Odisha news

ଭାରତୀୟ କୂଟନୀତି ର ବିଜୟ , ଭାରତ-ଚୀନ ମଧ୍ୟରେ ସମାପ୍ତ ହେଲା ସୀମା ବିବାଦ

0

ନୂଆଦିଲ୍ଲୀ : ୨୦୨୨ ରୁ ପୂର୍ବ ଲଦାଖ ରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦ ର ବର୍ତମାନ ପରିସମାପ୍ତି ଘଟିଛି l ବ୍ରିକ୍ସସମ୍ମିଳନୀ ପୂର୍ବରୁ ଚୀନ ପକ୍ଷରୁ ପେଟ୍ରୋଲିଙ୍ଗ ଚୁକ୍ତି  କୁ ନେଇ ରାଜି ହୋଇଛି l ଚୀନ ପକ୍ଷରୁ ମଙ୍ଗଳବାର ଦିନ କୁହାଯାଇଛି ଯେ ପୂର୍ବ ଲଦାଖ ରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ଗତିରୋଧ କୁ ସମାପ୍ତ କରିବା ପାଇଁ ସେ ଭାରତ ସହିତ ଗୋଟିଏ ରାଜିନାମା ରେ ପହଂଚି ଯାଇଛି l

ଉଭୟ ଦିଶଙ୍କ ମଧ୍ୟରେ ହେଲା ରାଜିନାମା –
ଚୀନ ର ବିଦେଶ ମନ୍ତ୍ରଣାଳୟ ର ପ୍ରବକ୍ତା ଲୀନ ଜୀୟାନ ଏଠାରେ ଗୋଟିଏ ଗଣମାଧ୍ୟମ କୁ କହିଛନ୍ତି ଯେ ‘ନିକଟରେ ଚୀନ ଓ ଭାରତ, ଚୀନ – ଭାରତ ସୀମା ସମ୍ବନ୍ଧିତ ମୁଡା କୁ ନେଇ ରାଜନୈତିକ ଓ ସୈନ୍ୟ ସମ୍ବନ୍ଧିତ କୁ ନେଇ ଅନେକ ଥର ଚର୍ଚା କରିଛନ୍ତି l ବର୍ତମାନ ଉଭୟ ଦେଶ ଗୋଟିଏ ପ୍ରସ୍ତାବ ରେ ପହଂଚି ଯାଇଛନ୍ତି କ୍ଳ ଏବଂ ଆଗକୁ ଯାଇ ଚୀନ ଏହି ପ୍ରସ୍ତାବ ରେ ଭାରତ ସହିତ କାମ କରିବ l

ରାଜିନାମା କୁ ନେଇ କଣ କହିଲା ଭାରତୀୟ ସେନା –
ଉଭୟ ଦେଶ ଙ୍କ ମଧ୍ୟରେ ହୋଇଥିବା ଏହି ରାଜିନାମା ନେଇ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ ଭାରତୀୟ ସେନା ଅପ୍ରେଲ ୨୦୨୦ ର ଯଥା ସ୍ଥିତି କୁ ଯିବାକୁ ଚାହୁଁଚି l ଏହାପରେ ଆମେ LAC ର ବଣ୍ଟନ, ଡି -ଏକସେଲେସନ ଓ ସାମାନ୍ୟ ପ୍ରବନ୍ଧନ ଉପରେ ବିଚାର କରାଯିବ l ଅପ୍ରେଲ ୨୦୨୦ ରୁ ଆମର ଏହି ଚିନ୍ତା ରହିଛି l

ରୁଷ ର କାଜାନ ରେ ୨୨ ରୁ ୨୩ ଅକ୍ଟୋବର ମଧ୍ୟରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେଉଛି l ସମ୍ଭାବନା ରହିଛି ଯେ ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ ରାଷ୍ଟ୍ରପତି ଶୀ ଜିନପିଙ୍ଗ ଙ୍କ ମଧ୍ୟରେ ସାକ୍ଷାତ ହୋଇପରେ l କିନ୍ତୁ ବର୍ତମାନ ସୁଦ୍ଧା ଏହି ବିଷୟରେ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ l

Leave A Reply