Odisha news

ୟୁବି ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ

0

ଭଞ୍ଜନଗର — ଆଜି ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ  ସରକାରୀ  ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ସପନେଶ୍ବରୀ ଦିଗାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ସୁନ୍ଦର କାର୍ଯ୍ୟକ୍ରମର ଆୟୋଜନ  କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସମସ୍ତ ଏନ୍ ସି ସି କ୍ୟାଡେଟ ।  କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କବାଡି ଖେଳ ଆରମ୍ଭରେ, ମୁଖ୍ୟ ଅତିଥି ଶ୍ରୀ ନାହାକ ଉଭୟ ଦଳର ଖେଳାଳୀମାନଙ୍କ ସହ କରମର୍ଦ୍ଦନ କରିବା ସହିତ ଉତ୍ସାହିତ କରିଥିଲେ । ନବମ ଓ ଦଶମ ଶ୍ରେଣୀ ମଧ୍ୟରେ ସିନିଅର ଏବଂ ଷଷ୍ଠ, ସପ୍ତମ , ଅଷ୍ଟମ ଶ୍ରେଣୀ ମଧ୍ୟରେ ଜୁନିଅର କବାଡି ପ୍ରତିଯୋଗିତା କରାଯାଇଥିଲା।  ସିନିଅର ରେ ଦଶମ ଓ ଜୁନିଅର ବର୍ଗରେ ଅଷ୍ଟମ ଶ୍ରେଣୀ ବିଜେତା ହୋଇଥିଲେ। ଏହାପରେ ଆଜିର ଦିବସ ସମ୍ବନ୍ଧୀୟ ସଭାକାର୍ଯ୍ୟ ତଥା ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବିଜେତା ଓ ପରାଜିତ ଦଳକୁ ଯଥାକ୍ରମେ ସିଲ୍ଡ୍ ଓ କପ୍ ଦିଆଯାଇଥିଲା ଏବଂ ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ମହୋଦୟ “ସୁସ୍ଥ ଶରୀର ନିମିତ୍ତ କ୍ରୀଡା ଅପରିହାର୍ଯ୍ୟ” ବୋଲି କହିଥିଲେ।  ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ସସ୍ମିତା ନାୟକ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ ,  , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ସନ୍ତୋଷ ବେହେରା , ଅମିତ କୁମାର ବେହେରା , ଇପ୍ରିୟମ୍ ବଡରଇତ , ବିଷ୍ଣୁ ପ୍ରିୟା ସ୍ୱାଇଁ, ସୁରେଶ ପ୍ରଧାନ, ସୁନିଲ୍ ବେହେରା, କିରଣ କହଁର, ବନିତା ସ୍ବାଇଁ , କାଜଲ ବେହେରା, ଶୁଚିସ୍ମିତା ପ୍ରଧାନ, ଗଙ୍ଗାକଲ୍ଯାଣୀ କହଁର, ବିଭୁ ମହିମା ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ନାୟକ , ମିନତି କୁମାରୀ ବିଷୋୟୀ , ଶଙ୍କର ପ୍ରସାଦ ପଟନାୟକ ଓ ଶ୍ୟାମା ପ୍ରସାଦ ମିଶ୍ର ସମେତ  ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।  କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କୁ ଶ୍ରୀ ନାହାକ ଧନ୍ୟବାଦ ଦେଇଥିଲେ ।

Leave A Reply