Odisha news

ରିଲାଏନ୍ସ ଡିଜିଟାଲ ଦୀପାବଳି ଧମାକା: ରିଲାଏନ୍ସ ଡିଜିଟାଲ ଷ୍ଟୋରରେ ସପିଂ ଏବଂ ରିଚାର୍ଜ ସହିତ ଏକ ବର୍ଷ ମାଗଣା ଜିଓ ଏୟାରଫାଇବର ଅଫର

0
ଭୁବନେଶ୍ୱର: ରିଲାଏନ୍ସ ଡିଜିଟାଲ ପକ୍ଷରୁ “ଦୀପାବଳି ଧମାକା” ସ୍ୱତନ୍ତ୍ର ଅଫର ଆସିଛି ଯେଉଁଥିରେ ଗ୍ରାହକମାନେ ୧ ବର୍ଷ ପାଇଁ ମାଗଣା ଜିଓ ଏୟାରଫାଇବର ସେବା ପାଇପାରିବେ। ଏହି ଅଫର ନୂତନ ଏବଂ ବିଦ୍ୟମାନ ଜିଓ ଫାଇବର ଏବଂ ଏୟାରଫାଇବର ବ୍ୟବହାରକାରୀଙ୍କ ପାଇଁ ସେପ୍ଟେମ୍ବର ୧୮ ରୁ ନଭେମ୍ବର ୩, ୨୦୨୪ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ନୂତନ ଗ୍ରାହକମାନେ ୨୦,୦୦୦ ଟଙ୍କା ରୁ ଉର୍ଦ୍ଧ୍ବ କ୍ରୟ କିମ୍ବା ୨୨୨୨ ଟଙ୍କା ମୂଲ୍ୟର ୩ ମାସର ଦିୱାଲୀ ପ୍ଲାନ ନେଇ ଏହି ଅଫରର ଲାଭ ପାଇପାରିବେ। ବର୍ତ୍ତମାନର ଜିଓ ଫାଇବର ଓ ଜିଓ ଏୟାରଫାଇବର ଉପଭୋକ୍ତାମାନେ ଗୋଟିଏ ଥର ୨୨୨୨ ଟଙ୍କାର ଆଡଭାନ୍ସ ରିଚାର୍ଜ କରି ଏହି ଅଫର ପାଇପାରିବେ। ଯୋଗ୍ୟ ଗ୍ରାହକମାନଙ୍କୁ ନଭେମ୍ବର ୨୦୨୪ ରୁ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ସେମାନଙ୍କ ଜିଓ ଏୟାରଫାଇବର ପ୍ଲାନର ସମାନ ମୂଲ୍ୟର ୧୨ ଟି କୁପନ୍ ମିଳିବ, ଯାହାକୁ ୩୦ ଦିନ ମଧ୍ୟରେ ରିଲାଏନ୍ସ ଡିଜିଟାଲ୍, ମାଇଁ ଜିଓ ଷ୍ଟୋର୍, ଜିଓ ପଏଣ୍ଟ ଷ୍ଟୋର୍ କିମ୍ବା ଜିଓ ମାର୍ଟ ଡିଜିଟାଲ୍ ଏକ୍ସକ୍ଲୁସିଭ୍ ଷ୍ଟୋରରେ ୧୫,୦୦୦ ଟଙ୍କାରୁ ଉର୍ଦ୍ଧ୍ବ କ୍ରୟ ଉପରେ ବ୍ୟବହାର ବା ରିଡିମ କରାଯାଇପାରିବ।
Leave A Reply