Odisha news

ବିଷ୍ଣୁ ସେନା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୧୬୬ ୟୁନିଟ୍ ରକ୍ତ ସଂଗୃହିତ

0

ତିହିଡି, ୧୮/୦୯(ଯଦୁମଣି ପାଣିଗ୍ରାହୀ) : ପ୍ରାକ୍ତନ ବିଧାୟକ, ଘାସଫୁଲର ସମ୍ପାଦକ, ଦିବଂଗତ ଜନ ପ୍ରିୟ ନେତା ବିଷ୍ଣୁ ସେଠୀଙ୍କ ୨ୟ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ ବିଷ୍ଣୁ ସେନା ଓ ପୀରହାଟ ପୋଲିସର ମିଳିତ ସହଯୋଗରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ପୀରହାଟ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଉଦଘାଟନ କରିଥିବା ବେଳେ ଏସଡିପିଓ କାର୍ତ୍ତିକଚନ୍ଦ୍ର ମଲ୍ଲିକ, ବିଡିଓ ଜ୍ୟୋର୍ତିମୟ କର ଓ ଆଇଆଇସି ଅଜୟ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୧୬୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଦୀନବନ୍ଧୁ ପତି, ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀ, ରଘୁନାଥ ପାତ୍ର, ସଂଗ୍ରାମ ମହାନ୍ତି, ରତିକାନ୍ତ ମହାକୁଡ, ବସନ୍ତ କୁମାର ରାଉତ, ଶୁଭ୍ରନାରାୟଣ ସେଠୀ, କାହ୍ନୁ ଶତପଥି, ଭରତ ସାହୁ , ମୁକ୍ତିକାନ୍ତ ନାୟକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ଉମାକାନ୍ତ ଦାସ, ସାଇଶରଣ ବେହେରା, ସଞ୍ଜିବ ବେହେରା, ରାଜାରାମ ମହାକୁଡ, ପ୍ରଦୀପ କୁମାର ବଳ, ଚକ୍ରଧର ମଳିକ, ମଙ୍ଗରାଜ ନାୟକ, ସରୋଜ ନାୟକ, ମାଳତୀଲତା ସାହୁ, ପ୍ରତାପ ଜେନା, ପବିତ୍ରମୋହନ ମଲ୍ଲିକ, ତପନ ପାଢୀ, କେଶବ ବେହେରା, ବୁଦ୍ଧିରାମ ସେଠୀ, ରମଣ ମହାନ୍ତି, ସନାତନ ମିଶ୍ର, ଝରଣା ଯେନା, ଅନାଦି ବାରିକ, ସୁଶାନ୍ତ ସାହୁ, ଜୀବନ ନାୟକ, ନୀହାରିକା ବିଶ୍ୱାଳ, ପ୍ରମୋଦ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ପୀରହାଟ ଥାନା ପକ୍ଷରୁ ତୁଷାର ପଣ୍ଡା, ଚମ୍ପାବତୀ ମାରାଣ୍ଡୀ ଓ ସ୍ମୃତିରେଖା ବଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭଦ୍ରକ ବ୍ଲଡବ୍ୟାଙ୍କର ଡାକ୍ତର ବିମଳା ମିଶ୍ର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟ ନିର୍ବାହ କରିଥିଲେ ।

Leave A Reply