Odisha news

ଇରାନ-ଇସ୍ରାଏଲ ୱାର ଅପଡେଟ : ଇରାନ ଉପରେ ଏୟାରଷ୍ଟ୍ରାଇକ କୁ ନେଇ ମୁସ୍ଲିମ ରାଷ୍ଟ୍ର ଇସ୍ରାଏଲ ଉପରେ କ୍ଷୁବ୍ଧ

0

ନୂଆଦିଲ୍ଲୀ : ଇସ୍ରାଏଲ ର ବିମାନ ଆକ୍ରମଣରେ ଦୁଇ ଇରାନ ସୈନିକଙ୍କ ମୃତ୍ୟୁ , ଏହା ପୂର୍ବରୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଙ୍କ ଦ୍ୱାରା ଇରାନ ର ଅନେକ ଗୁଡିଏ ସୈନ୍ୟ କ୍ୟାମ୍ପ ଉପରେ ଆକ୍ରମଣ କରାଯାଇଛି l ଏହା ସହିତ ତେହେରାନ କୁ ଚେତାବନୀ ଦେଇଛି ଯେ ଯଦି ସେ ଉତେଜନା ବଢାଇବାକୁ ଚେଷ୍ଟା କରିବ ତେବେ ଏହାର କଡା ଜବାବ ମିଳିବ l

ଇରାନ ଉପରେ ଇସ୍ରାଏଲ ଦ୍ୱାରା କରାଯାଇଥିବା ବିମାନ ଆକ୍ରମଣ କୁ ଓମାନ ନିନ୍ଦା କରିଛି, ଓମାନ କହିଛି ଯେ ଏଭଳି ଆକ୍ରମଣ ଦ୍ୱାରା ଅଧିକ ଉତେଜନା ଉପୁଜିବ l ମାଲେସିଆ ମଧ୍ୟ କହିଛି ଯେ ଏହିଭଳି ଆକ୍ରମଣ ଅନ୍ତରାଷ୍ଟ୍ରୀୟ ନିୟମ କୁ ଉଲଂଘନ କରିବା ସଦୃଶ ଅଟେ l

ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ଶନିବାର ଦିନ ଇରାନ ବିରୁଦ୍ଧରେ ଇସ୍ରାଏଲ ର ସୈନ୍ୟ ଆକ୍ରମଣ କୁ ଘୋର ନିନ୍ଦା କରିଛି l ପାକିସ୍ତାନ ଏହାକୁ ଅନ୍ତରାଷ୍ଟ୍ରୀୟ ନିୟମ କୁ ଉଲଂଘନ କରାଯାଇଛି ବୋଲି ଦର୍ଶାଇଛି l ଏହାଛଡା ସାଉଦି ଆରବ ମଧ୍ୟ ଇସ୍ରାଏଲ ଦ୍ୱାରା କରାଯାଇଥିବା ଏହି ଆକ୍ରମଣ କୁ ନିନ୍ଦା କରିଛି l ସାଉଦି ଆରବ କହିଛି ଯେ ଏହା ଅନ୍ତରାଷ୍ଟ୍ରୀୟ ନିୟମ ଉଲଂଘନ ଅଟେ ଏବଂ ସଂଯୁକ୍ତ ରାଷ୍ଟ୍ର କୁ ଉଚିତ ପଦକ୍ଷେପ ନେବାକୁ ଆଗ୍ରହ ପ୍ରକାଶ କରିଛି l

ବ୍ରିଟେନ ପ୍ରଧାନମନ୍ତ୍ରୀ ଷ୍ଟର୍ମର ସମସ୍ତଙ୍କୁ ସଂଯମ ରକ୍ଷା କରିବା ପାଇଁ କହିଛନ୍ତି l ଆମେରିକା ମଧ୍ୟ ଇରାନ କୁ ଧର୍ଯ୍ୟ ରଖିବାକୁ କହିଛି l ଇରାନ କହିଛି ଯେ ଇସ୍ରାଏଲ ଆକ୍ରମଣ ର ସେ ଉଚିତ ଜବାବ ଦେବ l ଇସ୍ରାଏଲ ବିଦେଶ ମନ୍ତ୍ରୀ X ରେ ନିଜର ମତ ଦେଇ ଲେଖିଥିଲେ ଯେ ନିକଟରେ ଇରାନ କରିଥିବା ଡ୍ରୋନ ଆକ୍ରମଣ ର ଇସ୍ରାଏଲ ଉଚିତ ଜବାବ ଦେଇଛି l ଇସ୍ରାଏଲ ର ମିଶନ ପୁରା ହୋଇଛି l

ଏହି ଏୟାରଷ୍ଟ୍ରାଇକ କୁ USA ପକ୍ଷରୁ ଗଭୀର ନିନ୍ଦା କରାଯାଇଛି, କୁହାଯାଇଛି ଯଦି ଏଭଳି କିଛି କାର୍ଯ୍ୟ ଆଗକୁ ଇସ୍ରାଏଲ କଲା ତେବେ ତାକୁ ଗମ୍ଭୀର ପରିଣତି ଭୋଗିବାକୁ ପଡିବ l ଇସ୍ରାଏଲ, ଇରାନ ଓ ଇରାକ ନିଜର ଏୟାରସ୍ପେସ ବନ୍ଦ କରି ଦେଇଛନ୍ତି l ଏବଂ ଆଗାମୀ ସୂଚନା ପର୍ଯ୍ୟନ୍ତ ସମସ୍ତ  ଫ୍ଲାଇଟ କ୍ୟାନସେଲ ହୋଇଛି l ଏହି ଆକ୍ରମଣ କୁ ନେଇ UK କହିଛି ଯେ ଆମେ ଇସ୍ରାଏଲ ର ଆତ୍ମରକ୍ଷା ଅଧିକାର  କୁ ନିହାତି ସ୍ୱାଗତ କରୁଛୁ l

Leave A Reply