ବେତନଟୀ : ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଶନିବାର ବେତନଟୀ ବ୍ଲକ ଅଫିସ ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ ବେତନଟୀରେ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିଡିଓ ଗୋପୀନାଥ ଖାଖା, ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ, ଉପାଧ୍ୟକ୍ଷ ଦେବଦତ୍ତ ତିଆଡି, ଜିଲ୍ଲାପରିଷଦ ସଦସ୍ୟ ବିଶ୍ଵନାଥ ହେମ୍ବ୍ରମ , ବେତନଟୀ ସରପଞ୍ଚ ପାନମଣି ମୁର୍ମୁ, ସମିତି ସଭ୍ୟ କିଶୋର ନାୟକ, ପ୍ରାକ୍ତନ ସରପଞ୍ଚ ବିଜୟ ସିଂ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଥିଲେ | ପଞ୍ଚାୟତିରାଜ ଅଧୀନସ୍ଥ ଖାଦ୍ୟ ସୁରକ୍ଷା ଆଇନ, ସାମାଜିକ ସୁରକ୍ଷା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମେତ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସମ୍ପର୍କୀତ ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ସମୀକ୍ଷା କରିବା ସହିତ ବିଭାଗୀୟ ଅଧିକାରୀଙ୍କ ସହିତ ଗମନାଗମନ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ସହିତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୟ ଜନପ୍ରତିନିଧି ମାନଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା କରିବା ସହିତ ପଞ୍ଚାୟତିରାଜ ବିଭାଗର ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ ଶତପ୍ରତିଶତ ସଫଳ ରୂପାୟନ କରିବା ନେଇ ଆଲୋଚନା କରିଥିଲେ। ତେବେ ମୟୁରଭଞ୍ଜ ଜିଲ୍ଲାପାଳ ଭାବେ ଦାୟିତ୍ଵ ଭାର ଗ୍ରହଣ କରିବାପରେ ବେତନଟୀ ବ୍ଲକ ଅଫିସକୁ ଏହା ପ୍ରଥମ ଗସ୍ତ ଥିବା ବେଳେ ବେତନଟୀ ବିଡିଓ ଗୋପୀନାଥ ଖାଖା ଆବଶ୍ୟକ ସମସ୍ତ ତଥ୍ୟ ଯୋଗାଇ ଦେଇଥିଲେ।