ଭୁବନେଶ୍ଵର:୦୩.୧୦.୨୦୨୪ରିଖ:କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲକୋ)ପକ୍ଷରୁ ସାରା ଭାରତରେ ଚାଲିଥିବା ସ୍ଵଚ୍ଛତା ହିଁ ସେବା ପକ୍ଷ୨୦୨୪ ପାଳିତ ହୋଇ ଯାଇଛି ଖଣି ମନ୍ତ୍ରଣାଳୟ ଏବଂ ଆବାସ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ, ଭାରତସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ସ୍ୱେଚ୍ଛାକୃତ’ଶ୍ରମଦାନ’ କାର୍ୟ୍ୟ କଳାପ ଏବଂ ସ୍ୱଚ୍ଛତା ପାଇଁ ସାମୂହିକ ଦାୟୀତ୍ୱକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପକ୍ଷ ପାଳନ କରା ଯାଇଥିଲା।ସି.ଏମ୍.ଡି. ଶ୍ରୀ ଶ୍ରୀଧର ପାତ୍ରଙ୍କ ନେତୃତ୍ୱରେ କମ୍ପାନୀର ସମସ୍ତ ପରିଚାଳନା ୟୁନିଟ୍ଏବଂ ଆଞ୍ଚଳିକ କାର୍ୟ୍ୟାଳୟର କର୍ମଚାରୀ ଏବଂ ଚୁକ୍ତି ଭିତ୍ତିକ କର୍ମଚାରୀ, ସି. ଆଇ. ଏସ୍. ଏଫ୍. କର୍ମଚାରୀ ସ୍ୱଚ୍ଛତା ଶପଥ ଗ୍ରହଣ କରିଥିଲେ।ଏହି ପକ୍ଷ ପାଳନ ଅବସରରେ, ନାଲକୋ ପକ୍ଷରୁ ସାମୂହିକ ସ୍ୱଚ୍ଛତା ଅଭିଯାନ, ସାମୂହିକ ବୃକ୍ଷ ରୋପଣ ଅଭିଯାନ, ସ୍ୱାସ୍ଥ୍ୟ ଶିବିର,ସ୍ୱଚ୍ଛତା ସଚେତନତା କାର୍ୟ୍ୟକ୍ରମ ସହ ସଫେଇ ମିତ୍ର ମାନଙ୍କୁ ପି.ପି.ଇ. ତଥା ସୁରକ୍ଷା/ସ୍ଵଚ୍ଛତା କିଟ୍ଇତ୍ୟାଦି ବଣ୍ଟନ କରଯାଇଥିଲା।ଏହା ବ୍ୟତୀତ, ପନ୍ଦର ଦିନ ଧରି ଚାଲିଥିବା ଅଭିଯାନରେ କୁଇଜ୍, ଚିତ୍ରକଳା ପ୍ରତିଯୋଗିତା, କବିତା ଆବୃତ୍ତି ସମେତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା, ଯେଉଁଥିରେ କର୍ମଚାରୀ, ଛାତ୍ର ଏବଂ ବିଭିନ୍ନ ବର୍ଗର ସହ ଭାଗୀ ଉତ୍ସାହର ସହିତ ଅଂଶ ଗ୍ରହଣ କରିଥିଲେ।
ନାଲକୋ ଅନୁଗୋଳ ଓ ଦାମନଯୋଡ଼ି ଠାରେ ଥିବା ପରିଚାଳନା ୟୁନିଟ୍ ପକ୍ଷରୁ ପରିପାର୍ଶ୍ଵିକ ଅଞ୍ଚଳରେ ଥିବା ପୁରାତନ ଆବର୍ଜନା କ୍ଷେତ୍ର ଗୁଡ଼ିକୁ ଚିହ୍ନଟ ସହ ସଫା କରାଯାଇଥିଲା।ଏହି ଅବସରରେ ସାମୁଦାୟିକ ଅଂଶ ଗ୍ରହଣ ନିମନ୍ତେ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯାଇଥିଲା ଯାହାଏକ ସ୍ଵଚ୍ଛ ଓ ଦୀର୍ଘସ୍ଥାୟୀ ସୁସ୍ଥ ପରିବେଶ ଗଠନ ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରତିଫଳିତକରିଥିଲା। ଏହି କାର୍ୟ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାସେବୀ ମାନଙ୍କୁ ବର୍ଷରେ ୧୦୦ ଘଣ୍ଟା ସ୍ଵଚ୍ଛତା ନିମନ୍ତେ ସମର୍ପିତ କରିବା ପାଇଁ ଆହ୍ଵାନ ଦିଆଯାଇଥିଲା।ଦୀର୍ଘ ୧୫ ଦିନ ବ୍ୟାପୀ ଚାଲିଥିବା ଏହି ଅଭିଯାନ ଗାନ୍ଧୀ ଜୟନ୍ତୀ ଅବସରରେ ସମାପ୍ତ ହୋଇଛି।ସମାପନ ଉତ୍ସବରେ ସ୍ଵଚ୍ଛ ଭାରତ ଦିବସ ସହ ସଫେଇ କର୍ମଚାରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ନିମନ୍ତେ “ସଫେଇ ମିତ୍ର ସମ୍ମାନ ଶିବିର”ମଧ୍ୟ ଆୟୋଜନ କରଯାଇଥିଲା।