ଖାଦ୍ୟ ପଦାର୍ଥ ଉପରେ ନଜର ରଖୁଥିବା ଦେଶର ସବୁଠୁ ବଡ଼ ସଂସ୍ଥା FASSI ସବୁବେଳେ ଖାଦ୍ୟ ପଦାର୍ଥ ର ମାନକ କୁ ନେଇ ସବୁବେଳେ ଜନସାଧାରଣ ଙ୍କୁ ଜାଗୃତ କରାଇଥାଏ , ନିକଟରେ ଗୋଟିଏ ସର୍ବେକ୍ଷଣ ଦ୍ୱାରା FASSI ପକ୍ଷରୁ କୁହାଯାଇଛି ଯେ ଚିନି, ଲୁଣ, ତେଲ ଖୁବ କମ ସେବନ କରିବା ଜରୁରୀ l ଏପରି କରିବା ଦ୍ୱାରା ଆପଣ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହାର୍ଟ ସମ୍ବନ୍ଧୀୟ ରୋଗ ଠାରୁ ଦୁରେଇ ରହିବେ l
FASSI ପକ୍ଷରୁ ଜାରି ହୋଇଥିବା ତଥ୍ୟ ରେ କୁହାଯାଇଛି ଯେ
– ତେଲ
– ଲୁଣ
– ଚିନି ଓ ମଇଦା ସମସ୍ତ ରୋଗର କାରଣ ଅଟେ l ଏହି ୪ଟି ଖାଦ୍ୟ ପଦାର୍ଥ ଯୋଗୁଁ ମଧୁମେହ ଠାରୁ ନେଇ କ୍ୟାନ୍ସର ର କାରଣ ହୋଇଥାଏ l ତେବେ ଆସନ୍ତୁ ଜାଣିବା କେଉଁ ରୋଗ ଦ୍ୱାରା ଆମେ ବିଶେଷ ଭାବରେ ପୀଡିତ ହୋଇଥାଉ l
– ଲୁଣ ଶରୀରରେ ପାଣି ପ୍ରସ୍ତୁତ ରଖିବାର କାରଣ ହୋଇଥାଏ, ଯେଉଁ କାରଣରୁ ରକ୍ତଚାପ ପ୍ରଭାବିତ ହୋଇଥାଏ l ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ରକ୍ତଚାପ ହାର୍ଟ ଷ୍ଟ୍ରୋକ ର ମଧ୍ୟ କାରଣ ହୋଇଥାଏ l
– କିଡ୍ନୀ ରକ୍ତପ୍ରବାହ ରୁ ଅତିରିକ୍ତ ସୋଡିୟମ କୁ ଫିଲ୍ଟର କରିଥାଏ, ସମୟ ସହିତ ଉଚ୍ଚ ଲୁଣ କିଡ୍ନୀ ରୋଗର କାରଣ ଅଟେ l ତେଣୁ ଲୁଣ ସେବନ ଠାରୁ ଦୂରେଇ ରହିବା ଜରୁରୀ l
– ଉଚ୍ଚ ଲୁଣ ଯୁକ୍ତ ଭୋଜନ ମୂତ୍ରରେ କ୍ୟାଲସିୟମ କ୍ଷତି କୁ ବଢ଼ାଇଥାଏ , ଯାହାଦ୍ୱାରା ହାଡ଼ ଦୁର୍ବଳ ହୋଇଯାଇ ଥାଏ ଓ ଅଷ୍ଟପରିଓସିସଁ ର ବିପଦ ମଧ୍ୟ ବାଡିଥାଏ l
– ଅନେକ ଗୁଡିଏ ଅଧ୍ୟୟନ ରେ ସୂଚିତ କରାଯାଇଛି ଯେ ଅତ୍ୟଧିକ ଲୁଣ, ତେଲ ଓ ମୈଦା ସେବନ ପେଟ ରେ କ୍ୟାନ୍ସର, ଯକୃତ କ୍ୟାନ୍ସର ର କାରଣ ହୋଇଥାଏ l ଏହାଛଡା ମଳଦ୍ଵାରରେ କ୍ୟାନ୍ସର ର ମଧ୍ୟ କାରଣ ଅଟେ l
– ଅତ୍ୟଧିକ ତେଲ ସେବନ ଦ୍ୱାରା ଓଜନ ବୃଦ୍ଧି ହୋଇଥାଏ ଏବଂ ମୋଟାପା ବଢିଥାଏ l ଯେଉଁ କାରଣରୁ ହାର୍ଟ ସମସ୍ୟା ଅଧିକ ହେଉଛି, କୋଲେଷ୍ଟ୍ରଲ ବୃଦ୍ଧି ହେଉଛି, ଏସିଡ଼ିଟି ର କାରଣ, ପେଟ ସଫା ହେଉନାହିଁ l ତେଣୁ ଏଥିରୁ ନିବୃତ ରୁହନ୍ତୁ l
– ଚିନି ରେ କ୍ୟାଲୋରୀ ମାତ୍ରା ଅଧିକ, ଯାହା ଓଜନ ବୃଦ୍ଧିର କାରଣ, ଅଧିକ ଚିନି ସେବନ ମଧୁମେହ ଓ ଫ୍ୟାଟି ଲିଭର ର କାରଣ l ତେଣୁ ଏହାକୁ ମଧ୍ୟ ଖାଇବା ଉଚିତ ନୁହେଁ l