Odisha news

ରାଷ୍ଟ୍ରୀୟ ଉପଦେଷ୍ଟା ଅଜିତ ଡୋଭାଲ ଙ୍କ ବିରୁଦ୍ଧରେ ଆସିଛି ଆମେରିକା କୋର୍ଟ ରୁ ସମନ

0

ନୂଆଦିଲ୍ଲୀ : ଖାଲୀସ୍ତାନୀ ଆତଙ୍କୀ ଗୁରପବନ୍ତ ସିଂହ ପନୁ ମାମଲା ରେ ଆମେରିକା କୋର୍ଟ ରୁ ଆସିଥିବା ସମନ କୁ ନେଇ ଭାରତ ପ୍ରତିକ୍ରିୟା ଦେଇଛି l ଭାରତୀୟ ବିଦେଶ ମନ୍ତ୍ରଣାଳୟ ଆମେରିକୀୟ ଅଦାଲତ ର ସମନ କୁ ନେଇ ଆପତ୍ତି ଜଣାଇଛନ୍ତି ଏବଂ ଏହାକୁ ଚିନ୍ତା ଜନକ ବୋଲି ଦର୍ଶାଇ ଛନ୍ତି l

ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି ଏହି ମାମଲା ସମ୍ପୂର୍ଣ ଭାବରେ ଅନୁଚିତ ଅଟେ ଏବଂ ସରକାର ଙ୍କ ନୀତି ବିରୁଦ୍ଧ ଅଟେ l ଏହି ମାମଲାରେ ଆମେ ଗମ୍ଭୀରତା ସହିତ ଯାଞ୍ଚ ରେ ଲାଗିଛନ୍ତି l

କଣ କହିଲେ ବିଦେଶ ସଚିବ ?
ବିଦେଶ ସଚିବ ବିକ୍ରମ ମିଶରି ଏହି ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି l ସେ କହିଛନ୍ତି ଏହି ଆରୋପ ସମ୍ପୂର୍ଣ ଆଧାର ଶୂନ୍ୟ ଅଟେ l ଏହି କେଶ ଦ୍ୱାରା ଆମ ମତରେ କୌଣସି ପରିବର୍ତନ ହେବ ନାହିଁ l ଏହି କେଶ ରୁଜୁ କରିଥିବା ବ୍ୟକ୍ତି ଗୋଟିଏ ଅପରାଧିକ କାର୍ଯ୍ୟ କରୁଥିବା ସଂଗଠନ ଅଟେ l କଟରପନ୍ଥୀ ପନୁ ଭାରତୀୟ ନେତା ଓ ସଂସ୍ଥା ଙ୍କ ବିରୁଦ୍ଧରେ ଉତେଜନା ମୂଳକ ଧମକ ଓ ଭାଷଣ ଦେବାକୁ ନେଇ ପରିଚିତ ଅଟେ l

କେଉଁ ଅଦାଲତ ରେ ରହିଛି ମାମଲା ?

ଖାଲୀସ୍ତାନୀ ଆତଙ୍କୀ ପନୁ ନିୟୁୟର୍କ ର ସାଉଥ ଡିଷ୍ଟ୍ରିକ୍ଟ କୋର୍ଟ ରେ ମାମଲା ରୁଜୁ କରିଛନ୍ତି l ଏହି ବିବାଦ ମଧ୍ୟରେ ଭାରତରେ ଆମେରିକୀୟ ରାଜଦୂତ ଏରିକ ଗାର୍ସେଟି ଗଣମାଧ୍ୟମ ସହିତ ଆଲୋଚନା କରିଛନ୍ତି l ସେ କହିଛନ୍ତି ଯେ ଏହି ମାମଲା କୁ ନେଇ ଭାରତ ଆମେରିକା ସମ୍ପର୍କ ରେ କୌଣସି ପ୍ରଭାବ ପଡିବ ନାହିଁ l

କଣ ରହିଛି ମାମଲା ?
ଆମେରିକା କୋର୍ଟ ଖାଲୀସ୍ତାନୀ ଆତଙ୍କୀ ଗୁରପତବନ୍ତ ସିଂ ପନୁ ଙ୍କ ହତ୍ୟା ଷଡଯନ୍ତ୍ର ଆରୋପ ରେ ଭାରତ କୁ ସମନ ଜାରି ହୋଇଛି, ଏହି ସମନ ରେ ଭାରତ ସରକାର ଙ୍କ ସମେତ ଅନେକ ଭାରତୀୟ ଅଧିକାରୀ ଙ୍କ ନାମ ରହିଛି l ଏହି ସମନ ରେ ରହିଥିବା ନାମ ଗୁଡିକ ହେଲା ଭାରତ ସରକାର, ରାଷ୍ଟ୍ରୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ , ପୂର୍ବ ର ମୁଖ୍ୟ ସାମନ୍ତ ଗୋୟଲ , ର ଏଜେଣ୍ଟ ବିକ୍ରମ ଯାଦବ ଓ ଭାରତୀୟ ବ୍ୟବସାୟୀ ନିଖିଳ ଗୁପ୍ତା ଙ୍କ ନାମ ସାମିଲ ରହିଛି l ଏବଂ ମାତ୍ର ୨୧ ଦିନ ମଧ୍ୟରେ ଆମେରିକା କୋର୍ଟ ଜବାବ ମାଗିଚ୍ଛନ୍ତି l

Leave A Reply