Odisha news

କଣାସ : ବାତ୍ୟା “ଦାନା” ଯୋଗୁ ଆଶ୍ରୟ ନେଲେ ୫୫୯ ଲୋକ

0

କଣାସ : ସାମୁଦ୍ରିକ ବାତ୍ୟା ଦାନାକୁ ନେଇ କଣାସ ଅଞ୍ଚଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଦିନ ସାରା ଝିପଝିପି ବର୍ଷା ଲାଗି ରହିଥିଲା । ସନ୍ଧ୍ୟାରୁ ବର୍ଷାର ପରିମାଣ ବଢିଥିବା ବେଳେ ପବନର ଗତି ମଧ୍ୟ ବଢିଥିଲା ।ପ୍ରଶାସନ ପକ୍ଷରୁ କଚାଘରେ ଥିବା ୫୫୯ ଜଣ ପୁରୁଷ,ମହିଳା ଓ ଶିଶୁଙ୍କୁ  ବିଭିନ୍ନ ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଥିବା ଓ ସେମାନଙ୍କର ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ କହିଛନ୍ତି ।ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ଓ ସ୍କୁଲରେ ଆଶ୍ରୟ ନେଇଥିବା ଲୋକମାନଙ୍କ ସହ ଭେଟିବା ସହ ଲୋକମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।ବିଡ଼ିଓ ନାରାୟଣ ସାହୁ, ଏବିଡିଓ ମଙ୍ଗଳସିଂହ ହେମ୍ରମ,ଗଡିଶାଗୋଦା ଥାନା ଅଧିକାରୀ ଦୂର୍ଗା ଚରଣ ମହାପାତ୍ର ବିଧାୟକ ସହ  ଉପସ୍ଥିତ ରହି କିଭଳି ବାତ୍ୟା ଦା ନାର ମୁକାବିଲା କରାଯିବ ସେ ବିଷୟରେ ଆଲୋଚନା କରିଥିଲେ ।ସେପଟେ ରାଜ୍ୟ ସରକାର ସମସ୍ତ ବିଭାଗର ଛୁଟି ବାତିଲ କରି ୨୪ଘଣ୍ଟା ସଜାଗ ରହି ଲୋକମାନଙ୍କୁ ସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର  ରାଷ୍ଟିୟ ବଲ୍ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ (ଆର.ବି.ଏସ.କେ)ରେ ନିଯୁକ୍ତ ହୋଇଥିବା ଡାକ୍ତର ବନ୍ୟା ବାତ୍ୟାରେ ୦-୧୮ ବର୍ଷ ପିଲାଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇଦେବା କଥା ହେଲେ ସେମାନଙ୍କ ଟିମ୍  ଏହି ବିପଦ ସମୟରେ ଅନୁପସ୍ଥିତ ରହିବା ଅଭିଯୋଗ ହୋଇଛି ।ଏଥିପ୍ରତି ଜିଲ୍ଲାପାଳ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୃଷ୍ଟି ଦେବାକୁ ଦାବୀ ହୋଇଛି।

Nalco
Leave A Reply