ବାଲିପାଟଣା ତା ୩୧/୦୮ : ଭୁବନେଶ୍ୱର ସି ଆର ପି ଏଫ୍ ଜୱାନ ମାନେ ଆଜି ପୂର୍ବାହ୍ନ ରେ ଏହି ବ୍ଲକ ଅନ୍ତର୍ଗତ ଆଲୋଇ ଗ୍ରାମରେ ବ୍ୟାପକ ବୃକ୍ଷ ରୋପଣ କରିଛନ୍ତି। ଡି ଆଇ ଜି ଭାରତ ଭୂଷଣ ସେଠୀ ଙ୍କ ନେତୃତ୍ୱରେ ପ୍ରାୟ ୭୦ ଜଣ ଜୱାନ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଗଛ ଲଗାଇଥିଲେ।ନିକଟରେ ଥିବା ସୋମନାଥ ଉଚ୍ଚ ବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ମାନେ ତାଙ୍କୁ ସହଯୋଗ କରିଥିଲେ।ଦେଶକୁ ସେବା ଯୋଗାଉ ଥିବା ଜୱାଁନ ମାନେ ସହର ଠାରୁ ଏକ ଦୂର ଗାଁ କୁ ଆସି ବୃକ୍ଷ ରୋପଣ ଭଳି ଏକ ମହତ୍ କାର୍ଯ୍ୟ କରିବାକୁ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି।ଏହାଦ୍ବାରା ଅନ୍ୟ ମାନେ ପ୍ରେରଣା ପାଇବେ ବୋଲି ସେମାନେ ମତ ଦେଇଛନ୍ତି। ସରକାରୀ ନିର୍ଦ୍ଦେଶ ମୁତାବକ ତହସିଲଦାର ଚିହ୍ନଟ କରିଥିବା ଅଲୋଇ ଗ୍ରାମର ପ୍ରାୟ ଅଢେ଼ଇ ଏକର ଜମିରେ ଏକ ହଜାର ରୁ ଅଧିକ ବିଭିନ୍ନ ମୂଲ୍ୟବାନ କିସମର ଗଛ ସେମାନେ ଲଗାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଶୁଭେନ୍ଦୁ ସାହୁ,ସନ୍ତୋଷ ରଥ,ଅର୍ଜୁନ ମହାନ୍ତି,ସୋମନାଥ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ପ୍ରଧାନ,ପୂର୍ବତନ ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଷଡଙ୍ଗୀ ଓ ସ୍ଥାନୀୟ ଜନସାଧାରଣ ସେମାନଙ୍କୁ ସହଯୋଗ କରିଥିଲେ।