Odisha news

ସେକ୍ସ ଆଡିକ୍ସନ କଣ ? ଏହା ମଣିଷ ଜୀବନକୁ କିଭଳି ପ୍ରଭାବିତ କରିଥାଏ

0

ସରଳ ଭାଷାରେ କହିବାକୁ ଗଲେ ସେକ୍ସ ଅଡିକ୍ସନ ହେଉଛି ଅତ୍ୟଧିକ ଯୌନ ସମ୍ବନ୍ଧ ର କ୍ଷୁଦା କୁ ବୁଝାଇଥାଏ l ଏହା ଗୋଟିଏ ଏଭଳି ଯାହାକୁ ନିୟନ୍ତ୍ରିତ କରିବା କଷ୍ଟକର ଅଟେ l କିନ୍ତୁ ଏହି ସମସ୍ୟା ଅନେକ ସମୟ ରେ ସ୍ୱାସ୍ଥ୍ୟ, ସମ୍ପର୍କ, କ୍ୟାରିଅର କୁ ମଧ୍ୟ ପ୍ରଭାବିତ କରିଥାଏ l ଆଜିକାଲି ତ ଅଧୁନ୍ନିଙ୍କ ଯୁଗରେ ଏହି ସମସ୍ୟା ଅନେକ ଗୁଡିଏ ଉପାୟରେ ସମାଧାନ କରି ହେଉଛି, ଯେପରିକି ଫୋନ ସେକ୍ସ, ପର୍ଣ୍ଣଗ୍ରାଫି , ସାଇବର ସେକ୍ସ, ଏମିତି ଅନେକ କିଛି l କିନ୍ତୁ ଯେତେବେଳେ ଏହା ଗୋଟିଏ ଆଡିକ୍ସନ ହୋଇଯାଇ ଥାଏ ଜୀବନ ଉପରେ ଖୁବ ପ୍ରଭାବ ପକାଇଥାଏ l

କଣ ଏହା ଗୋଟିଏ ସାଧାରଣ ଆଡିକ୍ସନ ଅଟେ –
ସେକ୍ସ ଆଡିକ୍ସନ ଗୋଟିଏ ଏଭଳି ଅଭ୍ୟାସ ଅଟେ, ଯାହା ଅନେକ ସମୟ ରେ ମଣିଷ କୁ ଖରାପ ବାଟକୁ ନେଇଯାଇ ଥାଏ l ଯେପରିକି ମଦ ଓ ଡ୍ରଗ୍ସ ର ଅଭ୍ୟାସ l ଏହା ଗୋଟିଏ ଏଭଳି ମାନସିକତା ଯାହା କି ମଣିଷ କୁ ଅନିୟନ୍ତ୍ରିତ କରିଦେଇ ଥାଏ l ଏବଂ ବ୍ୟକ୍ତିକୁ ନକାରାତ୍ମକ ବ୍ୟବହାର ଆଡକୁ ଟାଣି ନେଇ ଯାଇଥାଏ l

ସେକ୍ସ ଆଡିକ୍ସନ ଦ୍ୱାରା କିଏ ସବୁଠୁ ଅଧିକ ପ୍ରଭାବିତ ହୋଇଥାଏ –
ହାଇପର ସେକ୍ସସୁଆଲିଟି ଦ୍ୱାରା ୩ରୁ ୧୦ % ବ୍ୟକ୍ତି ପ୍ରଭାବିତ ହୋଇ ଥାଆନ୍ତି l ଏହା ମହିଳାଙ୍କ ତୁଳନାରେ ପୁରୁଷ ମାନଙ୍କ ନିକଟରେ ଖୁବ ସାଧାରଣ ଅଟେ l ଅଧୟନ ଅନୁସାରେ ପ୍ରତ୍ୟେକ ୫ଜଣ ପୁରୁଷ ଙ୍କ ମଧ୍ୟରେ ଜଣେ ମହିଳା ଏହି ସମସ୍ୟା ରେ ପୀଡିତ ହୋଇ ଥାଆନ୍ତି l ସେକ୍ସ ଆଡିକ୍ସନ ୧୮ ବର୍ଷରୁ ଆରମ୍ଭ ହୋଇଯାଇ ଥାଏ ଯାହାକି ପାଖାପାଖି ୩୭ ବର୍ଷ ପର୍ଯ୍ୟନ୍ତ ଏହି ସମସ୍ୟା ରହିଥାଏ l

ସେକ୍ସ ଆଡିକ୍ସନ ର ଲକ୍ଷଣ –
– ଅତ୍ୟଧିକ ଯୌନ ଲାଳସା ରହିବା
– ଅଧିକ ପର୍ଣ୍ଣଗ୍ରାଫି ଦେଖିବା
– ନିଜର ଯୌନ କାର୍ଯ୍ୟକୁ ନେଇ ଦୀର୍ଘ ସମୟ ଯୋଜନା କରିବା
– ସ୍ୱାସ୍ଥ୍ୟ ସମସ୍ୟା ହେଉ କି ଅନ୍ୟ କିଛି ସମସ୍ୟା ନିଜ ଯୌନ ବ୍ୟବହାର କୁ ଅଟକାଇ ନପାରିବା
– ନିଜ କାର୍ଯ୍ୟ ଉପରେ ଧ୍ୱଂ ନଦେଇ ପରିବା
– ଅତ୍ୟଧିକ ମାତ୍ରାରେ ମଦ୍ୟପାନ
– କିଛିଟା ଔଷଧ ର ପ୍ରଭାବ ଯେପରିକି ଚିନ୍ତା ଶୂନ୍ୟ ରହିବା ପାଇଁ ଔଷଧ

ସେକ୍ସ ଆଡିକ୍ସନ ପାଇଁ ଉପଚାର –
ଏଭଳି ସମସ୍ୟା ଦେଖିବାକୁ ମିଳୁଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରିବା ଜରୁରୀ, ନଚେତ ମନୋଚିକିତ୍ସକ ଙ୍କୁ ସାକ୍ଷାତ କରିବା ଆବଶ୍ୟକ l ଏହାକୁ କଦାପି ଗୋଟିଏ ସାଧାରଣ ସମସ୍ୟା ଭାବନ୍ତୁ ନାହିଁ l ଏହା ଯଦି ଘରେ କୌଣସି ୧୮ ବର୍ଷର ଆୟୁ ପିଲାଙ୍କ ନିକଟରେ ଦେଖୁଛନ୍ତି ତେବେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

Leave A Reply