Odisha news

ପିତାମାତାଙ୍କ କର୍ମର ଫଳ ଭୋଗ କରି ଥାଆନ୍ତି ସନ୍ତାନ ସନ୍ତତି

0

ମାତାପିତା ଦୁନିଆକୁ ସନ୍ତାନକୁ ଆଣି ଥାଆନ୍ତି, ଏବଂ ତାହାର ପାଳନ ପୋଷଣ କରି ଥାଆନ୍ତି l ଗୋଟିଏ ସୁନ୍ଦର ଜୀବନ ବଂଚିବା ପାଇଁ ସଚେତନ କରାଇ ଥାଆନ୍ତି l ସନାତନ ଧର୍ମରେ ମାତାପିତା ଙ୍କୁ ହିଁ ସନ୍ତାନ ଙ୍କ ପ୍ରଥମ ଗୁରୁ ବୋଲି କୁହାଯାଇ ଥାଏ l ଏହା ମଧ୍ୟ କୁହାଯାଇ ଥାଏ ଯେ ମାତାପିତାଙ୍କ କର୍ମର ଫଳ ତାଙ୍କ ସନ୍ତାନ ମାନଙ୍କୁ ଭୋଗିବାକୁ ପଡିଥାଏ l

– ଯେଭଳି ଭାବରେ ମାତାପିତା ସନ୍ତାନଟିଏ ଜନ୍ମ ଦେଇ ଥାଆନ୍ତି , ତାକୁ ସଂସ୍କାର ଦେଇ ଥାଆନ୍ତି , ଏବଂ ତାକୁ ନିଜ ଧନ ଦୌଲତ ଦେଇ ଥାଆନ୍ତି, ପିତାମାତା ଙ୍କ ଭଲ କର୍ମର ଫଳ ସନ୍ତାନକୁ ସଂସ୍କାର ଭାବରେ ମିଳିଥାଏ l ଏବଂ ସେ ଗୋଟିଏ ସୁନ୍ଦର ଜୀବନ ବଞ୍ଚିଥାଏ l

– ସେହିଭଳି ଯଦି ଘରେ ପିତାମାତା ଙ୍କ କୁକର୍ମ ଯେପରିକି ପର ନିନ୍ଦା, ପର ଚର୍ଚ୍ଚା , ଲୋଭ, ଗୁରୁଜନ ଙ୍କୁ ଅନାଦର, ଅତିଥି ଙ୍କୁ ଅସମ୍ମାନ ଏହି ଗୁଡିକର ପ୍ରଭାବ ମଧ୍ୟ ସନ୍ତାନ ଉପରେ ପଡିଥାଏ l ଯାହା ପିଲାଟି ଦିନରୁ ସେ ଘରେ ଶିଖି ଥାଏ ତାହା ହିଁ ଜୀବନ ରେ କରିଥାଏ l ଏହି କୁକର୍ମ ଫଳ ସନ୍ତାନ ହିଁ ଭୋଗ କରିଥାଏ l

– ଗୋଟିଏ ଘର ହେଉଛି ମନ୍ଦିର ସଦୃଶ ଏବଂ ଏହାର ବାତାବରଣ କୁ ପବିତ୍ର ରଖିବା ପ୍ରତ୍ୟେକ ସଦସ୍ୟ ଙ୍କ କର୍ତବ୍ୟ l ପ୍ରତ୍ୟେକ ବ୍ୟକ୍ତିଙ୍କ ନିଜସ୍ୱ ସ୍ୱାଭିମାନ ରହିଛି ଏବଂ ସେ ନିଜ ର ସ୍ୱାଭିମାନ ଓ ସମ୍ମାନ ପାଇଁ ସବୁବେଳେ ସତର୍କ ରହିବା ଜରୁରୀ l ତେଣୁ ଘରେ ଯଦି ଭୃତ୍ୟ ବା ଚାକିରିଆ ଟିଏ କାମ କରିବାକୁ ରହିଛି ତାକୁ ବି ସମ୍ମାନ କରିବା ଏବଂ ଆଦର କରିବା ଆବଶ୍ୟକ l

Govt
Leave A Reply