Odisha news

ପାରାଦ୍ଵୀପରେ ଆନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ଦିବସ-୨୦୨୪

0
ପାରାଦୀପ :  ଆନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା ସଚେତନତା ଦିବସ ହେଉଛି ଏକ ବିଶ୍ୱ ଅଭିଯାନ, ଯେଉଁଥିରେ ପୃଥିବୀର ୧୨ ମିଲିୟନ୍ ରୁ ଅଧିକ ଲୋକ ଏକତ୍ରିତ ହୋଇ ସମୁଦ୍ର ଓ ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ଯୋଗଦାନ କରନ୍ତି, ଯାହା ଏକ  ସ୍ୱାସ୍ଥ୍ୟକର ପରିବେଶ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ସେପ୍ଟେମ୍ବର ରେ ସମଗ୍ର ବିଶ୍ୱରେ ଆୟୋଜିତ ହୋଇଥାଏ। ଭାରତୀୟ ତଟରକ୍ଷକ ପ୍ରତିବର୍ଷ ବିଭିନ୍ନ କେନ୍ଦ୍ର ଏବଂ ରାଜ୍ୟ ସଂସ୍ଥାନ, କର୍ପୋରେଟ୍ ସେକ୍ଟର ଏବଂ ବେସରକାରୀ ସଂଗଠନଙ୍କ ସହଯୋଗରେ ଆନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା  ଦିବସର ଆୟୋଜନ କରିଥାଏ।
ଆନ୍ତର୍ଜାତୀୟ ଉପକୂଳ ସ୍ବଚ୍ଛତା  ଦିବସ ୨୦୨୪ ଅବସରରେ, ତଟରକ୍ଷକ ଜିଲ୍ଲା ମୁଖ୍ୟାଳୟ  ୭ ତତଫରୁ ପାରାଦୀପ ସମୁଦ୍ର ବେଳାଭୂମିରେ ଓ ଉପକୂଳ ସ୍ବଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲ। ଏହି କାର୍ଯ୍ୟକ୍ରମରେ ତଟରକ୍ଷକ କର୍ମଚାରୀ ଓ ତାଙ୍କ ପରିବାର, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ୍ ସହିତ ମୋଟ ୪୫୦ ସହଭାଗୀ ଉତ୍ସାହ ର ସହିତ  ଯୋଗଦେଇଥିଲେ। ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟ ସହିତ ମୋଟ ୯୦୦ କିଲୋଗ୍ରାମ୍ ଆବର୍ଜନା ସଂଗ୍ରହ କରିଥିଲେ ଏବଂ ଏକ ସ୍ୱାସ୍ଥ୍ୟକର ପରିବେଶ ପାଇଁ “ସ୍ୱଚ୍ଛ ଉପକୂଳ, ସୁରକ୍ଷିତ ସମୁଦ୍ର” ଏବଂ ପ୍ଲାଷ୍ଟିକ ବର୍ଜ୍ୟ ମୁକ୍ତ ପରିବେଶର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ।
Leave A Reply