ଚଣ୍ଡିଖୋଲ/ଚଡେଇଧରା : ଯାଜପୁର ଜିଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ମଧୁପୁରଗଡ ଶୁନାମୁହିଁ ଠାରେ ସମ୍ବାଦ ପକ୍ଷରୁ ପରିବେଶ ପଞ୍ଚାୟତ ସମ୍ମିଳନୀ ଅନୁଷ୍ଠିତ ପରିପ୍ରେକ୍ଷୀରେ ଧର୍ମଶାଳାର ପରିବେଶକୁ ନେଇ ବିପଦ ଶୀର୍ଷକ ଏକ ଆଲୋଚନା ଚକ୍ର ରବିବାର ଦିନ ଆୟୋଜିତ ହୋଇଥିଲା! ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ହିମାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ! ମୁଖ୍ୟ ବକ୍ତା ଭାବରେ ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ଯୋଗଦେଇ ଶୀର୍ଷକ ଉପଳେ ଆଲୋଚନା ଆରମ୍ଭକରି ଧର୍ମଶାଳାରେ ବ୍ୟାପକ ପାହାଡ ପର୍ବତ ଓ ଜଙ୍ଗଲ ଧ୍ୱଂସ ଯୋଗୁଁ ଏହା ପରିବେଶ ପାଇଁ ଭୟଙ୍କର ପରିସ୍ତିତି ସୃଷ୍ଟି କରିଥିବା କହି ଉଦବେଗ ପ୍ରକାଶ କରିଥିଲେ! ପରିବେଶର ସୁରକ୍ଷା ପାଇଁ ଏବେ ଠାରୁ ପାହାଡ ପର୍ବତକୁ ସୁରକ୍ଷା ଦେବାସହ ବ୍ୟାପକ ବୃକ୍ଷ ରୋପଣ ଓ ଜଙ୍ଗଲ ସୃଷ୍ଟି ପାଇଁ ସେ ଆହ୍ୱାନ ଦେଇଥିଲେ!ସମ୍ବାଦ ଗୃପର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ମହାନ୍ତି ଧର୍ମଶାଳାରେ କଳାପଥର ଉତୋଳନ ଓ ତତ୍ ତନିତ ଭିଷଣ ବିଷ୍ଫୋରଣ ଯୋଗୁଁ ଭୂତଳଜଳ ସହିତ ପରିବେଶ ବ୍ୟାପକ ଭାବେ ପ୍ରଦୂଷିତ ହେଉଥିବା କହିବା ସହ ଏହା ପର୍ଯ୍ୟାବଳଣ ଓ ପରିବେଶ ସନ୍ତୁଳନ ରକ୍ଷାର ପରିପନ୍ଥି ବୋଲି କହିଥିଲେ ! ମା, ମାଟି, ମତୃଭାଷା, ମୋବାଇଲ ଏବଂ ମଦ ଏହି ପାଞ୍ଚଟି ‘ମ’ ଉପରେ ଫୋକସ କରାଗଲେ ଏକ ସୁନ୍ଦର ,ସମାଜ ଓ ପରିବେଶ ସୃଷ୍ଟି ହୋଇ ପାରିବ ବୋଲି ସେ ମତ ରଖିଥିଲେ! ତେବେ ବିକାଶ ମୂଳକ କାର୍ଯ୍ୟ ପାଇଁ ଯେତିକି ଅବଶ୍ୟକ ସେତିକି ପରିମାଣର କଳାପଥର ଉତ୍ତୋଳନ ନିୟମ କାନୁନ ଭିତରେ ରହି କରିବା ଅବଶ୍ୟକ ହୋଇଥିବା ବେଳେ ବେଆଇନ ବା ଚୋରା ଚାଲାଣ ଉପରେ ରୋକ ଲାଗିବ ବୋଲି ବିଧାୟକ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ!! କାର୍ଯ୍ୟକ୍ରମକୁ ସମ୍ବାଦ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ସଂଚାଳନ କରିଥିବା ବେଳେ ଜିଲା ପ୍ରତିନିଧି ସଂଗ୍ରାମ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ ! ସାମ୍ବାଦିକ ପ୍ରବୋଧ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ରାଜେଶ କୁମାର ପାଳ, ଚନ୍ଦ୍ରଶେଖର ଜେନାମଣୀ, ବିଶ୍ଵ ରଂଜନ ବଳ, ଶ୍ରୀବତ୍ସ ଧିର, ରାଜେଶ କୁମାର ଜେନା, ନିହାର ବେହେରା, ବୁନା ପରିଡା, ବିଶ୍ବ ଭୂଷଣ ସାହୁ, ଗୌତମ ସାହୁ, ଅଂଶୁମାନ ରଥ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ!