Odisha news

ଶିଶୁ ପୁତ୍ର ସହ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

0

ପିପିଲି :  ବୁଧବାର ଅପରାହ୍ନରେ ପିପିଲି ନିକଟବର୍ତ୍ତୀ ହରିପୁର ଭାର୍ଗବୀ ନଦୀ ସେତୁ ଉପରୁ ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡିବାରୁ ଉଭୟଙ୍କର ମୃତ୍ୟୁ ହୋଇଅଛି. ପୁଲିସ ସୂତ୍ରରୁ ଜଣାଯାଏ ପିପିଲି ବଜାର ଅଂଚଳର ମହେଶ୍ୱର ବେହେରାଙ୍କ ଝିଅ ଇପ୍ସିତା ବେହେରା (30) ନିମାପଡା ଥାନା ନୂଆଘର ଅଂଚଳରେ ବିବାହ କରିଥିଲେ.ଆଜି ସେ ତାଙ୍କର ଶିଶୁପୁତ୍ର ( 3)ଟିକୁ ଧରି ଚାଲି ଚାଲି ଆସି ଉକ୍ତ ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଥିଲେ. ତେବେ ସେଠାରେ ଥିବା କିଛି ସ୍ଥାନୀୟ ଲୋକ ତୁରନ୍ତ ପିପିଲି ଥାନା ଏବଂ ଅଗ୍ନିଶମ କେନ୍ଦ୍ରକୁ ଖବର ଦେଇଥିଲେ. ପିପିଲି ଅଗ୍ନିଶମ ବାହିନୀ ସେତୁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ସୁନାପଦା ଗ୍ରାମ ନିକଟ ନଦୀ ଗର୍ଭରୁ ମା ଏବଂ ଶିଶୁ ପୁତ୍ର ର ମୃତ ଶରୀର ଉଦ୍ଧାର କରିଥିଲେ. ପିପିଲି ପୁଲିସ ଘଟଣା ସ୍ଥଳରୁ ମୃତଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଛନ୍ତି. ଏସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି. ତେବେ ଆତ୍ମହତ୍ୟା ର କାରଣ ଜଣାପଡି ନାହିଁ.

Leave A Reply