ଅନେକ ସମୟରେ କିଛି ଏଭଳି ବ୍ୟକ୍ତିଙ୍କୁ ଦେଖିଥାଉ ଯେଉଁ ମାନେକି ଚା ସହିତ ସିଗାରେଟ ଟାଣିବା ପାଇଁ ଖୁବ ପସନ୍ଦ କରନ୍ତି l ଯାହାର ପ୍ରଭାବ ସିଧାସଳଖ ସ୍ୱାସ୍ଥ୍ୟ ଉପରେ ପଡିଥାଏ l ଦୁଇଟି ଜିନିଷ କୁ ମିଳିତ ଭାବରେ ବ୍ୟବହାର କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ l ରିସର୍ଚ୍ଚ କହୁଛି ଯେ ମାନସିକ ଚାପ ଦୂର କରିବା ପାଇଁ ଲୋକେ ଚା ସହିତ ସିଗାରେଟ ଟାଣି ଥାଆନ୍ତି l ଯାହାକି ଗୋଟିଏ ଗମ୍ଭୀର ଅଭ୍ୟାସ l
– ୨୦୨୩ ରେ ଜର୍ଣ୍ଣାଲ ଅଫ ଇଣ୍ଟରନେଲ ର ରିସର୍ଚ୍ଚ ଅନୁସାରେ ଗରମ ଚା ଫୁଡ ପାଇପ ର ସେଲସ ପାଇଁ ଖୁବ କ୍ଷତି କାରକ l ଯେତେବେଳେ ଚା ସହିତ ସିଗାରେଟ ମିଶି ଯାଇଥାଏ ସେତେବେଳେ ଏହା ଖୁବ ଅଧିକ ଶରୀର କୁ ଡ୍ୟାମେଝ କରିଦେଇ ଥାଏ l ଯଦି ଅଧିକ ଦିନ ପର୍ଯ୍ୟନ୍ତ ଏହି ଅଭ୍ୟାସ ରହିଥାଏ ତେବେ କ୍ୟାନ୍ସର ର କାରଣ ମଧ୍ୟ ହୋଇଥାଏ l
– ରିସର୍ଚ୍ଚ କହୁଛି ଯେ ଚା ରେ କାଫିନ ର ମାତ୍ରା ଅଧିକ ରହିଥାଏ, ଯାହାକି ପେଟରେ ଗୋଟିଏ ପ୍ରକାରର ଏସିଡ ବୃଦ୍ଧି କରିଥାଏ l ଏବଂ ପାଚନ ତନ୍ତ୍ର କୁ ପ୍ରଭାବିତ ମଧ୍ୟ କରିଥାଏ l ଏବଂ ସିଗାରେଟ ରେ ନିକୋଟିନ ରହିଥାଏ l ୨ଟି ଜିନିଷ କୁ ମିଳିତ ଭାବରେ ସେବନ କରିବା ଦ୍ୱାରା ହାର୍ଟ ଅଟାକ ସମସ୍ୟା ୭ ପ୍ରତିଶତ ବଢି ଯାଇଥାଏ l ଏବଂ ସିଗାରେଟ ଟାଣୁଥିବା ବ୍ୟକ୍ତିଙ୍କର ୧୭ ବର୍ଷ ଆୟୁ ହ୍ରାସ ହୋଇଥାଏ l
* ଏହି ୨ଟି ଜିନିଷ କୁ ମିଳିତ କରିବା ଦ୍ୱାରା ହୋଇଥାଏ ଏହିସବୁ ରୋଗ –
– ହାର୍ଟ ଆଟାକ ର ବିପଦ
– ଖାଦ୍ୟ ନଳୀ ରେ କ୍ୟାନ୍ସର
– ଗଳାରେ କ୍ୟାନ୍ସର
– ଲଙ୍ଗସ କ୍ୟାନ୍ସର
– ନପୁଂସକତା ର ବିପଦ
– ପେଟରେ ଅଳସର
– ସ୍କିନ ଇନଫେକ୍ସନ
– ମେମୋରୀ ଲସ
– ବ୍ରେନ ଷ୍ଟ୍ରୋକ ଓ ହାର୍ଟ ଷ୍ଟ୍ରୋକ ର ବିପଦ
– ଆୟୁ ହ୍ରାସ