Odisha news

ମର୍ତ୍ୟୁର ଅନ୍ୟନାମ ଫଙ୍ଗlଲ ଇନଫେକ୍ସନ : ରିସର୍ଚ୍ଚ

0

ଫଙ୍ଗlଲ ଇନଫେକ୍ସନ କାରଣରୁ ହେଉଥିବା ରୋଗକୁ ଅନେକ ସମୟ ରେ ଆମେ ଅଣଦେଖା କରିଦେଇ ଥାଉ l କିନ୍ତୁ ଏହା ବେଳେବେଳେ ଗମ୍ଭୀର ରୂପ ନେଇଥାଏ l ଫଙ୍ଗlଲ ଇନଫେକ୍ସନ ପ୍ରାରମ୍ଭିକ ଲକ୍ଷଣ କୁଣ୍ଡେଇ ହେବା ହୋଇଥାଏ l କିନ୍ତୁ ଅଣଦେଖା କରିବା ଦ୍ୱାରା ଘାତକ ରୋଗର ରୂପ ମଧ୍ୟ ହୋଇପାରେ l ଅଧୟନ କହୁଛି ଯେ ଫଙ୍ଗlଲ ଇନଫେକ୍ସନ ଦ୍ୱାରା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି l

ୟୁନିଭର୍ସିଟି ଅଫ ମଞ୍ଚେଷ୍ଟର ର ଫଙ୍ଗlଲ ଇନଫେକ୍ସନ ଗ୍ରୁପ ଙ୍କ ମତ ଅନୁସାରେ ପ୍ରତ୍ୟେକ ବର୍ଷ ପ୍ରାୟ ୩୮ ଲକ୍ଷ ଲୋକ ଫଙ୍ଗlଲ ଇନଫେକ୍ସନ ରେ ପ୍ରଭାବିତ ହୋଇ ଥାଆନ୍ତି l ଏହି ସଂଖ୍ୟା ସମୁଦାୟ ମୃତ୍ୟୁ ରୁ ୬ .୮ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ l ଅଧିକାଂଶ କ୍ଷେତ୍ରରେ ଲୋକେ ଏହି ରୋଗକୁ ଜାଣି ପାରନ୍ତି ନାହିଁ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅଧିକାଂଶ ଲୋକଙ୍କର ଫଙ୍ଗlଲ ଇନଫେକ୍ସନ ରେ ସବୁଠୁ ଅଧିକ କ୍ୟାଣ୍ଡିଡ଼ ଫଙ୍ଗlଲ ରେ ମୃତ୍ୟୁ ହୋଇଥାଏ l

କେଣ୍ଡିଡା ଫଙ୍ଗlଲ କଣ ?-
କେଣ୍ଡିଡା ନାମକ ଫଙ୍ଗlଲ ଇନଫେକ୍ସନ ଯେତେବେଳେ ମଣିଷ ଶରୀର ଉପରେ ଆକ୍ରମଣ କରିଥାଏ ଏହା ବ୍ୟକ୍ତିକୁ କେଣ୍ଡିଡିଏସିସି ନାମକ ରୋଗରେ ଗ୍ରସ୍ତ କରାଇଥାଏ l ଏହି ଫଙ୍ଗlଲ ସର୍ବ ପ୍ରଥମେ ସ୍କିନ ମଧ୍ୟରେ ପ୍ରବେଶ କରିଥାଏ ଏବଂ ସ୍କିନ ଜରିଆରେ ପାଟି, ଗଳା , ଅନ୍ତ ଓ ପ୍ରାଇଭେଟ ପାର୍ଟ ମଧ୍ୟରେ ପ୍ରବେଶ କରିଥାଏ l ଏବଂ ଯେତେବେଳେ ଏହି ଭାଇରସ ବ୍ଲଡ଼ ମଧ୍ୟରେ ପ୍ରବେଶ କରିଯାଇ ଥାଏ ସେତେବେଳେ କିଡ୍ନୀ, ହାର୍ଟ ଓ ବ୍ରେନ କୁ କ୍ଷତିଗ୍ରସ୍ତ କରାଇଥାଏ l ଯେଉଁ କାରଣରୁ ଖୁବ ଅସୁବିଧା ଦେଖା ଦେଇଥାଏ l

କେଣ୍ଡିଡଇସିସ କେତେ ପ୍ରକାରର –
ଗବେଷକ ଙ୍କ ମତରେ ଏହା –
– ଭେଜାଇନଲ
– ଓରାଲ
– ମାଉଥ
– ନେକ
– ଏବଂ ରକ୍ତ ମାଧ୍ୟମରେ ଶରୀରକୁ କ୍ଷତି କରାଇ ଥାଏ

ଲକ୍ଷଣ –
ଏହାର ପ୍ରଥମ ଲକ୍ଷଣ ସ୍କିନ ରେ ଦେଖା ଯାଇଥାଏ l
– ଯେପରିକି କୁଣ୍ଡେଇ ହେବା
– ନାଲି ନାଲି ଫଳିଯିବା
– ଔଷଧ ସେବନ ବନ୍ଦ କରିବା ମାତ୍ରକେ କୁଣ୍ଡେଇ ହେବା ଆରମ୍ଭ ହେବା
– ଭେଜାଇନଲ ରୁ ଡିସ୍ଚାର୍ଜ ହେବା
– ପାଟି ରେ ଘା ହେବା , ଯାହାକି ଓରାଲ ରହିଥାଏ l

ଏଭଳି ସତର୍କ ରୁହନ୍ତୁ –
– ଫଙ୍ଗlଲ ଇନଫେକ୍ସନ ହେବା ମାତ୍ରକେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ
– ପ୍ରତିଦିନ ସଫା ପୋଷାକ ପିନ୍ଧନ୍ତୁ
– ଖାଦ୍ୟ ଖାଇବା ସମୟରେ ହାତ ସାବୁନ ରେ ଧୁଅନ୍ତୁ , ନଚେତ ଏହି ଭୁତାଣୁ ନଖ ଦ୍ୱାରା ଆପଣଙ୍କ ପେଟ ମଧ୍ୟ କୁ ଯିବ
– ଆମିଷ ଭୋଜନ ଠାରୁ ଦୁରେଇ ରୁହନ୍ତୁ
– ଭୋଜନ ରେ ଅଧିକ ଶସ୍ୟ ଜାତୀୟ ଖାଦ୍ୟ ଗ୍ରହଣ କରନ୍ତୁ l

Leave A Reply