Odisha news

ଜ୍ୱର ମଧ୍ୟ ହୋଇପାରେ ହାର୍ଟ ଆଟାକ କାରଣ, ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ବଡ଼ ଚେତାବନୀ

0

ଇନଫ୍ଲୁଏଞ୍ଜା ସଂକ୍ରମଣ ସମୟ ରେ ପ୍ରଶ୍ୱାସ ନଳୀ ରେ ଗମ୍ଭୀର ସଂକ୍ରମଣ ହୋଇଥାଏ, ଏହା ସହିତ ଆପଣ ଗମ୍ଭୀର ଜ୍ବରରେ ମଧ୍ୟ ଆକ୍ରାନ୍ତ ହୋଇ ପାରନ୍ତି l ବର୍ତମାନ ଏଭଳି ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଏକ୍ସପର୍ଟ ମାନେ ଚିନ୍ତାରେ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଇନଫ୍ଲୁଏଞ୍ଜା ସଂକ୍ରମଣ ଓ ମାୟୋକାର୍ଡିଆଲ ଇନଫେକ୍ସନ କାରଣରୁ ହାର୍ଟ ଅlଟାକ ର ବିପଦ ବଢ଼ିଯାଇ ଥାଏ l ଫ୍ଲୁ ପରେ କିଛିଦିନ ମଧ୍ୟରେ ହୃଦଘାତ ହେବାର ସମ୍ଭାବନା ବଢି ଯାଇଥାଏ l ନିକଟରେ ହୋଇଥିବା ଗୋଟିଏ ରିସର୍ଚ୍ଚ ଅନୁସାରେ ଫ୍ଲୁ ରେ ଆକ୍ରାନ୍ତ ହେବାର ୧-୭ ଦିନ ମଧ୍ୟରେ ହୃଦଘାତ ପଡ଼ିବାର ସମ୍ଭାବନା ବୃଦ୍ଧି ହେଉଛି l

ସିଜନାଲ ଫ୍ଲୁ ର ଲକ୍ଷଣ ଭାବି କରନ୍ତୁ ନାହିଁ ଅଣଦେଖା –
ଆମେ ସାଧାରଣ ଭାବରେ ଇନଫ୍ଲୁଏଞ୍ଜା ସଂକ୍ରମଣ ର ଗମ୍ଭୀର ସମସ୍ୟା କୁ ହାଲୁକା ରେ ନେଇଥାଉ l ଏହାକୁ ଲୋକେ ସିଜନାଲ ରୋଗ ଭାବି ଅଣଦେଖା କରନ୍ତି l କିନ୍ତୁ ଇନଫ୍ଲୁଏଞ୍ଜା ର ପ୍ରଭାବ ସାଧାରଣ ଜ୍ୱର ଓ ଯନ୍ତ୍ରଣା ଭଳି ବଢି ଯାଇଥାଏ l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ସାଧାରଣ ସଂକ୍ରମଣ ହାର୍ଟ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇ ଥାଏ l

ଏହି କାରଣରୁ ହୋଇଥାଏ ହୃଦଘାତ –
ଇନଫ୍ଲୁଏଞ୍ଜା ସଂକ୍ରମଣ ଦ୍ୱାରା ପ୍ରଭାବିତ ହେବା ସମୟ ରେ ଆପଣଙ୍କ ଶରୀର ରେ ଗୋଟିଏ ଗମ୍ଭୀର ଧରଣର ଫୁଲିବା ସମସ୍ୟା ଦେଖା ଯାଇଥାଏ l ଯାହାକି ଆମ ନର୍ଭସ ରେ ଥିବା ପ୍ଲାକ ବିଲଡ଼ଅପ କୁ ଅସ୍ଥିର କରିଥାଏ l ଯେଉଁ କାରଣରୁ ଏହା ଫଟାଇବାର ସମ୍ଭାବନା ରହିଥାଏ ଏବଂ ହୃଦଘାତ ହେବାର ସମ୍ଭାବନା ବଢି ଯାଇଥାଏ l ରିସର୍ଚ୍ଚ ରେ କୁହାଯାଇଛି ଯେ ଏହି ଭାଇରସ ଧମନୀ ଉପରେ ମଧ୍ୟ ଗମ୍ଭୀର ପ୍ରଭାବ ପକାଇଥାଏ l

ଫ୍ଲୁ ସମୟରେ ଆପଣ ଜ୍ବରରେ ଯଦି ନିୟମିତ ପ୍ରଭାବିତ ହେଉଛନ୍ତି ହୃଦ ସ୍ପନ୍ଦନ ବୃଦ୍ଧି ହୋଇଥାଏ, ଚିନ୍ତା ବୃଦ୍ଧି ହୋଇଥାଏ l ଇନଫ୍ଲୁଏଞ୍ଜା ଭାଇରସ ସିଧାସଳଖ ହୃଦୟ ର ମାଂସପେଶୀ କୁ ସଂକ୍ରମିତ କରିଥାଏ l

– ଇନଫ୍ଲୁଏଞ୍ଜା ରେ ସବୁଠୁ ଅଧିକ ବୃଦ୍ଧ ବୟସ୍କ ଏବଂ ଛୋଟ ପିଲା ପ୍ରଭାବିତ ହୋଇ ଥାଆନ୍ତି l ଏହି ବୟସ ର ବ୍ୟକ୍ତି ସର୍ବଦା କିଛିନା କିଛି ଚିନ୍ତାରେ ରହି ଥାଆନ୍ତି l ଏହାଛଡା ଛୋଟ ପିଲା ମଧ୍ୟ ଅଧିକ ପ୍ରଭାବିତ ହେଉଛନ୍ତି l

– ଏହାଛଡା ହୃଦ ରୋଗ , ଉଚ୍ଚ ରକ୍ତଚାପ, ଅନ୍ୟ ହୃଦୟ ସମ୍ବନ୍ଧିତ ସମସ୍ୟା ଥିବା ବ୍ୟକ୍ତି ଏବଂ ଇମ୍ୟୁନିଟି କମ ଥିବା ବ୍ୟକ୍ତି ହୃଦଘାତ ରେ ସଂକ୍ରମିତ ହେଉଛନ୍ତି l ଯାହାକି ଗୋଟିଏ ଗମ୍ଭୀର ସମସ୍ୟା ଅଟେ l

Leave A Reply