ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ
ବାରଙ୍ଗ : ଚୁଡଙ୍ଗଗଡର ପୂର୍ବ ଐତିହ୍ୟ ଓ ପରମ୍ପରାର କଥାକୁ ଲୋକଲୋଚନକୁ ଆଣିବା ସହିତ ଭାଇଚାରାର ବାର୍ତ୍ତା ବାଣ୍ଟୁଥିବା ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ଏଥର ୪ଦିନ ଧରି ଚାଲିବ ।ଏବଂ ପୁରାତନ ଲୋକକଳା , ପାଇକ ଆଖଡ଼ା ସାଙ୍ଗକୁ ରାଜ୍ୟ ଓ ରାଜ୍ୟ ବାହାରୁ ନାମୀଦାମୀ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ମହୋତ୍ସବ କମିଟିର ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତୀ କହିଛନ୍ତି।ରବିବାର ଦିନ ବାରଙ୍ଗ ଟ୍ରକ ମାଲିକସଂଘ କାର୍ଯ୍ୟାଳୟରେ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ – ୨୦୨୪ ନିମନ୍ତେ ଆୟୋଜିତ ଖବରଦାତା ସମ୍ମିଳନୀରେ ୭ମବାର୍ଷିକ ଚୂଡଙ୍ଗଗଡ଼ ବାରଙ୍ଗ ମହୋତ୍ସବ-୨୦୨୪ର ରୂପରେଖର ବର୍ଣ୍ଣନା କରିଥିଲେ।ଏହି ମହୋତ୍ସବ ୧୫ତାରିଖ ଶୁକ୍ରବାର ଦିନ କାର୍ତ୍ତିକପୂର୍ଣ୍ଣିମାରେ ପୌରାଣିକ ତଥ୍ୟ ଅନୁଯାୟୀ ପୁଣ୍ୟତୋୟା ପ୍ରୀଚିନଦୀ ପୁରୀ ମେନକେନାଲ୍, ବାରଙ୍ଗ ବ୍ଲକସମୁଖରେ ପ୍ରାତଃ ସମୟରେ ବୋଇତ ବନ୍ଦାଣ କରି ଏହାର ଶୁଭାରମ୍ଭ କରାଯିବ ଓ ସନ୍ଧ୍ୟାରେ ମଞ୍ଚ ଉଦ୍ଘାଟନ କରାଯିବ। ୪ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ପ୍ରତ୍ୟହ ସନ୍ଧ୍ୟାରେ ରାଜ୍ୟର ବିଶିଷ୍ଠ ରାଜନୈତିକ ବ୍ୟକ୍ତି , ଶିକ୍ଷାବିତ୍, ଐତିହାସିକ, ଗବେଷକ, ସମାଜସେବୀ, କଳାକାରମାନେ ଯୋଗଦାନ କରିବେ ।ମଞ୍ଚ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ରାଜ୍ୟର ସୁପ୍ରତିଷ୍ଠିତ ସମରସଜ୍ୟା, ଓଡ଼ିଶି, ମେଲୋଡ଼ି, ଲୋକକଳା ନୃତ୍ୟ ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ଭର୍ଦ୍ଧନା କରାଯିବ।ଚଳିତବର୍ଷ ପ୍ରଥମ କରି
ଆଖପାଖ କଲେଜ ଓ ସ୍କୁଲର ପିଲାମାନଙ୍କୁ ନେଇ ମହାଭାରତ ,ରାମାୟଣ ଓ ଚୂଡଙ୍ଗଗଡ଼କୁ ନେଇ କୁଇଜ୍ ପ୍ରତିଯୋଗିତା କରାଯାଇ କୃତି ପିଲାମାନଙ୍କୁ ସମ୍ମାନୀତ କରାଯିବ।ଏହି ଖବରଦାତା ସମ୍ମିଳନୀରେ ମୁଖ୍ୟ ଉପଦେଷ୍ଟା ସୁନିଲସିଂ,ସମ୍ପାଦକ ରାମଚନ୍ଦ୍ର ଦାସ,ଅମରେନ୍ଦ୍ର ମହାପାତ୍ର,ଦୀପକ ସ୍ୱାଇଁ,ସନ୍ତୋଷ ପାଣି ,କିଶନ ଜେନା ,ପ୍ରତାପ ମଣ୍ଡଳ ପ୍ରମୁଖ ଉପସ୍ଥିତ ରହି ବାରଙ୍ଗର ଗୌରବ, ଅସ୍ମିତା, କଳା ସଂସ୍କୃତି,ଇତିହାସ,ପୂର୍ବ ନୌବାଣିଜ୍ୟ କଥାକୁ ମନେପକାଇବା ଓ ଚୁଡ଼ଙ୍ଗଗଡ଼ର ପୁନଉଦ୍ଧାର ପାଇ ଉଦ୍ୟମ କରିବା ସହ ଭାଇଚାରାର ବାର୍ତ୍ତା ବାଣ୍ଟିବା ପାଇ ମହୋତ୍ସବର ପରିକଳ୍ପନା କରାଯାଇଥିବା କହିଥିଲେ।