ସୋର,୩୧/୮: ସୋର ବ୍ଲକ କେଦାରପୁର ପଞ୍ଚାୟତରେ ଶିଆଳ କାମୁଡ଼ାରେ ଦୁଇ ଜଣ ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। କେଦାରପୁର ପଂଚାୟତ ହାଜିପୁର ଗ୍ରାମର ସତ୍ୟଭାମା ନାୟକ ଆଜି ଅପରାହ୍ନରେ ଘରେ ଥିବା ବେଳେ ତାଙ୍କ ଗୁହାଳ ଘରେ ଏକ ଶିଆଳ ପଶି ବାଛୁରୀକୁ ଆକ୍ରମଣ କରିଥିଲା।ଫଳରେ ସତ୍ୟଭାମା ଜାଣିବା ପରେ ଶିଆଳକୁ ଘଉଡାଇବା ବେଳେ ଶିଆଳଟି ତାଙ୍କ ମୁହଁକୁ ଆକ୍ରମଣ କରିଥିଲା। ଏଥିରେ ସତ୍ୟଭାମା ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଯୁବକ ବସନ୍ତ ପାଣି ଓ ହରିଶ ନାୟକ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖନାରେ ଭର୍ତି କରିଥିଲେ। ସେହିପରି ନୂଆହାଟ ଗ୍ରାମର ନିରଞ୍ଜନ ମାଝୀ ଶୋଇଥିବା ବେଳେ ତାଙ୍କ ଘରେ ପଶି ଏକ ଶିଆଳ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କ ମୁହଁ ଓ ଆଖିରେ କ୍ଷତ ସୃଷ୍ଟି ହୋଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାରେ ଭର୍ତି କରିଥିବା ବେଳେ ସେଠାରେ ଉଭୟଙ୍କର ଚିକିତ୍ସା ଚାଲିଛି।
–***
