନ କରାଯାଇ ଥାଏ, କାହିଁକି ନା ଏହାଦ୍ୱାରା ଅକାଳ ମୃତ୍ୟୁର ବିପଦ ଦୂର ହୋଇଥାଏ l ପଦ୍ମପୁରାଣରେ କୁହାଯାଇଛି ଯେ କାର୍ତିକ କୃଷ୍ଣପକ୍ଷ ର ତ୍ରୟୋଦଶୀ ତିଥିରେ ଘର ବାହାରେ ଯମରାଜ ଙ୍କ ନାମରେ ଦୀପ ଟିଏ ଦେବା ଦ୍ୱାରା ଅକାଳ ମୃତ୍ୟୁ ନାଶ ହୋଇଥାଏ l ଏବଂ ଏହି ଦୀପ ଦାନ ସମୟ ରେ ବିଶେଷ ମନ୍ତ୍ର ପାଠ କରାଯାଇ ଥାଏ l
ମନ୍ତ୍ରଟି ହେଲା –
ମୃତ୍ୟୁନା ପାଶହସ୍ତେନ କାଳେନ ଭାର୍ଯ୍ୟୟl ସହ
ତ୍ରୟୋଦଶ୍ୟାଙ୍ଗ ଦୀପଦାନାଉତ୍ସୁର୍ଯ୍ୟଯାଃ ପ୍ରୀୟତାମିନି l
ଏହାର ଅର୍ଥ ହେଲା ମୃତ୍ୟୁ ପlଶଧାରୀ କାଳ ଓ ନିଜର ପତ୍ନୀ ଙ୍କ ସହିତ ସୂର୍ଯ୍ୟନନ୍ଦନ ଯମରାଜ ତ୍ରୟୋଦଶୀ ଦିନ ଦୀପଦାନ କରିବା ଦ୍ୱାରା ପ୍ରସନ୍ନ ହୁଅନ୍ତି l
ଧନତେରସ ରେ ଯମରାଜ ଙ୍କ ସହିତ କଣ ରହିଛି ସମ୍ବନ୍ଧ –
ଏକଦା ଯମରାଜ ନିଜର ଦୂତ ମାନଙ୍କୁ ପଚାରିଲେ ଯେ ମୋ ଆଜ୍ଞା ଅନୁସାରେ ଯେତେବେଳେ ତୁମେମାନେ ପ୍ରାଣୀ ମାନଙ୍କର ପ୍ରାଣ ହରଣ କରିଥାଅ ସେତେବେଳେ କଣ କୌଣସି ମଣିଷ ଉପରେ ଟୁକୁମାର ଦୟା ଆସିନଥାଏ l ଯଦି ଆସିଥାଏ ତେବେ କେବେ ଓ କେଉଁଠାରେ l ଏହାର ଉତ୍ତରରେ ଦୂତମାନେ କହିଥିଲେ ଯେ ହଂସ ନାମରେ ଜଣେ ବଡ଼ ରାଜା ଥିଲେ , ସେ ଏକଦା ଶିକାର କରିବା ପାଇଁ ଜଙ୍ଗଲ କୁ ଯାଇଥିଲା , ସଂଯୋଗ ବଶତଃ ସେ ନିଜ ସାଥି ମାନଙ୍କ ନିକଟରୁ ଅଲଗା ହୋଇଗଲା l ଏବଂ ଇଆଡ଼େ ସିଆଡେ ବୁଲିବାକୁ ଲାଗିଲା l
ଏବଂ ଜଙ୍ଗଲରେ ବୁଲି ବୁଲି ସେ ହେମ ନାମକ ରାଜାଙ୍କ ନିକଟକୁ ଚାଲିଗଲା ଏବଂ ହେମା ରାଜା ତାଙ୍କର ଅନେକ ଆଦର ସତ୍କାର କଲେ, ଏବଂ ସେହି ସମୟ ରେ ହେମ ରାଜାଙ୍କର ଗୋଟିଏ ପତ୍ର ସନ୍ତାନ ଜନ୍ମ ହେଲା l ଏବଂ ସେହିଦିନ ଷଷ୍ଠୀ ଦେବୀ ଆବିର୍ଭାବ ହୋଇ କହିଲେ ରାଜନ ତୁମର ଏହି ମାତ୍ର ଚାରି ଦିନପରେ ମୃତ୍ୟୁ ବରଣ କରିବ l
ଏହା ଶୁଣି ରାଜାରାଣୀ ଖୁବ ଦୁଃଖ ହୋଇଗଲେ, ଏହିକଥା ହଂସ ରାଜା ଜାଣିବା ପରେ ସେ ଯମୁନା ର ଗୋଟିଏ ଗୁମ୍ଫା ରେ ହଂସ ରାଜାଙ୍କ ପୁତ୍ର କୁ ଲୁଚାଇ ରଖିଲେ l ଏବଂ ସେ ଯୁବକ ହେବା ପରେ ଯେବେ ବିବାହ କଲା ଆମେ ତାର ପ୍ରାଣ ହରଣ କରିନେଲୁ l ଏବଂ ସେହି ସମୟ ରେ ଆମକୁ ଖୁବ ଦୟା ଆସିଥିଲା l ଏହାପରେ ଯମଦୂତ ମାନେ ଯମରାଜ ଙ୍କୁ କହିଥିଲେ ହେ ସ୍ୱାମୀ , ଏଭଳି କୌଣସି ଉପାୟ କୁହ ଯାହାଦ୍ୱାରା ଏଭଳି ଆକସ୍ମିକ ମୃତ୍ୟୁ ଦୂର ହୋଇପାରିବ l ଏବଂ ଯମରାଜ ଏହାର ଉପାୟ ସ୍ୱରୂପ କହିଥିଲେ ଯେ ଯେଉଁ ବ୍ୟକ୍ତି କାର୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ମତେ ଦୀପ ଦାନ କରିବ ତାର ଅକାଳ ମୃତ୍ୟୁ ଦୂର ହେବ l
ମାନ୍ୟତା ଅନୁସାରେ ଏହିଦିନ କୁବେର ଓ ଧନ୍ଵନ୍ତରୀ ଙ୍କର ମଧ୍ୟ ପୂଜା କରାଯାଇଥାଏ l ଯାହାଦ୍ୱାରା ଦୁଃଖ ଦୁର୍ଦଶା ଦୂର ହୋଇଥାଏ ଓ ଐଶ୍ୱର୍ଯ୍ୟ ଓ ବୈଭବ ପ୍ରାପ୍ତ ହୋଇଥାଏ l