Odisha news

ରାଜ୍ୟ ସକ୍ରିୟ ସଦସ୍ୟ ସମୀକ୍ଷା ସମିତି ଗଠନ

 ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ ରାଜ୍ୟ ସଂଯୋଜକ; ସାଂସଦ ଅନନ୍ତ ନାୟକ ଏବଂ ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ର ସମିତିର ସଦସ୍ୟ

0

ଭୁବନେଶ୍ୱର(Suvendra Pattanaik) : ବିଜେପିର ସାଂଗଠନିକ ମହାପର୍ବ “ସଦସ୍ୟତା ଅଭିଯାନ – ୨୦୨୪” ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇସାରିଛି । ଓଡିଶାରେ ବିଜେପିର ସଦ୍ୟସତା ଅଭିଯାନକୁ ଆହୁରି ଆଗକୁ ନେବା ଏବଂ ନୁଆ ସଦସ୍ୟମାନଙ୍କୁ ଦଳରେ ସାମିଲ କରିବା ପ୍ରକ୍ରିୟା ଜାରୀ ରହିଛି । ପ୍ରାଥମିକ ସଦସ୍ୟ ଅଭିଯାନ ସମାପ୍ତି ହେବା ପରେ ସକ୍ରିୟ ସଦସ୍ୟ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ସକ୍ରିୟ ସଦସ୍ୟ ପ୍ରକ୍ରିୟାର ସମୀକ୍ଷା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି । ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ ରାଜ୍ୟ ସକ୍ରିୟ ସଦସ୍ୟ ସମୀକ୍ଷା ସମିତିର ରାଜ୍ୟ ସଂଯୋଜକ ହୋଇଥିବାବେଳେ ସାଂସଦ ଶ୍ରୀ ଅନନ୍ତ ନାୟକ ଏବଂ ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ପ୍ରସାଦ ମହାପାତ୍ର ଏହି ସମିତିର ସଦସ୍ୟ ଅଛନ୍ତି ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Ad2
Leave A Reply