Odisha news

ପ୍ଲାଣ୍ଟ ର ଧୂଆଁ ଏବଂ କେମିକାଲ ପୁରୁଷ ମାନଙ୍କ ପ୍ରଜନନ କ୍ଷମତା କୁ ହ୍ରାସ କରୁଛି

0

ପୁରୁଷ ମାନଙ୍କ ମଧ୍ୟରେ ଆଜିକାଲି ସ୍ପର୍ମ କାଉଣ୍ଟ ହ୍ରାସ ହେବାରେ ଲାଗିଛି ଏବଂ ଇନଫର୍ଟିଲିଟି ସମସ୍ୟା ଖୁବ ଦ୍ରୁତ ବେଗରେ ହ୍ରାସ ହେବାରେ ଲାଗିଛି l ଏହାର ମୁଖ୍ୟ କାରଣ ହେଉଛି ଷ୍ଟ୍ରେସ ଓ ଖରାପ ଲାଇଫ ଷ୍ଟାଇଲ l ଅନେକ ଗୁଡିଏ ଅଧ୍ୟୟନ ରୁ ଜଣାପଡିଛି ଯେ ପୋଷାକ ତତ୍ୱ କମି କାରଣରୁ ଏହି ସମସ୍ୟାକୁ ସାମ୍ନା କରିବାକୁ ପଡୁଛି l ଏପରି ସ୍ଥିତି ରେ କିଛିଟା ବିଶେଷ କଥାକୁ ଧ୍ୟାନ ଦେବାକୁ ପଡିବ l

ଏପରିକିଛି ବସ୍ତୁ ରହିଛି ଯାହା କି ପୁରୁଷ ମାନଙ୍କର ସ୍ପର୍ମ କାଉଣ୍ଟ କାଉଣ୍ଟ ଉପରେ ଗମ୍ଭୀର ପ୍ରଭାବ ପକାଉଛି l ତେଣୁ ନିଜର ସ୍ପର୍ମ କାଉଣ୍ଟ କୁ ଠିକ ରଖିବା ପାଇଁ ଆପଣ କିଛିଟା ଜିନିଷ ନିକଟରୁ ଦୁରେଇ ରହିବା ଜରୁରୀ l

– ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ କେବଳ ଖାଦ୍ୟ ନୁହେଁ ଅସ୍ୱାସ୍ଥ୍ୟକର ପରିବେଶ ଓ ଆମ ଚାରିକଡ଼ର ପରିବେଶ ମଧ୍ୟ ସ୍ପର୍ମ କାଉଣ୍ଟ କୁ ବାଧା ସୃଷ୍ଟି କରିଥାଏ, ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଗବେଷକ ମାନେ ମତ ଦେଇଛନ୍ତି ଯେ ବଡ଼ ପ୍ଲାଣ୍ଟ ର ଧୂଆଁ ମଧ୍ୟ ସ୍ପର୍ମ କାଉଣ୍ଟ କୁ ନଷ୍ଟ କରିବାର କାରଣ ହେଉଛି l

– ପ୍ଲାଣ୍ଟ ର କର୍ମଚାରୀ ମାନେ ବ୍ୟବହାର କରୁଥିବା ବିଭିନ୍ନ କେମିକାଲ ପୁରୁଷ ମାନଙ୍କ ପ୍ରଜନନ କ୍ଷମତା କୁ ନଷ୍ଟ କରୁଛି l ଏଥି ସହିତ ପ୍ଲାଣ୍ଟ ର ବିଷାକ୍ତ ଧୂଆଁ, ପ୍ଲାଣ୍ଟ କର୍ମଚାରୀ ଙ୍କ ଅସନା ଜୋତା ମଧ୍ୟ ସ୍ପର୍ମ କାଉଣ୍ଟ କୁ ପ୍ରଭାବିତ କରୁଛି l

– ସୋୟା ରେ ଇସ୍ଟ୍ରୋଜେନିକ ଆଇସଫ୍ଲେବୋନସ ମାତ୍ରା ଅଧିକ ରହିଥାଏ, ଯାହାଦ୍ୱାରା ଶରୀରରେ ଏସ୍ଟ୍ରୋଜେନ ଲେବୁଲ ବଢି ଯାଇଥାଏ, ଏବଂ ଟେସ୍ଟୋସ୍ଟେରନ ଲେବୁଲ ହ୍ରାସ ହୋଇଥାଏ l ଟେସ୍ଟୋସ୍ଟେରନ ସ୍ତର ହ୍ରାସ ହେବା ଦ୍ୱାରା ସ୍ପର୍ମ କାଉଣ୍ଟ କ୍ୱାଲିଟି ଉପରେ ମଧ୍ୟ ପ୍ରଭାବ ପଡିଥାଏ l

– ଏନର୍ଜି ଡ୍ରିଂକ୍ସ ସେବନ ଅତ୍ୟଧିକ ମାତ୍ରାରେ ସ୍ପର୍ମ କାଉଣ୍ଟ  ଉପରେ ବାଧା ପକାଇଥାଏ l ଏହା ସ୍ପର୍ମ ର DNA ପାଇଁ ଖୁବ କ୍ଷତି କାରକ ଅଟେ l କାହିଁକି ନ ଏଥିରେ ଆର୍ଟିଫିସିଆଲ ସୁଗାର ଅଧିକ ମାତ୍ରାରେ ରହିଥାଏ l

– ପ୍ରୋସେସଡ଼ ଫୁଡ ଟେସ୍ଟୋଟେରାନ ସ୍ତର କୁ ହ୍ରାସ କରି ଦେଇ ଥାଆନ୍ତି, ତେଣୁ ବଜାରରେ ମିଳୁଥିବା ପ୍ରୋସେସଡ଼ ଫୁଡ ବା ଡବା ବନ୍ଦ ଖାଦ୍ୟ ଠାରୁ ଦୁରେଇ ରହିବା ଜରୁରୀ ଅଟେ l

– ହାଇ ଫ୍ୟାଟ ଡାଏରୀ ପ୍ରଡକ୍ଟ ପୁରୁଷ ମାନଙ୍କ ମଧ୍ୟରେ ପ୍ରଜନନ କ୍ଷମତା କୁ ହ୍ରାସ କରିଦେଇ ଥାଏ, ଏହା  ସ୍ପର୍ମ ର କ୍ଷମତା ଓ ସ୍ପର୍ମ କାଉଣ୍ଟ କୁ ଅନେକ ମାତ୍ରାରେ ହ୍ରାସ କରିଦେଇ ଥାଏ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଟ୍ରାନ୍ସ ଫ୍ୟାଟ ରୁ ହାର୍ଟ ଡିଜିଜ ର ବିପଦ ବୃଦ୍ଧି ହୋଇଥାଏ, ୨୦୧୧ ରେ ସ୍ପେନ ର ଗୋଟିଏ ଅଧ୍ୟୟନ ଅନୁସାରେ ଟ୍ରାନ୍ସ ଫ୍ୟାଟ ଦ୍ୱାରା ସ୍ପର୍ମ କାଉଣ୍ଟ ମଧ୍ୟ ପ୍ରଭାବିତ ହୋଇଥାଏ l

Leave A Reply