ଜୈବିକସାର ପ୍ରସ୍ତୁତି ଓ ବ୍ୟବହାରକୁ ଗୁରୁତ୍ୱ ଦେଇ ଶ୍ୟାମାଚରଣ ମେମୋରିଆଲ ଏଜୁକେସନାଲ ଟ୍ରଷ୍ଟ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ,ଯୋଗଦେଲେ ଶତାଧିକ ଚାଷୀ
ବେତନଟୀ : ରାସାୟନିକ ସାର ବର୍ଜନକରି ଜୈବିକସାର ପ୍ରସ୍ତୁତି ଓ ଏହାର ବହୁଳ ବ୍ୟବହାରକୁ ଗୁରୁତ୍ୱ ଦେଇ ବେତନଟୀ ଓ ବଡସାହି ବ୍ଳକରେ ଶତାଧୁକ ଚାଷୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରି ଏକ ଗଠନମୂଳକ ଅଭିଯାନ ଆରମ୍ଭ କରିଥିବା ସ୍ୱେଚ୍ଛାସେବୀ ସଂସ୍ଥା ଶ୍ୟାମାଚରଣ ମେମୋରିଆଲ ଏଜୁକେସନାଲ ଟ୍ରଷ୍ଟ(ଏସଏମଇଟି) ପକ୍ଷରୁ ସ୍ଥାନୀୟ ଧର୍ମଶାଳା ପରିସରରେ ଏକ କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଆୟୋଜିତ ହୋଇଯାଇଛି । ଆୟୋଜକ ଏସଏମଇଟିର ସମ୍ପାଦିକା ସୋମା ପାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ଲୋକସଭା ସଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀ ମଞ୍ଚାସୀନ ରହିଥିଲେ। ସଠିଲୋ ସମିତିସଭ୍ୟ ତଥା ଏସଏମଇଟିର ସଦସ୍ୟ କିଶୋର କୁମାର ନାୟକଙ୍କ ସଂଯୋଜନା ଏବଂ ପରିଚାଳନାରେ ଆୟୋଜିତ ସଭାକାଯ୍ୟରେ ଅନ୍ୟତମ ଅତିଥି ଅଧିକାରୀ ଭାବେ ଡି- କାର୍ବୋନିକ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧୁକାରୀ ଖେସର ଜୀ, ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲମ ଏମ , ବେତନଟୀ ବ୍ଳକ କୃଷି ଅଧିକାରୀ ମନୋଜ ପ୍ରଧାନ, ସହକାରୀ କୃଷି ଅଧିକାରୀ ପ୍ରଦୀପ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଜୈବିକ ଉପାୟରେ ଚାଷକଲେ ଓ ଗଛ ଲଗାଇଲେ ଜୈବିକ ଅଙ୍ଗାରକାମ୍ଳ ବାୟୁ ମଣ୍ଡଳରୁ କିଭଳି ଗଛ ମାଧ୍ୟମରେ ମାଟିରେ ମିଶିଥାଏ ସେନେଇ ଆଲୋଚନା କରାଯାଇଥିଲା ପୁନଶ୍ଚ ଆଧୁନିକିକରଣର ପ୍ରଭାବ ସାଙ୍ଗକୁ ସମସ୍ତେ ସହରମୁ ହାଁ ହେବା ଦ୍ୱାରା ଘରେଘରେବ ହେଉଥିବା ଗୋପାଳନ ସାଙ୍ଗକୁ ଗୃହପାଳିତ ପଶୁପକ୍ଷୀଙ୍କ ଲାଳନ ପାଳନ ପ୍ରକ୍ରିୟା ଏକପ୍ରକାର ଠପ୍ ହୋଇଯାଇଛି। ଫଳରେ ଚାଷକାର୍ଯ୍ୟ ସମୟରେ ଆବଶ୍ୟକ ଗୋବରଖତ ପର୍ଯ୍ୟାପ୍ତ ପରିମାଣରେ ମିଳୁନଥିବାରୁ ଅଧିକ ଅମଳ ଆଶାରେ ଚାଷୀମାନେ ବାଧ୍ୟହୋଇ ରାସାୟନିକ ସାରର ବହୁଳ ବ୍ୟବହାର କରୁଛନ୍ତି । ତେବେ ମାତ୍ରାଧିକ ରାସାୟନିକ ସାର ବ୍ୟବହାର ଦ୍ଵାରା ବର୍ତ୍ତମାନ ମୃଭିକା, ଏବଂ ବାହୂମଣ୍ଡଳ ସାଙ୍ଗକୁ ଭୂତଳଜଳ ବିଷାନ୍ତ ହେବାରେ ଲାଗିଛି । ମାଟି, ପାଣି ଏବଂ ପବନ ବିଷାକ୍ତ ହେବାଦ୍ଵାରା ମାରାତ୍ମକ ରୋଗ ଏବେ କାୟାବିସ୍ତାର କରିଚାଲିଛି । ତେବେ ଜୈବିକ ପଦ୍ଧତିରେ ଜୈବିକସାର ପ୍ରସ୍ତୁତି ଓ ବ୍ୟବହାର ଦ୍ଵାରା କିଭଳି ଚାଷିମାନେ ଭଲ ଅମଳ ସାଙ୍ଗକୁ ମାଟି,ପାଣି ଓ ପବନକୁ ବିଷାକ୍ତ ହେବାରୁ ରକ୍ଷା କରିପାରିବେ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ରାସାୟନିକ ସାରକୁ ସମ୍ପୂର୍ଣ୍ଣଭାବେ ବର୍ଜନ କରି କେବଳ ଜୈବିକସାର ବ୍ୟବହାର ପାଇଁ ସାମୁହିକ ଶପଥପାଠ କରାଯାଇଥିଲା। ଚଳିତବର୍ଷ ଜୈବିକ ପଦ୍ଧଭିରେ ଚାଷକରିଥିବା ବେତନଟୀ ବଡସାହି ବ୍ଳକରୁ ଶଶୀଶେଖର ପଣ୍ଡା, ସନ୍ତୋଷ ସାହୁ, ହରିଶ୍ଚନ୍ଦ୍ର ପାଣି, କୌଶଲ୍ୟା ମହାନ୍ତ, ପ୍ରବୋଧ ସେନାପତି, ଧରମ ସିଂ, ଚୁନୁରାମ ମହାନ୍ତ ପ୍ରମୁଖଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବନ୍ଧିତ କରଯାଇଥିଲା | ପରିଚାଳନାରେ ଆୟୋଜକ ଏସଏମଇଟି ପକ୍ଷରୁ ବିକ୍ରମ ପାଲ, ସୁଜିତ ବେହେରା, ତାପସ ମହାନ୍ତି, ଚନ୍ଦ୍ରମୋହନ ମାଝୀ, ସୁକାନ୍ତ ପାତ୍ର, ପାୟଲ ଧାରା, ଜୟା ଘୋଷ, ସୀମାରାଣୀ ରଣା, କଲ୍ୟାଣୀ ବେହେରା, ବାସନ୍ତୀ ମାଣ୍ଡି, ସସ୍ମିତା ଜେନା ପ୍ରମୁଖ ସକ୍ରିୟ ଦାୟୀତ୍ଵ ସମ୍ପାଦନ କରିଥିଲେ ।