Odisha news

ଦୁଇ ବାଇକ ମୁଁହାମୁହିଁ ଧକା, ଦୁଇ ଗୁରୁତ୍ତର

0
ସୋର,୩/୯ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ମାଟିଆ ପଲ୍ଲା ଛଜ ନିକଟରେ ଆଜି ମଧ୍ୟାହ୍ନରେ ବାଇକ ଏବଂ ସାଇକେଲ ମୁଁହାମୁହିଁ ଧକା ହେବା ଫଳରେ ଦୁଇ ଜଣ ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆଜି ମଧ୍ୟାହ୍ନରେ ଚାନ୍ଦବାଲି ଅଞ୍ଚଳର ସସ୍ମିତା ବେହେରା ସୋର କଲେଜରୁ କ୍ଲାସ ସାରି ବଡ଼ଖୁରୀ ଗୋପାଳପୁର ଗ୍ରାମରେ ତାଙ୍କ ସମ୍ପର୍କୀୟବକ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ତାଙ୍କୁ ଧକା ଦେଇଥିଲା। ଫଳରେ ସସ୍ମିତା ପୋଲ ତଳକୁ ଖସି ପଡି ଗୁରୁତ୍ତର ଆହତ ହୋଇଥିବା ବେଳେ ବାଇକ ଚାଳକ ଗୁରୁତ୍ତର ଆହତ ହୋଇଥିଲେ। ଫଳରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅଜଣା ବାଇକ ଚାଳକବକ ଅବସ୍ଥା ଅତି ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ଖବରପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଟିକୁ ଜବତ କରି ଥାନାକୁ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛି।
Leave A Reply