Odisha news

ଦୁନିଆର ସବୁଠୁ ଧନୀ ସୁଲତାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୩ତାରିଖ ଦିନ ଇଷ୍ଟ ଏସିଆ ଦେଶ ବ୍ରୁନେଇ ଗସ୍ତରେ ଯାଉଛନ୍ତି, ଏହି ଗସ୍ତ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ର ପ୍ରଥମ ଗସ୍ତ ହେବ l ଉଭୟ ଦେଶର ରାଜନୈତିକ ସମ୍ବନ୍ଧକୁ ୪୦ ବର୍ଷ ପୁର୍ଣ ହୋଇଛି l ବ୍ରୁନେଇ ର ସୁଲତାନ ହାଜି ହସନାଲ ବୋଲକ୍ୟା ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଗସ୍ତ ପାଇଁ ନିମନ୍ତ୍ରଣ ପଠାଇ ଥିଲେ , ଏହି ଗସ୍ତ ୨ଦିନର ରହିଛି l ଯାହାର ଉଦେଶ୍ୟ ରହିଛି ଯେ ଉଭୟ ଦେଶ ମଧ୍ୟରେ ବିଭିନ୍ନ ସମ୍ବନ୍ଧ କୁ ଆଗକୁ ବଢାଇବା l

ଭାରତର ବିଦେଶ ମନ୍ତ୍ରଣାଳୟ ଗତ ଶୁକ୍ରବାର ରେ ସୂଚନା ଦେଇଥିଲା ଯେ ବ୍ରୁନେଇ ଭାରତର ଆକ୍ଟ ଇଷ୍ଟ ପଲିସୀ ଓ ଇଣ୍ଡୋ ପେସିଫିକ ର ଭିଜନ ଅନୁସାରେ ଗୋଟିଏ ବିଶେଷ ସହଯୋଗ ରହିଛି l ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ମୁଡା ଉପରେ ଚର୍ଚ୍ଚା କରିବେ l ଏହାଛଡା ଭାରତ ଏଠାକୁ ହାଇଡ୍ରୋକାର୍ବନ ଇମ୍ପୋର୍ଟ କରୁଛି l ଦ୍ୱିପାକ୍ଷିକ ବ୍ୟବସାୟ ରେ ନିବେଶ ବିଷୟରେ ଯଦି କହିବା ଭାରତ ବ୍ରୁନେଇ ରେ ହାଇଡ୍ରୋକାର୍ବନ କ୍ଷେତ୍ରରେ ୨୭୦ ମିଲିୟନ ଡଲାର ଇନଭେଷ୍ଟମେଣ୍ଟ କରୁଛି l ନେଚଉରାଳ ଗ୍ୟାସ ର ଆବଶ୍ୟକତା ପୁରା କରିବା ପାଇଁ ଏବଂ ଏହାକୁ ଅଧିକ ଆଗକୁ ବଢାଇବା ପାଇଁ ଆଲୋଚନା କରାଯିବ l

ଏହାଛଡା ଉଭୟ ଦେଶ ଙ୍କ ସମୟ ରେ ସ୍ପେସ ଟେକ୍ନୋଲୋଜି କୁ ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି l ଭାରତ ବର୍ତମାନ ଦକ୍ଷିଣ ପୂର୍ବ ଏସିଆର ଦେଶ ଗୁଡିକ ସହିତ ପାର୍ଟନରସିପ କୁ ଆହୁରି ସୁଦୃଢ କରିବାକୁ ଚେଷ୍ଟା କରୁଛି l ଏବଂ ଇଣ୍ଡୋ ପେସିଫିକ ରେ ଚୀନ ର ବୃଦ୍ଧି ହେଉଥିବା ପ୍ରଭାବକୁ କାଉଣ୍ଟର କରିବାକୁ ଚାହୁଁଚି ଭାରତ l ଏବଂ ବ୍ରୁନେଇ ଗୋଟିଏ ସମୁଦ୍ର ସୀମାବର୍ତୀ ଦେଶ ଏବଂ ଏହାର ଉତ୍ତର ସୀମା ଦକ୍ଷିଣ ସୀମା ସହିତ ଲାଗିଛି l ପ୍ରଧାନମନ୍ତ୍ରୀ ମୋଦୀ ବ୍ରୁନେଇ ଯାଉଛନ୍ତି କେବଳ ଜଣେ ସୁଲତାନ ଙ୍କୁ ସାକ୍ଷାତ କରିବା ପାଇଁ l ବୋଲକ୍ୟା ବ୍ରୁନେଇ ର ୨୯ ତମ ସୁଲତାନ ଅଟନ୍ତି l କେବଳ ଏତିକି ନୁହେଁ ୧୯୮୪ ରେ ଇଂରେଜ ମାନେ ଯିବା ପରେ ଏହି ଦେଶର ପ୍ରଧାନମନ୍ତ୍ରୀଙ୍କ ପଦବୀ ମଧ୍ୟ ସମ୍ଭାଳି ଥିଲେ l ୨୦୧୭ ରେ ସେ ଦେଶରେ ୫୦ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବାରେ ଗୋଲଡେନ ଜୁବୁଲି ମଧ୍ୟ ପାଳନ ହୋଇଥିଲା l

ବ୍ରୁନେଇ ଗୋଟିଏ ଛୋଟ ଦେଶ ହୋଇପାରେ କିନ୍ତୁ ଏଠାରେ ରହୁଥିବା ସୁଲତାନ ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ଅଟନ୍ତି, ଏହାଛଡା ସବୁଠୁ ଧନୀ ମଧ୍ୟ ଅଟନ୍ତି l ସୂଚନା ଯୋଗ୍ୟ ଯେ ୧୯୮୦ ପର୍ଯ୍ୟନ୍ତ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଥିଲେ l କୁହାଯାଏ ଯେ ବ୍ରୁନେଇ ର ରାଜା ଙ୍କ ନିକଟରେ ଯେତିକି ବି ଧନ ଥିଲା ତାହା ତାଙ୍କୁ ଦୁନିଆରେ ସବୁଠୁ ଧନୀ ରାଜାର ପରିଚୟ ଦେଇଥିଲା l

Leave A Reply