ବାରିପଦା : ଗଣେଷ ମୂର୍ତ୍ତି ବିସର୍ଜନ କରିବାକୁ ଯାଇ କେନାଲରେ ଭାସିଗଲେ ୪ଛାତ୍ର । ୨ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ୨ଜଣ ନିଖୋଜ ରହିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦାର ଭଞ୍ଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ।
୧୩ ତାରିଖ ସକାଳ ସମୟରେ ଗଣେଶ ମୂର୍ତ୍ତି ଭସାଇବା ପାଇଁ ସ୍ଥାନୀୟ ଅଞ୍ଚଳର ଏକ ମେସ୍ ରୁ ୪ଜଣ ଛାତ୍ର ଯାଇଥିବା ବେଳେ କେନାଲରେ ଅଧିକ ପାଣି ଥିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ନିଖୋଜ ୨ ଛାତ୍ରଙ୍କୁ ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଛନ୍ତି ବୋଲି ସୂଚନା ରହିଛି।