Odisha news

ଠାକୁରମୁଣ୍ଡା ରେ ସୁଭଦ୍ରା ଯୋଜନା ଲୋକାର୍ପଣ କାର୍ଯ୍ୟକ୍ରମ 

0
ଠାକୁରମୁଣ୍ଡା ତା  ୧୭/୦୯ :  ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ନିଜ ଜନ୍ମ ଦିନ ଅବସର ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଭୁବନେଶ୍ୱର ଠାରେ ପହଞ୍ଚି ଯୋଜନା କୁ ଲୋକାର୍ପଣ କରିଛନ୍ତି।ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଅବସର ରେ ଠାକୁରମୁଣ୍ଡା ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ପ୍ରଦର୍ଶନ ନିମନ୍ତେ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା।ଠାକୁରମୁଣ୍ଡା ରୁର୍ବାନ ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାୟ ୩ ହଜାର ରୁ ଉର୍ଦ୍ଧ୍ବ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା, ଆଶା କର୍ମୀ ଓ ସାଧାରଣ ଲୋକେ ଉପସ୍ଥିତ ରହିଥିଲେ।ଲୋକାର୍ପଣ କାର୍ଯ୍ୟକ୍ରମ ପୂର୍ବରୁ ସେଠାରେ ଅୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବରେ କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ବ୍ଲକ ଅଧକ୍ଷା ସରୋଜିନୀ ମୁଣ୍ଡା, କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ତାରାକାନ୍ତ ପଟ୍ଟନାୟକ, ବ୍ଲକ ଉପାଧକ୍ଷ ସନ୍ତୋଷ କୁମାର ମହାନ୍ତ, ବିଡ଼ିଓ ସପ୍ନେଶ୍ୱର ବେହେରା,ସିଡିପିଓ ପ୍ରେମାଲତା ସେଠୀ ଯୋଗ ଦେଇ ସୁଭଦ୍ରା ଯୋଜନା ସମ୍ପର୍କିତ ବିଷୟ ଉପରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ। ବ୍ଲକ ଏପିଓ ଧ୍ୟାନଚାନ୍ଦ ମହାନ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ପରେ ଦିନ ପ୍ରାୟ ୧ ଘଟିକା ପରେ ଭୁବନେଶ୍ୱର ଜନତା ମୈଦାନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନା କୁ ଲୋକାର୍ପଣ କରିଥିଲେ।ଏହି ଲୋକାର୍ପଣ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ କୁ ଉପସ୍ଥିତ ଲୋକ ମାନେ କାର୍ଯ୍ୟକ୍ରମ ସ୍ଥଳୀ ରେ ଦେଖିଥିଲେ।ଲୋକାର୍ପଣ କାର୍ଯ୍ୟକ୍ରମ ଶେଷ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ  ହୋଇଥିଲା।ଉପସ୍ଥିତ ଅତିଥି ମାନେ ନିହାଣଗଣ୍ଡି ଗ୍ରାମକୁ ଯାଇ ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ।ବିପିଏମ୍ ରମଣୀରଙଜନ ଓଝା ସ୍ବାଗତ ଭାସଣ ଦେଇଥିବା ବେଳେ ବିପିସି ରତିକାନ୍ତ ମିଶ୍ର ଧନ୍ୟବାଦ  ଦେଇଥିଲେ ।
Leave A Reply